ଡିଏନ୍‌ଏକୁ ନଷ୍ଟ କରିପାରେ କୃତ୍ରିମ ମିଠା

ଓ୍ବାଶିଂଟନ୍‌,୮ା୬: ମଧୁମେହ ରୋଗୀମାନେ ଚା’ ଓ ଅନ୍ୟ ଖାଦ୍ୟଗୁଡ଼ିକରେ ଶର୍କରାଯୁକ୍ତ ଚିନି ପରିବର୍ତ୍ତେ କୃତ୍ରିମ ସ୍ବିଟ୍‌ନର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହି କୃତ୍ରିମ ମିଠାରେ ବ୍ୟବହୃତ ରାସାୟନିକ ପଦାର୍ଥ ଡିଏନ୍‌ଏକୁ ନଷ୍ଟ କରିପାରେ ବୋଲି ଆମେରିକୀୟ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି।

ନର୍ଥ କ୍ୟାରୋଲିନା ଷ୍ଟେଟ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ନୂଆ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ସର୍ବାଧିକ ଆଦୃତ ଆର୍ଟିଫିସିଆଲ ସ୍ବିଟ୍‌ନର ବ୍ୟବହାରକାରୀଙ୍କ ଡିଏନ୍‌ଏକୁ ନଷ୍ଟ କରି କର୍କଟ ରୋଗର କାରଣ ସାଜିପାରେ। ସ୍ପ୍ଲେଣ୍ଡା ନାମରେ ବଜାରରେ ଉପଲବ୍ଧ କ୍ୟାଲୋରି ଶୂନ୍ୟ ସ୍ବିଟ୍‌ନର ଚିନିଠାରୁ ୬୦୦ ଗୁଣ ଅଧିକ ମିଠା। ଏହାକୁ ପାଉଁରୁଟି, କେକ୍‌, ବେଭେରେଜ୍‌, ଚିଓ୍ବିଙ୍ଗ୍‌ ଗମ୍‌, ଜିଲାଟିନ୍ସ ଓ ଫ୍ରୋଜେନ୍‌ ଡେଏରି ସାମଗ୍ରୀରେ ବ୍ୟବହାର କରାଯାଏ। ଏଥିରେ ଥିବା ରାସାୟନିକ ପଦାର୍ଥ ସୁକ୍ରାଲୋଜ୍‌କୁ ଖାଦ୍ୟ ଓ ପାନୀୟ ସାମଗ୍ରୀ ସମେତ ସାରା ବିଶ୍ୱରେ ଔଷଧ ପ୍ରସ୍ତୁତିରେ ମଧ୍ୟ ଚିନିର ବିକଳ୍ପ ଭାବେ ଉପଯୋଗ କରାଯାଇଥାଏ। କେବଳ ଆମେରିକାରେ ଏହାକୁ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୫୦ ନିୟୁତ।

ମାନବ ଶରୀରକୁ ସୁକ୍ରାଲୋଜ୍‌ ପ୍ରବେଶ କଲେ ସୁକ୍ରାଲୋଜ୍‌-୬ ରୂପେ ଯୌଗିକ ବିଘଟନ ହୋଇଥାଏ, ଫଳରେ ଖାଦ୍ୟନଳୀ ନିମ୍ନଭାଗର ଭିତର ପରସ୍ତ ନଷ୍ଟ ହୋଇଥାଏ ବୋଲି ଗବେଷଣାର ନେତୃତ୍ୱ ନେଉଥିବା ପ୍ରଫେସର ସୁସାନ୍‌ ସ୍କିଫ୍‌ମ୍ୟାନ୍‌ କହିଛନ୍ତି। ସୁକ୍ରାଲୋଜ୍‌ ଆନ୍ତଃ ସ୍ବାସ୍ଥ୍ୟ ପ୍ରତି ନକାରାମତ୍କ ପ୍ରଭାବ ପକାଇଥାଏ ବୋଲି ପୂର୍ବ ଅଧ୍ୟୟନଗୁଡ଼ିକରେ ଜଣାପଡ଼ିଥିଲା। ତେଣୁ ଏହା ଉପରେ ଅଧିକ ତଥ୍ୟ ହାସଲ ପାଇଁ ଆମେ ଉଦ୍ୟମ କରିଥିଲୁ। ପରୀକ୍ଷାନିରୀକ୍ଷାରୁ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଥିଲା। ସୁକ୍ରାଲୋଜ୍‌-୬ର ଦହନଶୀଳ ପ୍ରକ୍ରିୟା ମଣିଷଙ୍କ ଗୁଣସୂତ୍ରକୁ ନଷ୍ଟ କରିବା ସହ କ୍ୟାନ୍‌ସରର କାରକ ପାଲଟିଥାଏ ବୋଲି ପ୍ରଫେସର ସୁସାନ୍‌ କହିଛନ୍ତି। ଜର୍ନାଲ ଅଫ୍‌ ଟେକ୍ସିକୋଲୋଜି ଆଣ୍ଡ୍‌ ଏନ୍‌ଭାଇରୋନ୍‌ମେଣ୍ଟାଲ ହେଲ୍‌ଥରେ ଏହି ଅଧ୍ୟୟନ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏହା ପୂର୍ବରୁ ଗତ ମେ’ରେ ଓଜନ ହ୍ରାସ ପାଇଁ ସ୍ପ୍ଲେଣ୍ଡା ଭଳି ଆର୍ଟିଫିସିଆଲ ସ୍ବିଟ୍‌ନର ବ୍ୟବହାର ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସୁପାରିସ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri