ବର୍ଷା ଆସୁ ଆସୁ କୃତ୍ରିମ ବନ୍ୟା

ଭୁବନ, ୨୩ା୬(ଡି.ଏନ୍‌.ଏ.): ବର୍ଷା ପୂର୍ବରୁ ପଶିଲାନି ବୁଦ୍ଧି। ନୂତନ ଡ୍ରେନ୍‌ ନିର୍ମାଣ କରିବାକୁ ନା କରାଗଲା ଯୋଜନା ନା ହେଲା ପୂତ୍ତିଗନ୍ଧମୟ ଜଳ ନିଷ୍କାସନ ବ୍ୟବସ୍ଥା। ଏବେ ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ। ଘରେ ପଶୁଛି ମଇଳା ପାଣି। ଆବର୍ଜନା ଭାସି ଆସି ଗଦା ହୋଇ ରହୁଛି ରାସ୍ତାରେ। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଢେଙ୍କାନାଳ ଜିଲା ଭୁବନ ସହରର ୨ନଂ. ଓ୍ବାର୍ଡରେ ବର୍ଷା ଆସୁ ଆସୁ ଏଭଳି କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।
ଏନ୍‌ଏସି ମାନ୍ୟତା ପାଇବାର ଦୀର୍ଘ ୫ ଦଶନ୍ଧି ପରେ ବି ସର୍ବାଧିକ ଜନବହୁଳ ଭୁବନ ସହରାଞ୍ଚଳର ୨ନଂ. ଓ୍ବାର୍ଡରେ ଡ୍ରେନ୍‌ ନିର୍ମାଣ ହୋଇପାରିନାହିଁ। ଏହାକୁ ନେଇ ଦାବିପତ୍ର ଦିଆଯାଇଛି। ଆନ୍ଦୋଳନ ହୋଇଛି। ଅସନ୍ତୋଷ ମଧ୍ୟ ବଢ଼ିଚାଲିଛି। ହେଲେ ପ୍ରତିକାର ବ୍ୟବସ୍ଥା ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି କର୍ତ୍ତୃପକ୍ଷ। ଫଳରେ ୩୩୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଓ୍ବାର୍ଡର ବାସିନ୍ଦା ପରିମଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ନୂଆ ଭୁବନ, କାଳୀବଜାର, କଲଣି ଛକ, ବାଉଁଶକଣ, ଶାସନ, କୋହ୍ଲସାହିକୁ ନେଇ ଗଠିତ ଓ୍ବାର୍ଡ ନଂ. ୨ ହେଉଛି ଉଭୟ ବ୍ୟବସାୟିକ ଏବଂ ଶିକ୍ଷାର କେନ୍ଦ୍ରସ୍ଥଳ। ଏଠାରେ ଗଢ଼ିଉଠିଛି ନୂଆ ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମହିଳା କଲେଜ, ତହସିଲ କାର୍ଯ୍ୟାଳୟ ଭଳି ଏକାଧିକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ। ତେବେ ଅବ୍ୟବସ୍ଥିତ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗୁ ଏବେ ସମଗ୍ର ଓ୍ବାର୍ଡବାସୀ, ଛାତ୍ରୀଛାତ୍ର, ତହସିଲ କର୍ମଚାରୀ, ପଥଚାରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବିଶେଷକରି ନୂଆଭୁବନ ଗୋପାଳସାହିଠାରୁ ଆରମ୍ଭ କରି ପୁରୁଣା ସିନେମା ହଲ୍‌ ପର୍ଯ୍ୟନ୍ତ ବସବାସ କରୁଥିବା ପରିବାର ଅବ୍ୟବସ୍ଥିତ ପରିମଳରେ ଘାଣ୍ଟି ହେଉଛନ୍ତି। ଡ୍ରେନ୍‌ ସୁବିଧା ନ ଥିବାରୁ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଦୂଷିତ ପାଣି ରାସ୍ତାରେ ମାଡୁଛି। ଏହି ମଇଳା ପାଣି ନୂଆ ଭୁବନ ଶିବମନ୍ଦିର ନିକଟରେ ଜମା ହେଉଛି। ବ୍ରାହ୍ମଣ ଶାସନ ସମ୍ମୁଖରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳୁଛି। ଡ୍ରେନ୍‌ ନ ଥିବାରୁ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ। ପାଣିସ୍ରୋତରେ ୫୫ନଂ. ଜାତୀୟ ରାଜପଥ ସମେତ ନୂଆ ଭୁବନ ଛକ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟିଛି। ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଦିନକୁ ଦିନ ସମସ୍ୟା ବଢୁଥିବାବେଳେ ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି।

ମଶା ଉପଦ୍ରବ ସୀମା ଟପିଲାଣି
ଅବ୍ୟବସ୍ଥିତ ପରିମଳ ବ୍ୟବସ୍ଥା ପାଇଁ ୨ନଂ. ଓ୍ବାର୍ଡରେ ମଶା ଉପଦ୍ରବ ସୀମା ଟପିଲାଣି। ଡ୍ରେନ୍‌ ନ ଥିବାରୁ ଘରର ମଇଳା ପାଣି ରାସ୍ତାରେ ମାଡୁଛି। ଦୁର୍ଗନ୍ଧରେ ନାକ ଫାଟୁଛି। ସମସ୍ୟା ପ୍ରତି ଏନ୍‌ଏସି କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି।
-ପଣ୍ଡିତ ପ୍ରମୋଦ ମିଶ୍ର, ସାମାଜିକ କର୍ମୀ

ଅସରାଏ ବର୍ଷାରେ ଦୁର୍ଦ୍ଦଶା ବଢୁଛି
ଅସରାଏ ବର୍ଷା ହେଲେ ୨ନଂ. ଓ୍ବାର୍ଡବାସୀଙ୍କ ଦୁର୍ଦ୍ଦଶା ବଢୁଛି। ନୂଆ ଭୁବନ ଛକରେ ନିର୍ମାଣ ହୋଇଥିବା ଡ୍ରେନ୍‌ କାମରେ ଆସୁନାହିଁ। ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଚାଲୁଛି। ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି।
-ଅରୁଣ ସାହୁ, ପୂର୍ବତନ କାଉନ୍‌ସିଲର

ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି
ପାଣି ଜମି ରହୁଥିବା ସ୍ଥାନରେ ଏନ୍‌ଏସି ପକ୍ଷରୁ ଅସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି। ସର୍ଭେ କରାଯାଇ ଡ୍ରେନ୍‌ ନିର୍ମାଣ କରା ନ ଗଲେ ବର୍ଷାପାଣି ନିଷ୍କାସନ ହୋଇପାରିବ ନାହିଁ। ଏନ୍‌ଏସି ବୈଠକରେ ଏହାର ସମାଧାନ ପାଇଁ ନିଷ୍ପତ୍ତି ହୋଇଛି।
-ଶ୍ୟାମସୁନ୍ଦର ସାହୁ, ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ପ୍ରାର୍ଥୀ ଚୟନ ନେଇ ଭାଜପାରେ ଛକାପଞ୍ଝା

ଢେଙ୍କାନାଳ,୨୯ା୩(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବର୍ତ୍ତମାନର ବିଧାୟକ ସୁଧୀର କୁମାର ସାମଲଙ୍କୁ ବିଜେଡି ପୁନଃ ପ୍ରାର୍ଥୀ କରିବା...

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ

ଢେଙ୍କାନାଳ,୨୮ା୩(ରତନ ନାୟାର)ଚଳିତ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକ ସଭା ଆସନ ନିମନ୍ତେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଜେଡିରୁ...

ଢେଙ୍କାନାଳରୁ ସୁଧୀର, କାମାକ୍ଷାନଗରରୁ ପ୍ରଫୁଲ୍ଲ ଓ ପରଜଙ୍ଗରୁ ନୃସିଂହ

ଢେଙ୍କାନାଳ,୨୮ା୩(ରତନ ନାୟାର)ଢେଙ୍କାନାଳ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଢେଙ୍କାନାଳ, କାମାକ୍ଷାନଗର...

ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍‌

କାମାକ୍ଷାନଗର,୨୭।୩(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

୨ ଭାଇଙ୍କ ମଧ୍ୟରେ ହାତାହାତି, ଚାଲିଗଲା ବଡ଼ ଭାଇଙ୍କ ଜୀବନ

ଓଡ଼ାପଡ଼ା,୨୪।୩(ରଞ୍ଜିତ ନାୟକ): ଢେଙ୍କାନାଳ ସଦର ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି...

କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି

ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ...

ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri