‘ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କର’

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍‌/ନିଶ୍ଚିନ୍ତକୋଇଲି/ମାହାଙ୍ଗା/ ସାଲେପୁର,୫।୧(ସ୍ବ.ପ୍ର./ଡି.ଏନ୍‌.ଏ.)

କଟକ ଜିଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ୧୩ତମ ଅଭିଯୁକ୍ତ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଓ ଅନ୍ୟ ୧୨ ଅଭିଯୁକ୍ତଙ୍କୁ ଗିରଫ କର। ଭାଜପା ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏହି ଦାବି କରିଛନ୍ତି। ପୃଥ୍ବୀରାଜ କହିଛନ୍ତି, ଗତ ୨ ତାରିଖରେ ଘଟିଥିବା ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରା ନ ଗଲେ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ଭୟାବହ ରୂପ ନେବ। ଶାସକ ବିଜେଡିକୁ କାଠଗଡ଼ାରେ ଠିଆ କରାଇବା ପାଇଁ ଭାଜପା ଲଢେଇକୁ ଜାରି ରଖିବ। ଅଭିଯୁକ୍ତ ମନ୍ତ୍ରୀ ଜେନା ନିଜ ପଦରୁ ଇସ୍ତଫା ଦିଅନ୍ତୁ, ନଚେତ୍‌ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ପୃଥ୍ବୀରାଜ ଦାବି କରିଛନ୍ତି। ମନ୍ତ୍ରୀ ଜେନାଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଭାଜପା ଯୁବମୋର୍ଚ୍ଚା ରାଜ୍ୟର ସବୁ ଥାନା ଆଗରେ ବିକ୍ଷୋଭ କରିବ। ସେହିପରି ଆସନ୍ତା ୬ ତାରିଖରେ ସମସ୍ତ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ। ପୋଲିସ ବିଭାଗର ନିଷ୍କ୍ରିୟତା ବିରୋଧରେ ଆସନ୍ତା ୮ ତାରିଖରେ ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କ କାର୍ଯ୍ୟାଳୟକୁ ଘେରାଉ ସାଙ୍ଗକୁ ବିକ୍ଷୋଭ କରାଯିବ ବୋଲି ପୃଥ୍ବୀରାଜ କହିଛନ୍ତି। ଅନ୍ୟପକ୍ଷରେ ନିଜେ ଅଭିଯୁକ୍ତ ଥିବା ମନ୍ତ୍ରୀ ଜେନା ଅଭିଯୋଗକୁ ଖଣ୍ଡନ କରିବା ସହ ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।
ନିହତ ଭାଜପା ନେତା କୁଳମଣିଙ୍କ ପୁଅ ରମାକାନ୍ତ ବରାଳଙ୍କ ଅଭିଯୋଗ କ୍ରମେ ମାହାଙ୍ଗା ଥାନାରେ ମନ୍ତ୍ରୀ ଜେନାଙ୍କ ସମେତ ୧୩ ଜଣଙ୍କ ନାମରେ ଆଇପିସି ଦଫା ୧୨୦-ବି, ୧୪୭, ୧୪୮, ୧୪୯, ୩୦୨, ୫୦୬ ଏବଂ ଆମର୍‌ସ ଆକ୍ଟ ୨୫ ଓ ୨୭ ଅନୁଯାୟୀ ୫/୨୧ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଡିଆଇଜି ଆଶିଷ କୁମାର ସିଂ ଓ କଟକ ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳ କିଶୋର ସୋମବାର ପୂର୍ବାହ୍ନରେ ଥାନାରେ ପହଞ୍ଚତ୍ ତଦନ୍ତର ସମୀକ୍ଷା କରିଛନ୍ତି।
ପୃଥ୍ବୀରାଜ କହିଛନ୍ତି, ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ଶାସକ ବିଜେଡି ପଛାଉନାହିଁ। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ନେଇ ଭାଜପା ବାରମ୍ବାର ଅଭିଯୋଗ କରିଆସୁଛି। ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବେ ଭାଜପା ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ

ଲଢେଇକୁ ଜାରି ରଖିବା ସହ ପ୍ରତିହିଂସାପରାୟଣ ସାଜିଥିବା ଶାସକ ବିଜେଡିର ଦମନମୂଳକ କାର୍ଯ୍ୟକୁ ବିରୋଧ କରିବ ବୋଲି ପୃଥ୍ବୀରାଜ କହିଛନ୍ତି।
ମନ୍ତ୍ରୀ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭାଜପା ପକ୍ଷରୁ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଇଥିଲା। ଭାଜପା କର୍ମୀମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମାହାଙ୍ଗାରେ ଭାଜପା କର୍ମୀମାନେ ସ୍ଥାନୀୟ ବରପୁତ୍ର ଭବନରୁ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ କରିଥିଲେ। ସେଠାରେ କର୍ମୀମାନେ ମନ୍ତ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଭାଜପା ନେତା ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ କଟକ ଜିଲା ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା, ନିର୍ମଳ ରାଉତ, ଜିତେନ୍ଦ୍ର ଶତପଥୀ ଓ କିଶୋର କୁମାର ରାଉତ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ନିଶ୍ଚିନ୍ତକୋଇଲି ବ୍ଳକରେ ମଣ୍ଡଳ ସଭାପତି କୈଳାସ ବେହେରା, ଅଶୋକ ସାହୁ ଓ ନାରୀନେତ୍ରୀ କଲ୍ୟାଣୀ ସେଠୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବଉଳବଜାରରୁ ବାହାରି ବସ୍‌ଷ୍ଟାଣ୍ଡ ନିକଟରେ ପହଞ୍ଚତ୍ ମନ୍ତ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସେହିପରି ସାଲେପୁର ବ୍ଲକ ବରିଷ୍ଠ ଭାଜପା ନେତା କୁଞ୍ଜମୋହନ ସେଠୀଙ୍କ ଆହ୍ବାନକ୍ରମେ ସମ୍ରାଟ କେଶରୀ ଲେଙ୍କା, ସରୋଜ କର, ପ୍ରିୟବ୍ରତ ମହାପାତ୍ର, ଭାନୁ କୁମାରଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ ସାହେଶ୍ୱରୀ ମନ୍ଦିରରୁ ଶୋଭାଯାତ୍ରାରେ ଯାଇ ବିଜୁ ପଟ୍ଟନାୟକ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ କର୍ମୀମାନେ ମନ୍ତ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଭାଜପା କଟକ ନଗର ଶାଖା ପକ୍ଷରୁ ବାଦାମବାଡ଼ି ଟ୍ରାଫିକ ଛକଠାରେ ମନ୍ତ୍ରୀ ଜେନାଙ୍କ କୁଶପୁତ୍ତିଳକା ଦାହ କରାଯାଇଥିଲା। ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରଶ୍ମିରେଖା ଦାସ, ଶ୍ରୀତମ ଦାସ, ବିଶ୍ୱରଞ୍ଜନ ମିଶ୍ର, ସବ୍ୟସାଚୀ ମହାପାତ୍ର, ସ୍ମୃତିରଞ୍ଜନ ମିଶ୍ର, ନନ୍ଦକିଶୋର ଜେନା, ଦେବାନନ୍ଦ ସିଂ ଓ କଳ୍ପନା ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ କରାଯାଇଥିଲା। ଏଥିରେ ବହୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?