Posted inଜାତୀୟ

ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫକୁ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କଲେ ଅମିତ ଶାହା

ନୂଆଦିଲ୍ଲୀ, ୪।୧୧: ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମାଲିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା। ଏକ ଟୁଇଟ୍‌ରେ ଶାହା କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ସହିତ ଏହି କାର୍ଯ୍ୟକୁ ତୁଳନା କରି ସେ କହିଛନ୍ତି ରିପବ୍ଲିକ ଟିଭି ଏବଂ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ରାଜ୍ୟ କ୍ଷମତାର ଅପବ୍ୟବହାର ହେଉଛି। ବ୍ୟକ୍ତିଗତ ସ୍ବାଧୀନତା ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ। ଏହା ଆମକୁ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇଥାଏ। ମୁକ୍ତ ଗଣମାଧ୍ୟମ ଉପରେ ହୋଇଥିବା ଏହି ଆକ୍ରମଣକୁ ସର୍ବଦା ନିନ୍ଦା କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅର୍ନବଙ୍କୁ ବୁଧବାର ସକାଳେ ମୁମ୍ବାଇ ପୋଲିସ ବିନା ନୋଟିସରେ ତାଙ୍କୁ ବାସଭବନରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ସମୟରେ ଉଚିତ ଜବାବ ଦେବି: ଫଡନବିସ୍‌

ମୁମ୍ବାଇ,୨୭।୧୧: ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ୩ ଦିନ ୮ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ୍‌। ଇସ୍ତଫା ଦେବା...

କାର୍‌ଗିଲ ବିଜୟ ଦିବସରେ ପାକିସ୍ତାନକୁ ଚେତାବନୀ ଦେଲେ ସେନାମୁଖ୍ୟ, ପୁଣି ଏମିତି କଲେ ଭୋଗିବ ପରିଣାମ

ନୂଆଦିଲ୍ଲୀ, ୨୬।୭:କାର୍‌ଗିଲ ବିଜୟ ଦିବସ ଉପଲକ୍ଷେ ସାରା ଦେଶ ବୀର ଶହୀଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଏହି ଅବସରରେ ସେନା ପ୍ରମୁଖ ବିପିନ ରାଓ୍ବତ୍‌ ପାକିସ୍ତାନକୁ...

‘ଏଏପି’ରେ ଯୋଗ ଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୧୩।୫: ଅଭିନେତ୍ରୀ କଙ୍ଗନା ଶର୍ମା ଗୁରୁବାର ‘ଏଏପି’ରେ ଯୋଗ ଦେଇଛନ୍ତି। ଏ ନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଅରବିନ୍ଦ କେଜ୍‌ରିୱାଲଙ୍କ ନୀତି ଦ୍ୱାରା ବଲିଉଡର...

କୋଇଲା ସଙ୍କଟ: ମେ ୨୪ ପର୍ଯ୍ୟନ୍ତ ପରିବହନ ପାଇଁ ବାତିଲ ହେବ ଟ୍ରେନ୍‌

ନୂଆଦିଲ୍ଲୀ, ୬ା୫: ଦେଶରେ କୋଇଲା ସଙ୍କଟ ବଢ଼ି ଚାଲିଥିବାରୁ ବହୁ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍‌ ଉତ୍ପାଦନ ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି କୋଇଲା ପରିବହନକୁ...

ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ମୁକୁଳି ପାରୁ ନାହାନ୍ତି ୧,୦୩୧ କଏଦୀ

ନୂଆଦିଲ୍ଲୀ,୧୮ ।୯: ଦେଶର ବିଭିନ୍ନ ରାଜ୍ୟର ଜେଲ୍‌ରେ କଏଦୀ ଥିବା କେତେଜଣ କଏଦୀ ସେମାନଙ୍କର ସମ୍ପୂର୍ଣ୍ଣ ସଜ୍ଜା କାଟି ସାରିଥିଲେ ବି ଏପର୍ଯ୍ୟନ୍ତ ମୁକୁଳି ପାରୁ...

ସକ୍ରିୟ ମାମଲା ୧୨ ହଜାର ତଳେ …

ନୂଆଦିଲ୍ଲୀ, ୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ଦୈନିକ ସଂକ୍ରମଣ ହଜାରେ...

ସିଏଏ ପ୍ରତ୍ୟାହାର କଲେ ମୋଦିଙ୍କ ସହ ଆଲୋଚନା: ସର୍ତ୍ତ ବାଢ଼ିଲେ ମମତା ବାନାର୍ଜୀ

କୋଲକାତା,୨୯ା୧: ସିଏଏକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ତା’ ପୂର୍ବରୁ ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରିବାକୁ...

ଆତଙ୍କବାଦ ବିରୋଧରେ ଭାରତର ୮ ସୂତ୍ରୀ ଯୋଜନା

ଜାତିସଂଘ,୧୩।୧: ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ୮ ସୂତ୍ରୀ ଯୋଜନା ଉପସ୍ଥାପନ କରିଛି। ଆତଙ୍କବାଦକୁ କେବେ ସହ୍ୟ କରାଯିବ ନାହିଁ। ଏଥିପାଇଁ...

Advertisement
Archives

Model This Week