ନେପାଳରେ ସେନା ମୁଖ୍ୟ: ଓଲିଙ୍କୁ ଭେଟିବେ

ନୂଆଦିଲ୍ଲୀ/କାଠମାଣ୍ଡୁ,୪।୧୧: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ବୁଧବାର ୩ ଦିନିଆ ଗସ୍ତରେ ନେପାଳରେ ପହଞ୍ଚିଛନ୍ତି। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂର୍ବାହ୍ନ ୧୧ଟା ୩୦ରେ ସେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ନେପାଳ ସୈନ୍ୟ ବାହିନୀ ମୁଖ୍ୟ ଲ୍ୟୁଟନାଟ୍‌ ଜେନେରାଲ ପ୍ରଭୁରାମ ଶର୍ମା ଏସମ୍ପର୍କରେ ସୂଚନା ଦେଇଛନ୍ତି। ନରାଓ୍ବଣେଙ୍କ ସହିତ ପତ୍ନୀ ବୀଣା ନରାଓ୍ବଣେ ଏବଂ ଭାରତୀୟ ସେନାର ୪ ଅଧିକାରୀ ମଧ୍ୟ ନେପାଳ ଗସ୍ତରେ ଯାଇଛନ୍ତି। ସେମାନେ ପଶୁପତିନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ନରାଓ୍ବଣେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଭେଟିବେ। ନରାଓ୍ବଣେଙ୍କ ରହିବା ପାଇଁ କାଠମାଣ୍ଡୁର ହୋଟେଲ ସୋଲ୍ଟି ଇନ୍‌ର ଗୋସାଇଁକୁଣ୍ଡ ସୁଇଟ୍‌ ରୁମ୍‌ରେ ବ୍ୟବସ୍ଥା କରାଯାଇଛି। ଏଠାରେ ଗତବର୍ଷ ଚାଇନା ରାଷ୍ଟ୍ରପ୍ରତି ଶି ଜିନ୍‌ପିଙ୍ଗ ରାତ୍ରିଯାପନ କରିଥିଲେ। ଗସ୍ତ କାର୍ଯ୍ୟକ୍ରମ ନେଇ କାଠମାଣ୍ଡୁରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ନରାଓ୍ବଣେଙ୍କ ନେପାଳ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଦ୍ୱାରା ପ୍ରଭାବିତ ୮୨ ଦେଶ ମଧ୍ୟରେ ପାକିସ୍ତାନ ପ୍ରଥମ ସ୍ଥାନରେ-ଦ୍ୱିତୀୟରେ ସିଙ୍ଗାପୁର…

ଇସଲାମାବାଦ/ତାଇପେ ସିଟି,୧୩।୧୨ : ଚାଇନାର ବଢୁଥିବା ପ୍ରଭାବ ଉପରେ ନଜର ରଖୁଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୃଥିବୀର ୮୨ ଦେଶ ଉପରେ ଚାଇନା ନିଜର...

ଅଷ୍ଟ୍ରେଲିଆରେ ମନୁଷ୍ୟଙ୍କ ଉପରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଆରମ୍ଭ କରିବ ଆମେରିକା

କାନବେରା,୨୬।୫: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶରେ ଉଦ୍ୟମ ଅବ୍ୟାହତ ରହିଛି। ଆମେରିକାର...

୧୯ ମହଲାରୁ ଖସିପଡ଼ିଲେ ମହିଳା, ଅଧାବାଟରେ ଏମିତି ଝୁଲି ରହିଲେ

ବେଜିଂ,୨୪ା୧୧: ଜଣେ ମହିଳା ବାଲକୋନିରେ କପଡ଼ା ଶୁଖାଇବା ବେଳେ ଖସି ପଡ଼ିଥିଲେ। ସେ ତଳକୁ ଖସିବା ବେଳେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା। ଯାହା ଦେଖି...

ଜି୨୦ ସମିଟ୍‌ ଘୋଷଣାନାମା: ଜରୁରୀ ଭୂମିକା ନେଇଥିଲା ଭାରତ

ଓ୍ବାଶିଂଟନ,୨୦।୧୧: ଜି୨୦ ସମିଟ୍‌ ଘୋଷଣାନାମା ଆଲୋଚନାରେ ଭାରତ ଜରୁରୀ ଭୂମିକା ନିଭାଇଥିଲା ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେରିନ୍‌ ଜିନ୍‌-ପିଏରେ ଗଣମାଧ୍ୟମ ଆଗରେ ସ୍ବୀକାର...

ଗୋଲାପି ଆଖି ହୋଇପାରେ କରୋନା ଭାଇରସର ପ୍ରାରମ୍ଭିକ ଲକ୍ଷଣ

ଟରଣ୍ଟୋ,୨୦।୬: କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ଏହି ସଂକ୍ରମଣର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସିବାରେ...

ବିଲିୟନେୟାର ଏଲିଜାବେଥ୍‌ ଦୋଷୀ

ସାନ୍‌ ଫ୍ରାନ୍ସିସ୍‌କୋ, ୫ା୧: ଆମେରିକୀୟ ହେଲ୍‌ଥକେୟାର କମ୍ପାନୀ ଥେରାନୋସ୍‌ର ପ୍ରତିଷ୍ଠାତା ତଥା ଯୁବ ବିଲିୟନେୟାର ଏଲିଜାବେଥ୍‌ ହୋମସ୍‌ ନିବେଶକଙ୍କୁ ଠକିବା ମାମଲାରେ ସୋମବାର ଦୋଷୀ ସାବ୍ୟସ୍ତ...

ବାଂଲାଦେଶରେ ବିଦ୍ରୋହ: ଶେଖ ହସିନାଙ୍କ ଇସ୍ତଫା ଦାବି କଲେ ଲୋକେ…

ଢାକା,୧୦।୧୨ : ଶନିବାର ସକାଳେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି। ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର ନେତୃତ୍ୱରେ ଡକାଯାଇଥିବା ରାଲିରେ ହଜାର ହଜାର...

ବନ୍ଧୁକ ରଖିବା ଆମେରିକୀୟଙ୍କ ମୌଳିକ ଅଧିକାର: ସୁପ୍ରିମକୋର୍ଟ

ଓ୍ବାଶିଂଟନ,୨୪।୬: ବନ୍ଧୁକ ରଖିବା ଆମେରିକୀୟଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ଘଟଣା ଘଟି ଲୋକଙ୍କ...

Advertisement
Archives

Model This Week