ରାଜଧାନୀରେ ସଶସ୍ତ୍ର ଡକାୟତି

ଭୁବନେଶ୍ବର,୧୯।୮: ରାଜଧାନୀ ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଭଗବାନପୁରରେ ଥିବା ଏକ କୋରିଅର୍‌ ସଂସ୍ଥା କାର୍ଯ୍ୟାଳୟରେ ପଶି ୫ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, କେତେଜଣ ଦୁର୍ବୃତ୍ତ କୋରିଅର୍‌ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ପରେ ସେମାନେ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାର ଧମକ ଦେଇଥିଲେ। ଏପରିକି ଦୁର୍ବୃତ୍ତମାନେ କାର୍ଯ୍ୟାଳୟରୁ ୫ଲକ୍ଷ ଟଙ୍କା ଲୁଟ କରିଥିଲେ। ଦୁର୍ବୃତ୍ତମାନେ ଯିବା ବେଳେ କମ୍ପ୍ୟୁଟର ଭାଙ୍ଗି ହାର୍ଡ ଡିସ୍କ ଧରି ଫେରାର ହୋଇଯାଇଥିଲେ। ଖବର ପାଇ ତମାଣ୍ଡେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ଟେର୍‌ ପାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

ମେଘାନ ଓ ପିଲାଙ୍କ ସହ ବ୍ରିଟେନ ଫେରିବେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୮: ପ୍ରିନ୍ସ ହ୍ୟାରୀ ଏବଂ ତାଙ୍କ ପତ୍ନୀ ମେଘାନ ମାର୍କେଲ ଚଳିତ ମାସ ଶେଷ ଆଡ଼କୁ ସେମାନଙ୍କ ଦୁଇ ସନ୍ତାନଙ୍କ ସହ ବ୍ରିଟେନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।…

କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ…

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ସପ୍ତାହେ ଯାଏ ବର୍ଷା

ଭୁବନେଶ୍ୱର, ୨୧ା୮:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା…

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri