Posted inଖେଳ

ଆଇପିଏଲ ଅକ୍‌ଶନ: ଶ୍ରୀସନ୍ଥଙ୍କ ବେସ ପ୍ରାଇସ୍‌ ୭୫ ଲକ୍ଷ, ସର୍ବନିମ୍ନ ପାହ୍ୟାରେ ଅର୍ଜୁନ

ଚେନ୍ନାଇ, ୬ା୨- ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନିଲାମ ପ୍ରକ୍ରିୟାରେ ୧୦୯୭ ଜଣ ଖେଳାଳିଙ୍କ ନାମ ପଞ୍ଜୀକୃତ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ବାଂଲାଦେଶ ଅଲରାଉଣ୍ଡର ଶକିବ ଅଲ ହସନ ଏବଂ ପୂର୍ବତନ ଭାରତୀୟ ପେସର ଏସ. ଶ୍ରୀସନ୍ଥ। ଅନ୍ୟପକ୍ଷରେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ଏବଂ ଅଷ୍ଟ୍ରେଲିଆନ ଷ୍ଟାର ପେସର ମିଚେଲ ଷ୍ଟାର୍କ ଓହରିଯାଇଛନ୍ତି।

କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଛି। ଏକ ବର୍ଷ ବାସନ୍ଦାଦେଶ ଭୋଗିଥିବା ଶକିବଙ୍କ ବେସ୍‌ ପ୍ରାଇସ୍‌ ସର୍ବୋଚ୍ଚ ୨ କୋଟି ଟଙ୍କା ରଖାଯାଇଛି। ଅନ୍ୟପକ୍ଷରେ ୭ବର୍ଷ ପରେ କ୍ରିକେଟକୁ ଫେରିଥିବା ଶ୍ରୀସନ୍ଥଙ୍କ ବେସ୍‌ ପ୍ରାଇସ୍‌ ୭୫ ଲକ୍ଷ ଟଙ୍କା ରହିଛି। ସୂଚନାଯୋଗ୍ୟ, ୨୦୧୩ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କ ଭୂମିକାକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩୭ ବର୍ଷୀୟ ଏହି ପେସ୍‌ ବୋଲରଙ୍କୁ ଆଜୀବନ ବାସନ୍ଦ କରିଥିଲା। କିନ୍ତୁ ୨୦୧୯ ଅଗଷ୍ଟରେ ବାସନ୍ଦ ସମୟସୀମା ୭ ବର୍ଷକୁ ହ୍ରାସ କରାଯାଇଥିଲା।

ସବୁଠୁ ଅଧିକ ବେସ ପ୍ରାଇସ୍‌ ଥିବା ଖେଳାଳିଙ୍କ ତାଲିକାରେ ରହିଛନ୍ତି ହରଭଜନ ସିଂ, କେଦାର ଯାଦବ, ଷ୍ଟିଭ ସ୍ମିଥ୍‌, ଗ୍ଲେନ ମାକ୍ସଓ୍ବେଲ, ମୋଇନ ଅଲି, ସାମ୍‌ ବିଲିଙ୍ଗ୍ସ, ଜାସନ ରୟ, ମାର୍କ ଉଡ୍‌, ଲିଆମ ପ୍ଲଙ୍କେଟ ଏବଂ କଲିନ ଇନ୍‌ଗ୍ରାମଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି। ଅନ୍ୟପକ୍ଷରେ ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୫୦ ଲକ୍ଷ ଟଙ୍କା) ମଧ୍ୟ ନିଜ ନାମ ପଞ୍ଜୀକୃତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଲିମ୍‌ ଦୁରାନୀ ଏକ ଅନୁଷ୍ଠାନ: ମୋଦି

ନୂଆଦିଲ୍ଲୀ,୩ା୪(ପି.ଟି.): ଭାରତର କିମ୍ବଦନ୍ତୀ କ୍ରିକେଟର ସଲିମ୍‌ ଦୁରାନୀଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦୁରାନୀଙ୍କୁ ଜଣେ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିବା...

କୋହଲି-ଗାଙ୍ଗୁଲି କଳିକୁ ନେଇ ଏମିତି କହିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୧୨: ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିଛନ୍ତି। ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇଯିବାକୁ...

ଦିନିକିଆ ସିରିଜ ଜିତିଲା ପାକିସ୍ତାନ

ସେଞ୍ଚୁରିଆନ,୮।୪: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ୨୮ ରନରେ ବିଜୟୀ ହୋଇଛି। ସ୍ଥାନୀୟ ସୁପର ସ୍ପୋର୍ଟ ଗ୍ରାଉଣ୍ଡରେ...

ନିକୋଲ୍ସଙ୍କ ଅପରାଜିତ ଶତକ

ଓ୍ବେଲିଂଟନ, ୧୨ା୧୨ (ଏପି)-ସ୍ଥାନୀୟ ବେସିନ ରିଜର୍ଭଠାରେ ଶୁକ୍ରବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମ ଦିବସ...

ଲୌରିୟସ କ୍ରୀଡ଼ା ପୁରସ୍କାର: ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ମେସି, ହାମିଲଟନ ଯୁଗ୍ମ ବିଜେତା

ବର୍ଲିନ, ୧୮।୨ (ପି.ଟି.)- ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ବ୍ରିଟିଶ୍‌ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ଲୁଇସ ହାମିଲଟନ୍‌ ଓ ଆର୍ଜେଣ୍ଟିନା ଫୁଟ୍‌ବଲ ଷ୍ଟାର୍‌ ଲିଓନେଲ ମେସି...

ଅଲିମ୍ପିକ୍ସ ୨୦୨୧: କୋଚ୍‌ମାନଙ୍କ କାର୍ଯ୍ୟକାଳ ବଢାଇବ ଭାରତ

ନୂଆଦିଲ୍ଲୀ,୨୬।୩(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ଯେଉଁ କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା ସେମାନଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବ। ଅଲିମ୍ପିକ୍ସକୁ ଗୋଟିଏ ବର୍ଷ...

ଇତିହାସ ରଚିଲେ ନାଡାଲ

ମେଲବୋର୍ନ,୩୦।୧: ସ୍ପାନିଶ କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ଚଳିତ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ୫ ସେଟ୍‌ ବିଶିଷ୍ଟ ଫାଇନାଲରେ...

ପୂର୍ବତନ ଫୁଟ୍‌ବଲ ଅଧିନାୟକ ଚାପମ୍ୟାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୩ା୧୦ (ପି.ଟି.)-ଭାରତର ପୂର୍ବତନ ଫୁଟ୍‌ବଲ ଅଧିନାୟକ ଓ ମିଡ୍‌ଫିଲ୍‌ଡର ଚାର୍ଲଟନ ଚାପମ୍ୟାନଙ୍କର ହୃଦ୍‌ଘାତରେ ବାଙ୍ଗାଲୋରରେ ପରଲୋକ ହୋଇଯାଇଛି। ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା। ୧୯୯୦...

Advertisement
Archives

Model This Week