Posted inଖେଳ

ଆର୍ଜେଣ୍ଟିନା ଉତ୍ସବ ମୁଖରିତ

ବୁଏନ୍ସ ଏୟାର୍ସ, ୧୬/୧୨ (ଏପି):ଆର୍ଜେଣ୍ଟିନା କାତାର ଫୁଟ୍‌ବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିବା ପରେ ଏହି ଦେଶରେ ଖୁସିର ଲହରି ଖେଳିଯାଇଥିଲା। ମ୍ୟାଚ ଶେଷ ହେବା ପରେ ରାଜଧାନୀ ବୁଏନ୍ସ ଏୟାର୍ସରେ ପ୍ରଶଂସକମାନେ ରାସ୍ତାକୁ ଚାଲିଆସିଥିଲେ। ଲୋକେ ସେମାନଙ୍କ କାର୍‌ରେ ଜାତୀୟ ପତାକା ହଲାଇ ବିଜୟକୁ ସ୍ବାଗତ କରିଥିଲେ। ଅନ୍ୟ କେତେକ ଜାତୀୟ ଦଳର ଜର୍ସି ପିନ୍ଧି ହର୍ଷ ଉଲ୍ଲାସରେ ନୃତ୍ୟଗୀତରେ ମାତିଯାଇଥିଲେ। ମ୍ୟାଚ୍‌ ବେଳେ କିନ୍ତୁ ବୁଏନ୍ସ ଏୟାର୍ସ ସହର ଏକପ୍ରକାର ନିସ୍ତବ୍ଧ ହୋଇପଡ଼ିଥିଲା। ପ୍ରଶଂସକମାନେ କାଫେ, ରେସ୍ତୋରଁା ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ଼ ଜମାଇ ବଡ଼ ବଡ଼ ସ୍କ୍ରିନ୍‌ରେ ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଦଳର ଖେଳକୁ ଉପଭୋଗ କରୁଥିଲେ। ଏକ ବିଜ୍ଞାପନ ସଂସ୍ଥାରେ କାର୍ଯ୍ୟ କରୁଥିବା ୩୧ ବର୍ଷୀୟ ଏମିଲିଆନୋ ଆଦାମ ଦେଶର ପତାକାର ଏକ ଟୋପି ପିନ୍ଧି ବିଜୟ ଉତ୍ସବରେ ସାମିଲ ହୋଇଥିଲ। ତାଙ୍କ ଆନନ୍ଦର ଆଉ ସୀମା ନାହିଁ। ସେ ପ୍ରଥମ ଥର ଏକ ମ୍ୟାଚକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିପାରିଥିବା କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ଆରମ୍ଭ ଯନ୍ତ୍ରଣାଦାୟକ ଥିଲା। ଏହାପରେ ଦଳ ବିଜୟ ପଥକୁ ଫେରିଥିଲା। ଦେଶରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୧୦୦ ପ୍ରତିଶତ ପାଖାପାଖି ରହିଛି, ପ୍ରତି ୧୦ଜଣରେ ୪ଜଣ ଦାରିଦ୍ର୍ୟ କଷାଘାତରେ ଜୀବନ ନିର୍ବାହ କରୁଛନ୍ତି। ମଙ୍ଗଳବାରର ବିଜୟରେ ଆମେ ଏତେ ଉତ୍ସାହିତ ହୋଇପଡ଼ିଛୁ ଯେ, ସତେଯେମିତି ଆମେ ବହୁ ବର୍ଷ ଧରି ଆନନ୍ଦର ସହ ଜୀବନ ଅତିବାହିତ କରିଆସୁଛୁ। ଏହି ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା, ଯାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ ବୋଲି ୨୭ ବର୍ଷୀୟା ଅଭିନେତ୍ରୀ ଲୈଲା ଡେସ୍‌ମେରୀ କହିଛନ୍ତି। ବୁଏନ୍ସ ଏୟାର୍ସ ପଡ଼ୋଶୀ ପାଲରମୋଠାରେ ଥିବା ଏକ ପାରମ୍ପରିକ କାଫେରେ ଟେଲିଭିଜନ ସ୍କ୍ରିନ୍‌ରେ ଲୋକେ ସେମିଫାଇନାଲ ଦେଖୁଥିଲେ। ମ୍ୟାଚରେ ୩୩ ମିନିଟ୍‌ ଖେଳ ଗୋଲ୍‌ଶୂନ୍ୟ ରହିବା ପରେ ସେମାନେ ନର୍ଭସ ହୋଇପଡ଼ିଥିଲେ। ମାତ୍ର ମେସି ପେନାଲ୍ଟି କିକ୍‌ ଜରିଆରେ ଗୋଲ୍‌ ସ୍କୋର କରିବା ମାତ୍ରେ ସ୍ଥାନଟି ଉତ୍ସବ ମୁଖରିତ ହୋଇପଡ଼ିଥିଲା। ଲୋକେ ମେସି, ମେସି, ମେସି ବୋଲି ଚିତ୍କାର କରିବା ସହ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଟେକି ଆଶୀର୍ବାଦ ଭିକ୍ଷା କରିଥିଲେ। ହର୍ଷ ଉଲ୍ଲାସ ଥମିବାକୁ ଯାଉଥିବା ବେଳେ ଜୁଲିଆନ୍‌ ଅଲ୍‌ଭାରେଜଙ୍କ ଗୋଲ ପ୍ରଶଂସକଙ୍କୁ ଖୁସିରେ ଆତ୍ମହରା କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?