Posted inଖେଳ

୩୬ ବର୍ଷର ଅପେକ୍ଷା

ଆପଣ ମୋ କଥାରେ ରାଜି ହୋଇପାରନ୍ତି ଅବା ନ ହୋଇପାରନ୍ତି, କିନ୍ତୁ ଏହା ଲିଓନେଲ ମେସିଙ୍କ ବିଶ୍ୱକପ୍‌ ବୋଲି ମୁଁ କହିବି। ବର୍ତ୍ତମାନ ସେ କେବଳ ଆର୍ଜେଣ୍ଟିନାର ନୁହନ୍ତି ବିଶ୍ୱ ଫୁଟ୍‌ବଲକୁ ପ୍ରତିନିଧିତ୍ୱ କରୁଛନ୍ତି। ପିଚ୍‌ରେ ଏବଂ ପିଚ୍‌ ବାହାରେ ସେ ଦଳର ନେତୃତ୍ୱ ନେଉଛନ୍ତି। ସେ ଗୋଲ୍‌ ସ୍କୋର କରୁଛନ୍ତି, ଅନ୍ୟମାନଙ୍କୁ ସ୍କୋର କରିବାରେ ସହାୟତା କରୁଛନ୍ତି। ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡ଼ା କରିବା ଦେଖିବାକୁ ମିଳୁନି। କାତାରରେ ଲକର ରୁମ୍‌ରେ ସେ ସମଗ୍ର ଟିମ୍‌କୁ ଉତ୍ସାହିତ କରୁଥିବାର ମୁଁ ଲକ୍ଷ୍ୟ କରିଛି। ଏହି ବିଶ୍ୱକପ୍‌ରେ ଆର୍ଜେଣ୍ଟିନାବାସୀ ମେସିଙ୍କ ନିକଟରେ ମାରାଡୋନାଙ୍କ ଉତ୍ସାହ, ଉଦ୍ଦୀପନା,ଆବେଗ ଓ ମ୍ୟାଚ ଜିତିବାର କ୍ଷୁଧା ଦେଖିବାକୁ ପାଉଛନ୍ତି। ବିଶ୍ୱକପ୍‌ ସଫଳତା ହାସଲ ପାଇଁ ଆଉ ମାତ୍ର ଗୋଟିଏ ମ୍ୟାଚ ବାକି ରହିଛି, ଯେଉଁଥିପାଇଁ ଆମ ଦେଶ ୩୬ବର୍ଷ ହେଲା ଅପେକ୍ଷା କରି ରହିଛି। ଆର୍ଜେଣ୍ଟିନା-କ୍ରୋଏସିଆ ସେମିଫାଇନାଲରେ ଦୁଇ ଦଳ ଆରମ୍ଭରେ ନିଜକୁ ସୁରକ୍ଷିତ ରଖି ଅଧିକ ରିସ୍କ ନ ନେଇ ଖେଳିଥିଲେ। ଆର୍ଜେଣ୍ଟିନା କିନ୍ତୁ ସବୁବେଳେ ତୁଳନାତ୍ମକ ଭାବେ ଅଧିକ ରିସ୍କ ନେଇଥାଏ। ପ୍ରଥମାର୍ଦ୍ଧର ୧୦ ମିନିଟ ପରେ କ୍ରୋଏସିଆ ବଲ୍‌ ଓ ଗେମ୍‌କୁ ନିଜ ଅକ୍ତିଆର କରିବାରେ ଲାଗିପଡ଼ିଥିଲା। ମାତ୍ର ଆର୍ଜେଣ୍ଟିନା କ୍ରସ୍‌ ପାସ୍‌, ଏକ କର୍ନର ଏବଂ ଡିଫେଣ୍ଡରମାନଙ୍କ ଆଡୁ ଉତ୍ତମ କଟ୍‌ ସେମାନଙ୍କୁ ଆଗେଇବାକୁ ଦେଇ ନ ଥିଲା। ୩୪ମିନିଟ୍‌ ଖେଳ ପରେ ଜୁଲିଆନ ଆଲ୍‌ଭାରେଜଙ୍କୁ ଏକ ଫ୍ରଣ୍ଟାଲ ପାସ୍‌ ବେଳେ ଗୋଲକିପରଙ୍କ ପାଇଁ ପେନାଲ୍ଟି ମିଳିଥିଲା। ମେସି ଏହାକୁ ଗୋଲରେ ରୂପାନ୍ତରିତ କରି ଖେଳର ଗତିପଥ ବଦଳାଇ ଦେଇଥିଲେ। ପରେ ଏକ ପ୍ରତିଆକ୍ରମଣ ବେଳେ ଆଲଭାରେଜ ବଲ୍‌ ସହିତ ୭୦ ମିଟର ଦୌଡ଼ ଲଗାଇ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧ ଖେଳରେ ବିଶ୍ୱର ରନର-ଅପ୍‌ ଦଳ ବଲ୍‌କୁ ହାତେଇବା ସହ ଫରଓ୍ବାର୍ଡଙ୍କୁ ସକ୍ରିୟ କରିଥିଲା। ସେମାନେ ଗେମ୍‌ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖି କେତୋଟି ଗୋଲ ସୁଯୋଗ ସୃଷ୍ଟି କରିଥିଲେ ହେଁ ସଫଳ ହୋଇ ନ ଥିଲେ। ଦ୍ୱିତୀୟାର୍ଦ୍ଧ ଖେଳର ୨୪ ତମ ମିନିଟ୍‌ରେ ଆର୍ଜେଣ୍ଟିନା ଦଳ ପକ୍ଷରୁ ଏକ ବଡ଼ ଉଦ୍ୟମ ହୋଇଥିଲା। ତାଙ୍କ ସହାୟତାରେ ଆଲଭାରେଜ ପୁଣି ଏକ ଗୋଲ୍‌ ସ୍କୋର କରିଥିଲେ। ଏହି ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ଦୁଇ ଶ୍ରେଷ୍ଠ ଖେଳାଳି ହେଲେ ମେସି ଓ ଆଲଭାରେଜ। ମେସି ବର୍ତ୍ତମାନ ଖୁସି ଅଛନ୍ତି। ବିଶ୍ୱକପ୍‌କୁ ପ୍ରକୃତରେ ସେ ଉପଭୋଗ କରୁଛନ୍ତି। ତାଙ୍କ ସହ ମୋର ଉତ୍ତମ ସମ୍ପର୍କ ରହିଛି। ଜାତୀୟ ଦଳ ସହ ଆମେ ବହୁ ମୁହୂର୍ତ୍ତ ବିତାଇଛୁ। ସର୍ବକାଳୀନ ତାଙ୍କୁ ମାରାଡୋନାଙ୍କ ସହ ତୁଳନା କରାଯାଉଛି। ମାତ୍ର ଏହା ତାଙ୍କୁ ଖୁବ୍‌ ଖରାପ ଲାଗିପାରେ। ସେ ଫୁଟ୍‌ବଲ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ମାନ୍ୟତା ଲାଭ କରିସାରିଛନ୍ତି। ଏକ ବିଶ୍ୱକପ୍‌ରେ ତାଙ୍କର ପୂର୍ଣ୍ଣତାପ୍ରାପ୍ତି ହେବ।
-(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?