ବସ୍‌ ଓଲଟିବା ଘଟଣା: ଜଣେ ମୃତ

ବାରିପଦା ଅଫିସ,୧୬ା୧୨: ମୟୂରଭଞ୍ଜ ଜିଲା ୧୮ନଂ ଜାତୀୟ ରାଜପଥ କୁଳିଅଣା ଛକ ନିକଟରେ ଶୁକ୍ରବାର ଏକ ଯାତ୍ରାବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ବସ୍‌ରେ ଥିବା ୩୦ରୁ ଊଦ୍ଧର୍‌ବ ଯାତ୍ରୀ ଆହତ ହୋଇଛନ୍ତି । ଏହା ସହିତ ୧୦ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ହେଲେ ରାଇରଙ୍ଗପୁର ଅଞ୍ଚଳର ନୀଳାମ୍ବର ମହାନ୍ତ(୫୦)। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ, ଗୌରୀ ନାମକ ଏକ ଘରୋଇ ବସ୍‌ ଖିଚିଂରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୀର୍ଘ ଦିନ ଧରି ଫ୍ଲାଏ ଓଭର ବ୍ରିଜ୍‌ କାମ ଚାଲି ଥିବା ବେଳେ ଖରାପ ରାସ୍ତା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ସାଢେ ୭ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ ଅଫିସ,୨।୧୧: ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ଧ୍ରୁବଚରଣ ନାଥଙ୍କ ୭ଲକ୍ଷ ୫୫ ହଜାର ୪୨୭ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି...

ଯୁକ୍ତ୨ ପରୀକ୍ଷା: ନୂଆ ପଦ୍ଧତିରେ ସ୍ବଚ୍ଛତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୧୧ା୧୦(ବ୍ୟୁରୋ): ଯୁକ୍ତ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ନୂଆ ପଦ୍ଧତି ଆପଣାଇଛି। ସିଏଚ୍‌ଏସ୍‌ଇର ଏହି ପରୀକ୍ଷା ସଂସ୍କାର ନୀତିରେ ସରକାରଙ୍କ...

ହାଥରସ ମାମଲା: କଳାହାଣ୍ଡି ଛାତ୍ର କଂଗ୍ରେସର ବିକ୍ଷୋଭ

ଭବାନୀପାଟଣା,୨।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଠାରେ ଜଣେ ଦଳିତ ଯୁବତୀଙ୍କ ସହ ଘଟିଯାଇଥିବା ଗଣବଳାତ୍କାରକୁ ବିରୋଧ କରି କଳାହାଣ୍ଡି ଛାତ୍ର କଂଗ୍ରେସ ତରଫରୁ ଭବାନୀପାଟଣା କଲଜେ ଛକରେ...

ଆଜିଠୁ ୨ ଦିନିଆ ଭାରତ ବନ୍ଦ: ସ୍ଥିତି ଦେଖି ନିଷ୍ପତ୍ତି

ଭୁବନେଶ୍ୱର, ୨୮।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଏକପାଖିଆ ନିଷ୍ପତ୍ତି ସାଙ୍ଗକୁ ଅନେକ ଜନବିରୋଧୀ ଆଇନ ଓ ଦରବୃଦ୍ଧିକୁ ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ସୋମବାରଠାରୁ ୨ଦିନିଆ...

ବଜ୍ରକାପ୍ତା ଚାଲାଣବେଳେ ଧରାପଡ଼ିଲା, ୩୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାନ୍ତା

ଭୁବନେଶ୍ୱର (ବ୍ୟୁରୋ), ବଡ଼ମ୍ବା (ଡି.ଏନ୍‌.ଏ.), ୧୮ା୪: ରାଜ୍ୟରେ ବେଧଡ଼କ ଚାଲିଛି ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ। ଶୁକ୍ରବାର ଆଉଏକ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟକୁ...

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୫.୫୮ ଲକ୍ଷ

ପୋଲସରା,୩୦ା୪(ଡି.ଏନ.ଏ.)- ପୋଲସରା ବିଇଓ ଅଫିସର ସମସ୍ତ କର୍ମଚାରୀ ଓ ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘର ଶିକ୍ଷକ ଗୋଟିଏ ଦିନର ଦରମା ୫ ଲକ୍ଷ ୫୮ ହଜାର...

‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ଉଦ୍‌ଘାଟିତ

ବାଲେଶ୍ୱର ଅଫିସ,୨୫ା୧୨:ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଜାତୀୟସ୍ତରୀୟ ଶିଳ୍ପ ଏବଂ ବାଣିଜ୍ୟ ମେଳା ‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ର ଅଣୁ, କ୍ଷୁଦ୍ର...

‘ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦିଅ’

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଢେଙ୍କାନାଳ ହେଉଛି ସଂଗ୍ରାମୀଙ୍କ ମାଟି। ଜାତିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ଯାଇ ଜିଲାର ବହୁ ବୀର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଛନ୍ତି। ଏବେ...

Advertisement
Archives

Model This Week