Posted inଫୁରସତ

ସୋସିଆଲ ମିଡିଆରେ ଏପରି ପୋଷ୍ଟ କରୁଛନ୍ତି କି? ସାରା ଜୀବନ କରିବେ ପଶ୍ଚାତାପ

ସାଧାରଣତଃ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର କିଛି ଲୋକ କେବଳ ଫଟୋ ପୋଷ୍ଟ କରିଥାନ୍ତି। ଖାଲି ସେତିକି ନୁହେଁ, ଫଟୋରେ ଲାଇକ୍‌, କମେଣ୍ଟ ଅଧିକ ପାଇବା ପାଇଁ ଅଜବ ପ୍ରକାର ଉପାୟ ମଧ୍ୟ ଆପଣାଇଥାନ୍ତି। କିନ୍ତୁ ବହୁତ କମ୍‌ ଲୋକ ଜାଣିଥାନ୍ତି ଯେ, ଫଟୋ ପୋଷ୍ଟ କରିବା ସମୟରେ ସେମାନେ ଅଜାଣତରେ କିଛି ଏପରି ଭୁଲ କରିଥାନ୍ତି ଯାହାଦ୍ୱାରା ଜୀବନସାରା ପଶ୍ଚାତାପ କରିବାକୁ ପଡ଼ିଥାଏ।

ମନେ ରଖନ୍ତୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ସମୟରେ ଆପଣଙ୍କ ସହ କିଏ ଅଛନ୍ତି ପ୍ରଥମେ ଧ୍ୟାନ ଦେବେ। କାରଣ ଲୋକମାନେ ସୋସିଆଲ ମିଡିଆରେ କେବଳ ଆପଣଙ୍କୁ ନୁହେଁ ବରଂ ଆପଣଙ୍କ ନିକଟରେ କିଏ ଅଛି ତାଙ୍କୁ ମଧ୍ୟ ଦେଖିଥାନ୍ତି।

ବେଳେବେଳେ ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖାଦ୍ୟର ଫଟୋ ଶେୟାର କରିଥାନ୍ତି। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନଶୈଳୀ ଲୋକେ ଜାଣି ଦିଅନ୍ତି। କ’ଣ ଖାଉଛନ୍ତି ତାହା ଜଣାପଡ଼ିଥାଏ। ମାତ୍ର ଏପରି କରିବା ଆଦୌ ଉଚିତ୍‌ ନୁହେଁ। ସମସ୍ତେ ଯେ ଆପଣଙ୍କ ଖାଦ୍ୟକୁ ପସନ୍ଦ କରିବେ କିଛି ମାନେ ନ ଥାଏ। ଅନେକ ଲୋକ ଆପଣଙ୍କ ଖାଦ୍ୟକୁ ନେଇ ସମାଲୋଚନା ମଧ୍ୟ କରିଥାନ୍ତି। ତେଣୁ ଯଥା ସମ୍ଭବ ଏପରି ପୋଷ୍ଟ ଠାରୁ ନିଜକୁ ଦୂରେଇ ରଖନ୍ତୁ।

ବେଳେବେଳେ ଅଫିସରେ କାମ କରୁଥିବା କର୍ମଚାରୀ ବିଭିନ୍ନ ଆଳ ଦେଖାଇ ଛୁଟି ନେଇଥାନ୍ତି। କେହି କେହି ଦେହ ଖରାପ କହି ଛୁଟି ନେଇଥାନ୍ତି। ମାତ୍ର ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ସ୍ଥାନ ବୁଲୁଥିବାର ଫଟୋ ଶେୟାର କରିଥାନ୍ତି। ଫଳରେ ଏପରି କରିବା ଦ୍ୱାରା ଏହା ବସ୍‌ଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ତେଣୁ ସୋସିଆଲ ମିଡିଆରେ ଫଟୋ ଶେୟାର କରିବା ସମୟରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ୍‌ ଏହି ସାମାନ୍ୟ ଭୁଲ୍‌ ପାଇଁ ସାରା ଜୀବନ ଅନୁତାପ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇରାନ ସହ ଡିଲ୍‌ରେ ପାକିସ୍ତାନର ଲଟେରୀ! ଟ୍ରମ୍ପ ଦେବେ ବଡ଼ ପ୍ୟାକେଜ୍‌, ଜାଣନ୍ତୁ କଣ

ଇସଲାମବାଦ,୧୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଏବେ କମିବା ପରି ମନେ ହେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏକ…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

ଅଶୋଧିତ ତୈଳ ମୂଲ୍ୟ ହ୍ରାସ:ଆମେରିକା-ଇରାନ ଚୁକ୍ତି ପରେ ପ୍ରଥମ ଜାହାଜ ଭାବେ ହର୍ମୁଜ ଛାଡ଼ିଲା ‘ଦିଶା’

ଓ୍ବାଶିଂଟନ,୧୫।୬: ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ମାଧ୍ୟମରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ବିବାଦ ଯୋଗୁ ମାସ ମାସ ଧରି…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri