Posted inଜାତୀୟ

ଅନ୍ୟ ବନ୍ଦୀଙ୍କୁ ବି ଆଗୁଆ ଛାଡ଼ୁଛ କି

ନୂଆଦିଲ୍ଲୀ,୧୮ା୮:୨୦୦୨ ଗୁଜରାଟ ଦଙ୍ଗାବେଳେ ମୁସଲମାନ ମହିଳା ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ସମୟ ପୂର୍ବରୁ ଜେଲରୁ ମୁକ୍ତ କରାଯିବା ଉପରେ ଗୁରୁବାର ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଗୁଡ଼ିକ ରେମିସନ୍‌(ଦୋଷୀଙ୍କୁ କ୍ଷମା ପ୍ରଦାନ ପୂର୍ବକ ଆଗୁଆ ମୁକ୍ତ କରିବା) ପ୍ରଦାନ ସମୟରେ ବାଛବିଚାର କରିବା ଅନୁଚିତ। ଏହି ନିୟମ ପ୍ରତ୍ୟେକ ବନ୍ଦୀଙ୍କ ପାଇଁ ପ୍ରଯୁଜ୍ୟ ହୋଇଥିବାବେଳେ କେବଳ ବିଲ୍‌କିସ୍‌ ବାନୋଙ୍କ ଦୋଷୀଙ୍କ କ୍ଷେତ୍ରରେ କାହିଁକି ଲାଗୁହେଲା ବୋଲି ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।
ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ପରେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌(୨୧) ଓ ତାଙ୍କ ପରିବାରର କେତେଜଣ ସଦସ୍ୟ ଜୀବନ ବଞ୍ଚାଇବା ପାଇଁ ଏକ ଟ୍ରକ୍‌ରେ ଯାଉଥିଲେ। ଏହି ସମୟରେ ହିନ୍ଦୁ ସମ୍ପ୍ରଦାୟର କେତେଜଣ ବ୍ୟକ୍ତି ବିଲ୍‌କିସ୍‌ଙ୍କୁ ଗଣବଳାତ୍କାର କରିବା ସହ ତାଙ୍କ ୩ ମାସର ଝିଅ ସମେତ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ। ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୧୧ ଜଣଙ୍କ ଦଣ୍ଡକୁ ପରବର୍ତ୍ତୀ ସମୟରେ ଆଜୀବନ ଜେଲଦଣ୍ଡରେ ପରିବର୍ତ୍ତିତ କରାଯାଇଥିଲା। ୨୦୨୨ ଅଗଷ୍ଟ ୧୫ରେ ସେମାନଙ୍କୁ ଗୋଧ୍ରା ଉପକାରାଗାରରୁ ମୁକ୍ତ କରାଯାଇଥିଲା। ବିଲ୍‌କିସ୍‌ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥଲେ। ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ଉଜ୍ଜ୍ୱଲ ଭୂୟଁାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗୁରୁବାର ଏହାର ଶୁଣାଣିବେଳେ ଗୁଜରାଟ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଏସ୍‌.ଭି. ରାଜୁ ଯୁକ୍ତି ବାଢ଼ିଥିଲେ, ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ମଧ୍ୟ ଆତ୍ମସଂସ୍କାର ପାଇଁ ସୁଯୋଗ ଦିଆଯିବା ଉଚିତ ବୋଲି ଆଇନ କହୁଛି। ୧୧ ଦୋଷୀଙ୍କ ଅପରାଧ ବିରଳରୁ ବିରଳତମ ବର୍ଗରେ ଆସୁନାହିଁ। ତେଣୁ ସେମାନେ ସୁଧୁରିବା ସୁଯୋଗ ପାଇବା ପାଇଁ ଯୋଗ୍ୟ ବୋଲି ରାଜୁ କହିଥିଲେ। ଏହା ଉପରେ ଖଣ୍ଡପୀଠ କହିଥିଲେ, ଜେଲରେ ଥିବା ଅନ୍ୟ କଏଦୀମାନଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି କି? ଦେଶର ଜେଲଗୁଡ଼ିକରେ କଏଦୀମାନଙ୍କ ସଂଖ୍ୟା ଧାରଣ କ୍ଷମତାଠାରୁ କାହିଁକି ଅଧିକ ରହିଛି? ଆଗୁଆ ମୁକ୍ତି ନୀତି କାହିଁକି କେବଳ ନିର୍ଦ୍ଦିଷ୍ଟ କଏଦୀମାନଙ୍କ କ୍ଷେତ୍ରରେ ଲାଗୁ କରାଯାଉଛି? ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୧୧ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ୧୪ ବର୍ଷ ଜେଲରେ ରହିବା ପରେ ସେମାନଙ୍କୁ କାହିଁକି ଛଡ଼ାଗଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ ହେବ। ପ୍ରକାଶ ଯେ, ବିଲ୍‌କିସ୍‌ଙ୍କ ସହ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର, ସିପିଆଇଏମ୍‌ ନେତ୍ରୀ ଶୁଭାଷିନୀ ଅଲୀଙ୍କ ସମେତ ଆଉ କେତେଜଣ ଗୁଜରାଟ ସରକାରଙ୍କ ରେମିସନ ପଲିସିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ନେପାଳରେ ବନ୍ୟା ତାଣ୍ଡବ: ୨୮୮ ଭାରତୀୟଙ୍କ ମିଳୁନି ପତ୍ତା,୨୧ ଉଦ୍ଧାର

ନୂଆଦିଲ୍ଲୀ,୨୭।୮: ନେପାଳରେ ବନ୍ୟା ପରେ ୨୮୮ ଜଣ ଭାରତୀୟ ନିଖୋଜ ଥିବା ରିପୋର୍ଟ ହୋଇଛି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟର…

Appleର ବଡ଼ ଘୋଷଣା! ଏହି ତାରିଖରେ ଲଞ୍ଚ ହେବ iPhone 18 Pro, ଏତିକି ରହିବ ଦାମ୍

ନୂଆଦିଲ୍ଲୀ,୨୭।୮: Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ…

ପୁଣି କ୍ରାଶ୍‌ ହେଲା ବିମାନ: ସବୁକିଛି ଚୁର୍‌ମାର୍‌, ବିମାନରେ ଥିଲେ…

ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri