Posted inଖେଳ

ତୀରନ୍ଦାଜ ରିକର୍ଭ ଇଭେଣ୍ଟ: ମହିଳା, ପୁରୁଷ କ୍ୱାର୍ଟରରେ

ପ୍ୟାରିସ, ୨୬ା୭ (ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଦଳ ଚମତ୍କାର ଆରମ୍ଭ କରିଛି। ଗୁରୁବାର ଉଭୟ ମହିଳା ଓ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଅଙ୍କିତା ଭକତ ବ୍ୟକ୍ତିଗତ ମହିଳା ରିକର୍ଭ ପ୍ରତିଯୋଗିତାରେ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୧ଶ ସ୍ଥାନ ଅଧିକାର କରିଥିବା ବେଳେ ଟିମ୍‌ ଇଭେଣ୍ଟରେ ୪ର୍ଥ ସ୍ଥାନ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ୨୬ବର୍ଷୀୟା ଅଙ୍କିତା ୬୬୬ ପଏଣ୍ଟ ସହ ଭାରାତୀୟ ମହିଳାଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ପଛକୁ ଭଜନ କୌର (୫୫୯ ପଏଣ୍ଟ ସହ ୨୨ତମ ସ୍ଥାନ) ଏବଂ ଦୀପିକା କୁମାରୀ (୬୫୮ ପଏଣ୍ଟ ସହ ୨୩ତମ ସ୍ଥାନ) ରହିଥିଲେ। ଟିମ୍‌ ଇଭେଣ୍ଟରେ ଭାରତ ୧୯୮୩ ପଏଣ୍ଟ ସ୍କୋର କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଦକ୍ଷିଣ କୋରିଆ ୨୦୪୬ ପଏଣ୍ଟ ସହ ଷ୍ଟାଣ୍ଡିଂର ଶୀର୍ଷରେ ରହିଥିବା ବେଳେ ଚାଇନା ଦ୍ୱିତୀୟ ଓ ମେକ୍ସିକୋ ତୃତୀୟ ସ୍ଥାନ ଅଧିକାର କରିଥିଲା। ଷ୍ଟାଣ୍ଡିଂ ଶ୍ରେଷ୍ଠ ୪ ଦଳ ସିଧାସଳଖ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୫ମରୁ ୧୨ତମ ସ୍ଥାନରେ ରହିଥିବା ଦଳଗୁଡ଼ିକ ମଧ୍ୟରେ ପ୍ରି-କ୍ୱାର୍ଟର ଅନୁଷ୍ଠିତ ହେବ।

ଭାରତ କ୍ୱାର୍ଟରଫାଇନାଲରେ ଫ୍ରାନ୍ସ ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁଥିବା ମ୍ୟାଚର ବିଜେତା ସହ ଖେଳିବ। ଭାରତ କ୍ୱାର୍ଟରଫାଇନାଲ ଜିତିଲେ ସେମିଫାଇନାଲରେ ହେଭିଓ୍ବେଟ୍‌ କୋରିଆ ସହିତ ମୁକାବିଲା କରିବ। ୩ବର୍ଷ ପୂର୍ବେ କୋରିଆ ମହିଳା ଦଳ ଅଲିମ୍ପିକ୍ସରେ କ୍ରମାଗତ ୯ମ ଥର ପଦକ ଜିତି ଅବିସ୍ମରଣୀୟ ରହିଛି। ବ୍ୟକ୍ତିଗତ ବିଭାଗରେ କୋରିଆର ଲିମ୍‌ ଶିୟନ ୬୯୪ ସ୍କୋର କରି ବିଶ୍ୱ ରେକର୍ଡ ସହ ଷ୍ଟାଣ୍ଡିଂର ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାଙ୍କ ଦେଶର ସୁୟନ ନାମ୍‌ (୬୮୮) ଦ୍ୱିତୀୟ ଏବଂ ଚାଇନାର ୟାଙ୍ଗ ଜିଆଓଲେଇ (୬୭୩) ତୃତୀୟ ହୋଇଥିଲେ। ସପ୍ଲାନେଡ୍‌ ଡେସ୍‌ ଇନ୍‌ଭାଲିଡେସ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାରତୀୟ ପୁରୁଷ ଦଳ ଟପ୍‌-୪ ମଧ୍ୟରେ ଫିନିଶ କରିଛି। ଧୀରଜ ବୋମ୍ମାଦେବରା, ତରୁରଦୀପ ରାୟ ଓ ପ୍ରବୀଣ ଜାଦବଙ୍କ ଦଳ ଚମତ୍କାର ପ୍ରଦର୍ଶନ କରି ୨୦୧୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା। ଦକ୍ଷିଣ କୋରିଆ ୨୦୪୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଫ୍ରାନ୍ସ ୨୦୨୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିଲା। ଅନ୍ୟ ପକ୍ଷରେ ଚାଇନା ୧୯୯୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ବ୍ୟକ୍ତିଗତ ପ୍ରଦର୍ଶନକୁ ଦୃଷ୍ଟିରେ ରଖିଲେ ଧୀରଜ ବୋମ୍ମାଦେବରା ୬୮୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ତରୁଣଦୀପ ରାୟ ୬୭୪ ପଏଣ୍ଟ ସହ ୧୪ ତମ ସ୍ଥାନ ହାସଲ କରିଥିବା ବେଳେ ଅନ୍ୟତମ ଭାରତୀୟ ପ୍ରବୀଣ ଯାଦବ ୬୫୮ ପଏଣ୍ଟ ସହ ୩୯ନମ୍ବର ସ୍ଥାନରେ ରହିଛନ୍ତି।

ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଚାଇନିଜ୍‌ ତାଇପେ, ଗ୍ରେଟ୍‌ ବ୍ରିଟେନ୍‌, ତୁର୍କୀ, କଲମ୍ବିଆ, ଇଟାଲୀ, କାଜାଖସ୍ତାନ, ଜାପାନ ଓ ମେକ୍ସିକୋ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ତୁର୍କୀ ଓ କଲମ୍ବିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭାରତ କ୍ୱାର୍ଟର ଫାଇନାଲରେ ଭେଟିବ। ପୁରୁଷ ଖେଳାଳିଙ୍କ ମଧ୍ୟରେ ଧୀରଜ ସର୍ବାଧିକ ୬୮୧ ପଏଣ୍ଟ ସ୍କୋର କରିଥିବା ବେଳେ ମହିଳା ଖେଳାଳିଙ୍କ ମଧ୍ୟରେ ଅଙ୍କିତା ଭକତ ୬୬୬ ପଏଣ୍ଟ ସ୍କୋର କରିଛନ୍ତି। ମିକ୍ସଡ ଟିମ୍‌ ଇଭେଣ୍ଟରେ ଭାରତୀୟ ଦଳ ୧୩୪୭ ପଏଣ୍ଟ ଅର୍ଜନ କରି ପଞ୍ଚମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?