Posted inଖେଳ

ଇଂଲଣ୍ଡ ଦଳରେ ଯୋଗ ଦେଲେ ଆର୍ଚର

ମାଞ୍ଚେଷ୍ଟର, ୨୨|୭ (ଏପି)-କରୋନା ଭାଇରସ୍‌ ପାଇଁ ଦ୍ୱିତୀୟ ଟେଷ୍ଟରେ ନେଗେଟିଭ୍‌ ଆସିପରେ ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଯୋଗ ଦେଇଛନ୍ତି। ଗତ ସପ୍ତାହରେ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହୋଭ୍‌ସ୍ଥିତ ନିଜ ଘରକୁ ଚାଲିଯାଇଥିଲେ। ଏହାଦ୍ୱାରା ସେ ଜୈବସୁରକ୍ଷିତ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟ ପାଇଁ ଦଳରୁ ବାଦ୍‌ ଦିଆଯାଇଥିଲା। ଶୃଙ୍ଖଳା କମିଟି ଆର୍ଚରଙ୍କୁ ୧୫,୦୦୦ ପାଉଣ୍ଡ (୧୯,୦୦୦ ଆମେରିକୀୟ ଡଲାର) ଜରିମାନା କରିଛି। ଦଳରେ ଯୋଗଦାନ ପୂର୍ବରୁ ଏହି ଫାଷ୍ଟ ବୋଲରଙ୍କୁ ଓଲ୍ଡ ଟ୍ରାଫୋର୍ଡସ୍ଥି ଏକ ହୋଟେଲରେ ୫ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଥିଲା। ସାଉଥାମ୍ପଟନ ଓ ମାଞ୍ଚେଷ୍ଟର ମଧ୍ୟରେ ଯାତ୍ରା ବେଳେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ଆର୍ଚରଙ୍କ କରୋନା ଟେଷ୍ଟ ଜରୁରି ଥିଲା। ସେ ଦଳରେ ଯୋଗଦେବା ଦ୍ୱାରା ଶୁକ୍ରବାର ମାଞ୍ଚେଷ୍ଟରରେ ଆରମ୍ଭ ହେବାକୁଥିବା ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ପାଇଁ ଇଂଲଣ୍ଡର ସମ୍ପୂର୍ଣ୍ଣ ୬ଜଣ ସିମ୍‌ ବୋଲର ଉପଲବ୍ଧ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୯ା୬: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଓ ତାଙ୍କ ଟିମ୍‌ମେଟ୍‌ ଗସ୍‌ ଆଟକିନସନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟରୁ ବାଦ୍‌ ପଡ଼ିଛନ୍ତି। ଦଳର ପ୍ରୋଟୋକଲ ଭଙ୍ଗ…

ଆୟର୍ଲାଣ୍ଡ, ଇଂଲଣ୍ଡ ଟୁରରୁ ସିରାଜଙ୍କୁ ବିଶ୍ରାମ, କାହିଁକି ଜାଣନ୍ତୁ…

ମୁମ୍ବାଇ, ୯ା୬: ଭାରତୀୟ ପେସର ମହମ୍ମଦ ସିରାଜଙ୍କୁ ଓ୍ବାର୍କଲୋଡ୍‌ ମ୍ୟାନେଜମେଣ୍ଟର ଅଂଶ ଭାବେ ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଟୁରରୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ପ୍ରସିଦ୍ଧ…

ଆଫଗାନିସ୍ତାନ ସିରିଜ୍‌ ଖେଳିବେ ରୋହିତ, ହାର୍ଦ୍ଦିକ

ନୂଆ ଚଣ୍ଡିଗଡ଼,୯ା୬- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭେଟେରାନ ଷ୍ଟାର ଓପନର ରୋହିତ ଶର୍ମା ଆସନ୍ତା ରବିବାରଠାରୁ ଧର୍ମଶାଳାରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌…

ଭାରତ-ଇଂଲଣ୍ଡ ଟି୨୦ ମ୍ୟାଚ୍‌ ୧ ଘଣ୍ଟା ଆଗୁଆ ଖେଳାଯିବ, କାହିଁକି ଜାଣନ୍ତୁ…

ଲଣ୍ଡନ,୮ା୬: ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଭାରତ ବିପକ୍ଷରେ ଖେଳାଯିବାକୁଥିବା ଟି୨୦ ମ୍ୟାଚ୍‌ ୧ ଘଣ୍ଟା ଆଗୁଆ ଅର୍ଥାତ ଭାରତୀୟ ସମୟ ରାତି ୧୦ଟାରୁ…

FIFA World Cup ଆଉ ୨ ଦିନ : ପରସ୍ପର ବିପକ୍ଷରେ ଖେଳିବେ ଭାଇ-ଭାଇ

ଓ୍ବାଶିଂଟନ୍‌,୯।୬: ଫିଫା ବିଶ୍ୱକପ୍‌କୁ ଆଉ ୨ ଦିନ। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଆରମ୍ଭ…

ମାହିରା ଶର୍ମାଙ୍କୁ ଡେଟ କରୁଛନ୍ତି ଅଭିଷେକ ଶର୍ମା? ଏକ ‘ସିକ୍ରେଟ’ ଇନଷ୍ଟାଗ୍ରାମ ପୋଷ୍ଟ ପରେ ତୀବ୍ର ହୋଇଛି ଚର୍ଚ୍ଚା

ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ତାଙ୍କୁ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ…

ପ୍ରଥମ ବଲ୍‌ରେ ଚୌକା ମାରିଲେ ବୈଭବ ସୂର୍ଯ୍ୟବଂଶୀ: ବିଦେଶ ମାଟିରେ ୧୨ ବଲ୍‌ରେ କଲେ…

ନୂଆଦିଲ୍ଲୀ, ୯।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କାର ଚ୍ୟାଲେଞ୍ଜିଂ ପିଚ୍‌ରେ ମଧ୍ୟ ଚମକିଛନ୍ତି। ଦିନିକିଆ ତ୍ରିକୋଣୀୟ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଭାରତ ଏଏବଂ ଆୟୋଜକ…

ହଠାତ୍‌ ଭାରତୀୟ ଦଳରୁ ୭ ଖେଳାଳି ପଡ଼ିଲେ ବାଦ୍‌: BCCI ବଦଳାଇଦେଲା ସ୍କ୍ବାଡ୍‌

ନୂଆଦିଲ୍ଲୀ,୯।୬:ସାଧାରଣତଃ ଏକ ଟେଷ୍ଟ ମ୍ୟାଚ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ, କିନ୍ତୁ ମୁଲାନପୁର ଟେଷ୍ଟରେ ଭାରତ ତୃତୀୟ ଦିନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଟିମ ଇଣ୍ଡିଆ ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri