ଅର୍ଚ୍ଚନା ନାଗଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ଅମରେଶ, କାହା କଥାରେ ପଡ଼ି ସେ…

ଭୁବନେଶ୍ୱର,୧୨ା୭: ଅର୍ଚ୍ଚନା ନାଗଙ୍କ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ଅମରେଶ ଜେନା। ସେ କହିଛନ୍ତି, ମୋର ଏହି ଘଟଣାରେ ସମ୍ପୃକ୍ତି ନାହିଁ, ତଦନ୍ତ ପରେ ସବୁ ସତ ଜଣାପଡ଼ିବ। ଅର୍ଚ୍ଚନା କାହା କଥାରେ ପଡ଼ି ଏପରି କହୁଛନ୍ତି କି କ’ଣ ମୁଁ ଜାଣିପାରୁନି। ସେ ଯେତେବେଳେ ମୋ ନାଁ ନେଇଛନ୍ତି, ମୁଁ କ’ଣ ବାହାରକୁ ପଳାଇବି ବୋଲି ପ୍ରଶ୍ନ କରିଛନ୍ତି ଅମରେଶ।

ସୂଚନା ଥାଉକି, ବିଜେଡି ବିରୋଧରେ ବର୍ଷିଲେ ଅର୍ଚ୍ଚନା ନାଗ। ତାଙ୍କ ଗିରଫଦାରୀ ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କହିଥିଲେ ଅର୍ଚ୍ଚନା। ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇଥିଲେ ଅର୍ଚ୍ଚନା ନାଗ। ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି। ତତ୍କାଳୀନ ଡିସିପି ପ୍ରତୀକ ସିଂ ଓ ଏସିପି ପ୍ରକାଶ ପାଲ ମଧ୍ୟ ସମ୍ପୃକ୍ତ ବୋଲି ଅର୍ଚ୍ଚନା କହିଛନ୍ତି।

ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ପରେ ଆଜି ପ୍ରେସମିଟ କରି ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି ଅର୍ଚ୍ଚନା। ସେ କହିଛନ୍ତି, ତାଙ୍କୁ ପଛରୁ ଛୁରି ମାରିଥିଲେ କିଛି ଆଗ ଧାଡିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ। ଆଜି ସେମାନଙ୍କ ନା ନେଇ ସେମାନଙ୍କ ବିରୋଧରେ ଖୋଲା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ଏନେଇ ବିଜେଡି ନେତା କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri