ପାର୍ବଣରେ ଚାନ୍ଦି ଭଣ୍ଡାରର ‘ଅରଣ୍ୟ’ ସମ୍ଭାର

ଭୁବନେଶ୍ୱର,୬ା୧୦(ସନ୍ତୋଷ ବେହେରା): ଚାନ୍ଦିଭଣ୍ଡାର ପକ୍ଷରୁ ଚଳିତ ପାର୍ବଣରେ ଗ୍ରାହକମାନଙ୍କ ଲାଗି ଅକ୍ସିଡାଇଜ୍‌ଡ୍‌ ରୁପା ଗହଣା ସମ୍ଭାର ‘ଅରଣ୍ୟ’ ଉପଲବ୍ଧ କରାଯାଇଛି। ନବରାତ୍ରି ଏବଂ ଦୁର୍ଗାପୂଜା ଅବସରରେ ଏହି ନୂତନ ସମ୍ଭାର ସମ୍ପର୍କରେ ଘୋଷଣା କରାଯିବା ଅବସରରେ ନିର୍ଦ୍ଦେଶିକା ଲିପ୍ସା ହଂସ ଏବଂ ନିର୍ଦ୍ଦେଶକ ମାଣିକ ହଂସ ଯୋଗଦେଇଥିଲେ । ୯୨.୫ ଷ୍ଟର୍ଲିଂ ରୁପା ଏବଂ ଅକ୍ସିଡାଇଜ ଫିନିଶ୍‌ରେ ପ୍ରସ୍ତୁତ ‘ଅରଣ୍ୟ’ ଏଡିଟ ଷ୍ଟେଟ୍‌ମେଣ୍ଟ ପିସ୍‌ ଏବଂ ଦୈନନ୍ଦିନ ପିନ୍ଧିବା ଉପଯୋଗୀ ଗହଣା ପିସ୍‌କୁ ଏକତ୍ରିତ କରିଛି ବୋଲି ସେମାନେ କହିଥିଲେ। ଅରଣ୍ୟ ଏଡିଟ୍‌ ସହ ପୁରୁଷମାନଙ୍କ ପାଇଁ ଚେନ୍‌, ପେଣ୍ଡେଣ୍ଟ, ମୁଦି, ବ୍ରେସ୍‌ଲେଟ୍‌ ସମେତ ମହିଳାଙ୍କ ପାଇଁ ମଧ୍ୟ ଅତ୍ୟାଧୁନିକ ଡିଜାଇନର ମୁଦି, କାନଫୁଲ, ଚୁଡ଼ି ଓ ଆଙ୍କ୍‌ଲେଟ୍‌ ଇତ୍ୟାଦି ଉପଲବ୍ଧ ରହିଛି। ଏହି ପାର୍ବଣକୁ ପାଳନ କରିବା ପାଇଁ ଚାନ୍ଦିଭଣ୍ଡାର ସମସ୍ତ ଗଢ଼ା ମଜୁରିରେ ଫ୍ଲାଟ୍‌ ୩୦% ରିହାତି ପ୍ରଦାନ କରୁଛି । ଏହା ଅକ୍ଟୋବର ୨୦ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ପିଲାଙ୍କ ପାଇଁ ସ୍ବତନ୍ତ୍ର ‘ଟ୍ରେଜର୍ସ’ ସମ୍ଭାର ରହିଛି ା ଏହି ଅବସରରେ ନିର୍ଦ୍ଦେଶିକା ହଂସ କହିଛନ୍ତି, ଦୁର୍ଗାପୂଜା ସମୟରେ ଓଡ଼ିଶାର ପ୍ରତ୍ୟେକ କୋଣ ରଙ୍ଗ ଏବଂ ଭକ୍ତିରେ ଚମକିଥାଏ। ଅରଣ୍ୟ କଲେକ୍ସନ ସହ ଆମେ ଅକ୍ସିଡାଇଜ୍‌ଡ ରୁପାର ସୌନ୍ଦର୍ଯ୍ୟକୁ ଏପରି ଭାବେ ଏକତ୍ରିତ କରିଛୁ, ଯାହା ଆଜିର ମହିଳାଙ୍କ ସହ ଗଭୀର ତଥା ଗୁରୁତ୍ୱପୂର୍ଣ୍ଣ ଭାବେ ଜଡ଼ିତ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?