ଏପ୍ରିଲରୁ ଜୁନ୍‌ ଅସହ୍ୟ ତାତି: ଅଧିକ ଦିନ ରହିବ ଗ୍ରୀଷ୍ମ ଲହର

ନୂଆଦିଲ୍ଲୀ,୨/୪(ପି.ଟି.):ଲୋକ ସଭା ନିର୍ବାଚନ ଏପ୍ରିଲ ୧୯ରୁ ଜୁନ୍‌ ୧ ଯାଏ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏପ୍ରିଲରୁ ଜୁନ୍‌ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ସତର୍କ କରାଇଛି। ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏପ୍ରିଲରୁ ଜୁନ୍‌ ଦେଶର ଅଧିକାଂଶ ଭାଗରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ବିଶେଷକରି କେନ୍ଦ୍ରୀୟ ଏବଂ ପଶ୍ଚିମ ଉପଦ୍ୱୀପ ଅଞ୍ଚଳରେ ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବ ରହିବ। ଅନ୍ୟପକ୍ଷରେ ପଶ୍ଚିମ ହିମାଳୟ ଅଞ୍ଚଳ, ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଏବଂ ଉତ୍ତର ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ କିମ୍ବା ଏହାଠାରୁ କମ୍‌ ରହିପାରେ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।
ଏହି ସମୟ ମଧ୍ୟରେ ସ୍ବାଭାବିକଠାରୁ ଅଧିକ ଗ୍ରୀଷ୍ମଲହର ସମତଳ ଭୂମିର ଅଧିକାଂଶ ଅଞ୍ଚଳରେ ଅଧିକ ଦିନ ଧରି ଅନୁଭୂତ ହେବ। ସ୍ବାଭାବିକ ଭାବେ ଗ୍ରୀଷ୍ମଲହର ଦିନ ସଂଖ୍ୟା ୪ରୁ ୮ ଦିନ ହୋଇଥିବାବେଳେ ଏଥର ବିଭିନ୍ନ ସ୍ଥାନରେ ୧୦ରୁ ୨୦ ଦିନ ରହିବ ବୋଲି ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ଗୁଜରାଟ, କେନ୍ଦ୍ରୀୟ ମହାରାଷ୍ଟ୍ର, ଉତ୍ତର କର୍ନାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମଲହର ପ୍ରଭାବ ଅଧିକ ହେବ। ଏପ୍ରିଲରେ ଦେଶର ଅଧିକାଂଶ ଭାଗରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ବିଶେଷ କରି କେନ୍ଦ୍ରୀୟ ଦକ୍ଷିଣ ଭାରତରେ ଏହା ଅଧିକ ଅନୁଭୂତ ହେବ। ସେହିପରି ଏପ୍ରିଲରେ ସ୍ବାଭାବିକରୁ କମ୍‌ ସର୍ବାଧିକ ତାପମାତ୍ରା ହିମାଳୟର ପଶ୍ଚିମାଞ୍ଚଳ ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦୀର୍ଘ ଗ୍ରୀଷ୍ମ ଲହରଜନିତ ସ୍ଥିତିର ମୁକାବିଲା କରିବା ପାଇଁ ୨୩ଟି ରାଜ୍ୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି। ଗରିବ ଲୋକମାନେ ଗ୍ରୀଷ୍ମଲହର ଦ୍ୱାରା ସର୍ବାଧିକ ପ୍ରଭାବିତ ହେବେ। ବୃଦ୍ଧ ବ୍ୟକ୍ତି, ଛୋଟ ପିଲା ଏବଂ ଖରାପ ସ୍ବାସ୍ଥ୍ୟାବସ୍ଥାରେ ଥିବା ଲୋକଙ୍କ ପାଇଁ ଅଧିକ ବିପଦ ରହିଛି। ଏଥିପାଇଁ ସରକାରଙ୍କୁ ଅଧିକ ସକ୍ରିୟ ଭାବେ ପଦକ୍ଷେପ ନେବାକୁ ହେବ ବୋଲି ଆଇଏମ୍‌ଡି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri