୫୪୦୦ କୋଟି ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ୱର, ୬ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୫ ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚ୍‌ଏଲ୍‌ସିଏ)ବୈଠକରେ ମେଟାଲ, ସିମେଣ୍ଟ ଓ ପେଟ୍ରୋକେମିକାଲ ଭଳି ୫୩୫୮.୨୪ କୋଟି ଟଙ୍କାର ୩ଟି ବୃହତ୍‌ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଥିରେ ୩୬୬୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅନୁମୋଦିତ ହୋଇଥିବା ୩ଟି ପ୍ରକଳ୍ପ ମଧ୍ୟରୁ ଯାଜପୁର କଳିଙ୍ଗ ନଗରଠାରେ ୟାଜଦାନୀ ଷ୍ଟିଲ୍‌ ଓ ପାଓ୍ବାର ଲିମିଟେଡ୍‌ ଇଣ୍ଡିଗ୍ରେଟେଡ ଷ୍ଟିଲ୍‌ ପ୍ଲାଣ୍ଟକୁ ୦.୦୭ ନିୟୁତ ଟନ୍‌ରୁ ୧.୧୯ ନିୟୁତ ଟନ୍‌କୁ ସମ୍ପ୍ରସାରଣ କରିବ। ଏଥିରେ ୨୪୧୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୨୮୬୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ସୁନ୍ଦରଗଡ଼ ଜିଲାର ତେଲିଘଣା ଠାରେ ଶିବା ସିମେଣ୍ଟ ପକ୍ଷରୁ ୧୫୨୩.୨୪ କୋଟି ଟଙ୍କାର ଅତିରିକ୍ତ କ୍ଲିଙ୍କର ୧.୩୨ ନିୟୁତ ଟନ୍‌ ଏବଂ ସିମେଣ୍ଟ ୧.୦୫ ନିୟୁତ ଟନ୍‌ର ପ୍ରକଳ୍ପ ସ୍ଥାପନ କରାଯିବ। ସେଥିରେ ୬୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଜଗତ୍‌ସିଂହପୁର ଜିଲାର ପାରାଦୀପ ଠାରେ ନୁମଲିଗଡ ରିଫାଇନେରି ଲିମିଟେଡ(ଏନ୍‌ଆର୍‌ଏଲ୍‌) ପକ୍ଷରୁ ୧୪୨୦ କୋଟି ପୁଞ୍ଜିନିବେଶରେ ଅଶୋଧିତ ତୈଳ ଟର୍ମିନାଲ ସ୍ଥାପନ କରାଯିବ। ଏଥିରେ ୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ଏଚ୍‌ଏଲ୍‌ସିଏ ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ମେଟାଲ, ସାର, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଆଦି ୧୦୮୫.୦୮ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ କରିଛିି। ଏଥିରେ ୯୬୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ଜଗତ୍‌ସିଂହପୁର ଜିଲା ପାରାଦୀପ ଠାରେ ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ(ଇଫ୍‌କୋ)ବାର୍ଷିକ ୬,୬୦,୦୦୦ ମେଟ୍ରିକ ଟନ୍‌ର ସଲଫ୍ୟୁରିକ ଏସିଡ୍‌ ପ୍ରକଳ୍ପର ସମ୍ପ୍ରସାରଣ କରିବ। ଏଥିରେ ଇଫ୍‌କୋ ୪୦୦ କୋଟି ବିନିଯୋଗ କରିବା ବେଳେ ୨୧ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ପଟ୍ଟନାୟକ ମିନେରାଲ ଦ୍ୱାରା ସୁନ୍ଦରଗଡ଼ରେ ୨୪୩ କୋଟି ବ୍ୟୟରେ ଫେରୋ ମାଙ୍ଗାନିଜ, ସିଲିକୋ ମାଙ୍ଗାନିଜ, ମାଙ୍ଗାନିଜ ବେନିଫିକେଶନ ଏବଂ ଆଇରନ ଓର ବେନିଫିକେଶନ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ ୧୫୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ସେହିପରି ସମ୍ବଲପୁର ଜିଲାର ବାମରା ଠାରେ ପ୍ରିମିୟର ଆଲ୍‌କୋ ବେଭ୍‌ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦୈନିକ ୨୫୦ କିଲୋଲିଟର ଗ୍ରେନ ବେସଡ୍‌ ଡିଷ୍ଟିଲେରି ୟୁନିଟ୍‌ ସ୍ଥାପନ କରାଯିବ। ଏଥିସହିତ ୫.୫୦ ମେଗାଓ୍ବାଟ ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୨୭୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହିତ ୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ସେହିପରି କଟକ ଜିଲାର ମୁଣ୍ଡଳୀ ଠାରେ କଟକ ଏଗ୍ରିଭେଟ ପକ୍ଷରୁ ଦୈନିକ ୧୧୬ ଲିଟର କ୍ଷମତାବିଶିଷ୍ଟ ଗ୍ରେନ ବେସଡ୍‌ ଡିଷ୍ଟିଲେରି ପ୍ଲାଣ୍ଟ ଏବଂ ପ୍ରତି ମାସରେ ୧ ଲକ୍ଷ ବଟ୍‌ଲିଂ ପ୍ଲାଣ୍ଟ ସ୍ଥାପନ କରାଯିବ। ଏ ବାବଦରେ କମ୍ପାନୀ ୧୧୨.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ସହ ୩୬୭ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ପୁରୀ ଜିଲା ପିପିଲି ଜସୁଆପୁରଠାରେ ଏସ.ଜେ. ଡେଭଲପର ଆଣ୍ଡ ହାଉସିଂ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୫୪.୫୮ କୋଟି ଟଙ୍କା ବ୍ୟୟରେ ଏକ ୪ ତାରକା ହୋଟେଲ କମ୍‌ ରିସର୍ଟ ନିର୍ମାଣ କରାଯିବ। ଏଥିରେ ୧୨୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ପାଇଁ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ।
ରାଜ୍ୟରେ ୨୦୨୦ ଫେବୃୟାରୀରୁ ଏ ପର୍ଯ୍ୟନ୍ତ୧,୧୯,୨୧୪ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। ସର୍ବାଧିକ ପୁଞ୍ଜିନିବେଶ ସ୍ଥଳ ଭାବେ ଲଗାତର ଓଡ଼ିଶା ସର୍ବାଗ୍ରେ ରହିଛି। ଇନ୍‌ଭେଷ୍ଟ ଇଣ୍ଡିଆ ଏବଂ ବିଶ୍ୱବ୍ୟାଙ୍କ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ଦେଶର ୨୦ଟି ଷ୍ଟେଟ ଇନ୍‌ଭେଷ୍ଟ ପ୍ରମୋଶନ ଏଜେନ୍ସି (ଆଇପିଏ)ଙ୍କ ମଧ୍ୟରେ ୯୮ ପ୍ରତିଶତ ସ୍କୋର କରି ଇପିକଲ ନିକଟରେ ଟପ୍‌ ପରଫର୍ମର ଭାବେ ପୁରସ୍କୃତ ହୋଇଛି। ସର୍ଭେରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ନେଇ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?