Advertisement
Posted inଜାତୀୟ

୭,୯୬୫ କୋଟିର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ, ବୃଦ୍ଧି ପାଇବ ସେନାର ଶକ୍ତି…

ନୂଆଦିଲ୍ଲୀ,୨।୧୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୭,୯୬୫ କୋଟି ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ୧୨ଟି ହାଲକା ୟୁଟିଲିଟି ହେଲିକପ୍ଟର, ଶର୍ଟ ରେଞ୍ଜ୍‌ ହଣ୍ଟ୍‌ ମାଉଣ୍ଟ୍‌, ଲାୟନକ୍ସ୍‌ ଫାୟାର କଣ୍ଟ୍ରୋଲ ସିଷ୍ଟମ୍‌ ଏବଂ ଡୋର୍ନିୟର ଏୟାରକ୍ରାଫ୍ଟର ମିଡ୍‌ ଲାଇଫ୍‌ ଅପଗ୍ରେଡ୍‌ କରାଯିବ।

ଏସବୁ ପ୍ରତିରକ୍ଷା ଉପକରଣ ଏବଂ ବିମାନର ଅପଗ୍ରେଡ୍‌ ଭାରତରେ କରାଯିବ। ମେକ୍‌ ଇନ୍‌ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ଏହାକୁ ମଞ୍ଜୁରୀ ମିଳିଛି।

ନୌସେନାର ଶକ୍ତି ବୃଦ୍ଧି ପାଇଁ ଭାରତ ଇଲୋକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌ ଦ୍ୱାରା ବିକଶିତ ହୋଇଥିବା ଲାୟନକ୍ସ ଫାୟାର କଣ୍ଟ୍ରୋଲ ସିଷ୍ଟମ କିଣାଯିବ। ସେହିପରି ଏଚ୍‌ଏଏଲ୍‌ଠାରୁ ତଟୀୟ କ୍ଷେତ୍ରରେ ସର୍ଭେଲାନ୍ସ୍‌ କରିବା ଲାଗି ଡୋର୍ନିୟର ଏୟାରକ୍ରାଫ୍ଟର ମିଡ୍‌ ଲାଇଫ୍‌ ଅପଗ୍ରେଡ୍‌ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ୧୪୪ଧାରା ଲାଗୁ: ସୋସିଆଲ ମିଡିଆ ଉପରେ ନଜର

ମୁମ୍ବାଇ,୨୫।୬: ମହାରାଷ୍ଟରେ ରାଜନୈତିକ ସଙ୍କଟ ସାଙ୍ଗକୁ ଦେଖାଦେଇଥିବା ଉତ୍ତେଜନାକୁ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ରୋହ ବିଧାୟକଙ୍କୁ ନେଇ...

‘ଅପରେଶନ ଲୋଟସ’କୁ ଅଲକାଏଦା ସହ ତୁଳନା କଲା ଶିବସେନା

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ରାଜ୍ୟରେ ଚାଲିଥିବା ରାଜନୈତିକ ଘଟଣାକ୍ରମକୁ ନେଇ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ‘ସାମନା’ ମାଧ୍ୟମରେ ଭାଜପାକୁ କଡ଼ା ସମାଲୋଚନା...

ଡୋଭାଲଙ୍କ ବୈଠକ ଉପରେ ଇରାନ ଦେଇଥିବା ବିବୃତି ହଟାଇଲା

ନୂଆଦିଲ୍ଲୀ,୯।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଭାଜପା ସଦସ୍ୟଙ୍କ ବିବାଦୀୟ ବିବୃତିକୁ ନେଇ କୂଟନୈତିକ ବିବାଦ ଜାରି ରହିଛି। ଏଭଳି ସ୍ଥିତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)...

ପ୍ରେମୀ ଯୁଗଳଙ୍କୁ ହତ୍ୟା: ଭାଇଙ୍କୁ ଫାଶୀ, ୨ ପୋଲିସ ସମେତ ୧୨ ଜଣଙ୍କୁ ଆଜୀବନ

ଚେନ୍ନାଇ,୨୪।୯: ୨୦୦୩ରେ ଅନ୍ୟ ଜାତିରେ ବିବାହ କରିବାରୁ ଦମ୍ପତିଙ୍କୁ ହତ୍ୟା କରିଥିଲେ ଯୁବତୀଙ୍କ ପରିବାର ଲୋକେ। ଏହି ଅନର କିଲିଂ ମାମଲାର ଶୁଣାଣି କରି ତାମିଲନାଡୁର...

ରୁଜିରା-ପାମେଲାଙ୍କୁ ନେଇ ଟିଏମ୍‌ସି-ଭାଜପା ମୁହାଁମୁହିଁ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ତୃଣମୂଳ କଂଗ୍ରେସ( ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।...

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୨୯ ।୧୧: କରୋନା ମହାମାରୀ ମଧ୍ୟରେ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେଶନ । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା...

ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇଲେ ଶିକ୍ଷକ, ପରିବାର ଲୋକେ ଦେଲେ ଏମିତି ଶିକ୍ଷା

ଜୟପୁର,୨୪ା୭: ଆଜି ସମଗ୍ର ଦେଶରେ ପାଳିତ ହେଉଛି ଗୁରୁପୂର୍ଣ୍ଣିମା। ଆଜି ପରି ପବିତ୍ର ଦିନରେ ଜଣେ ଗୁରୁଙ୍କ କୁତ୍ସିତ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜସ୍ଥାନର...

ଡ୍ରେସ୍‌, ଆଇଡି କାର୍ଡ ଧରି ମାତୋଶ୍ରୀରେ ପହଞ୍ଚୁଛନ୍ତି ଶିବସେନା ବିଧାୟକ

ମୁମ୍ବାଇ,୨୨।୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନକୁ ନେଇ ଶୁକ୍ରବାର ଚୂଡାନ୍ତ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ଆଜି କଂଗ୍ରେସ-ଏନସିପି ସହ ଶିବସେନା ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ଏହାପୂର୍ବରୁ...

Advertisement
Archives

Model This Week