WFP ଉପ-ନିର୍ଦ୍ଦେଶକଙ୍କ ଭଞ୍ଜନଗର ଗସ୍ତ: ଜଳବାୟୁ-ଅନୁକୂଳ ଚାଷକୁ ପ୍ରଶଂସା, ସକାରାତ୍ମକ ପ୍ରଭାବ ଉପରେ…

ଭଞ୍ଜନଗର,୧୨।୩(ବାବୁଲା ପ୍ରଧାନ)- ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପଡୁଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ଏହାର  ଅଧିକ ପ୍ରଭାବ ବିଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି। ତେଣୁ ସରକାର ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ଦେଖି ଚାଷ କାର୍ଯ୍ୟ କରିବା ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ତେଣୁ ଆରଆଇଆଇଏସଆଇ(RIISE) ପ୍ରକଳ୍ପ ମାଧ୍ୟମରେ ଜଳବାୟୁ-ଅନୁକୂଳ କୃଷି ଉତ୍ପାଦନ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହି ପ୍ରକଳ୍ପ ଗଞ୍ଜାମ ଜିଲାରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ବେଳେ ତାହାର ସୁଫଳ ଚାଷୀମାନେ ନେଉଛନ୍ତି। ଉକ୍ତ ପ୍ରକଳ୍ପ କାର୍ଯ୍ୟ ଜିଲାରେ କେମିତି ଚାଲିଛି ତାହାର ଅନୁଧ୍ୟାନ କରିବା ପାଇଁ ଗୁରୁବାର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ଏକ ଟିମ୍ ଭଞ୍ଜନଗର ଗସ୍ତରେ ଆସିଥିଲେ। ଟିମ୍ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ବିଭିନ୍ନ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଟିମ୍ ଅଧିକାରୀ ମାନେ ଜଳବାୟୁ-ଅନୁକୂଳ ଚାଷ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଉପ-ନିର୍ଦ୍ଦେଶକ ନୋଜମି ହସିମୋଟଙ୍କ ନେତୃତ୍ୱରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ
World Food Programme (WFP) ର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ଅଂଚଳରେ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ରାଇଜ RIISE ପ୍ରକଳ୍ପ ଅଧୀନରେ ଗ୍ରହଣ କରାଯାଇଥିବା ଗ୍ରାମ ଗୁଡ଼ିକର ପ୍ରଦର୍ଶନ  ସହିତ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସେମାନେ RIISE ପ୍ରକଳ୍ପ ଅଧୀନରେ ଚାଲୁଥିବା ବିଭିନ୍ନ ଜଳବାୟୁ-ପ୍ରତିରୋଧୀ କୃଷି ପ୍ରଯୁକ୍ତିବିଦ୍ୟା ନିକଟରୁ ଅବଲୋକନ କରିଥିଲେ। ଅତିଥିମାନେ ଗ୍ରାମର ଚାଷୀ ଓ କୃଷିଜୀବୀ ମହିଳାମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦ୍ୱାରା ଚାଷ କରାଯାଇଥିବା ଉନ୍ନତ ଫସଲ କିସମ, ବିବିଧ କୃଷି ପ୍ରଣାଳୀ ଏବଂ ଜଳବାୟୁ-ଅନୁକୂଳ କୃଷି ପଦ୍ଧତି ସମ୍ବନ୍ଧୀୟ ଅନୁଭବ ଓ ଲାଭ ସମ୍ପର୍କରେ ଅବଗତ ହୋଇଥିଲେ। ପରିଦର୍ଶକ ଦଳ ଏହି ପ୍ରକଳ୍ପ ମାଧ୍ୟମରେ ଜଳବାୟୁ-ପ୍ରତିରୋଧୀ ପ୍ରଣାଳୀର ସଫଳ ପ୍ରଦର୍ଶନ ଏବଂ କୃଷକ ମାନଙ୍କ ଜୀବିକାରେ ଦୃଶ୍ୟମାନ ସକାରାତ୍ମକ ପ୍ରଭାବ ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଆଲୋଚନା ମାଧ୍ୟମରେ ଚାଷୀମାନେ ପ୍ରକଳ୍ପ ଅଧୀନରେ ହେଉଥିବା କାର୍ଯ୍ୟକଳାପରୁ ପ୍ରାପ୍ତ ନିଜ ଅନୁଭବ, ସମସ୍ୟା ଓ ଲାଭ ସମ୍ପର୍କରେ ମତ ବିନିମୟ କରିଥିଲେ।

ଏହି କ୍ଷେତ୍ର ପରିଦର୍ଶନ ସମୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ହିମାଂଶୁ ବଳ , ରାଜଶ୍ରୀ ପୁରୋହିତ , ସୁଦେଷ୍ଣା ମାୟା ସେନ, ଶିବାଶିଷ ପଣ୍ଡା , ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ଃ ସୁତନୁ କୁମାର ଶତପଥୀ, ଡ଼ଃ ସନ୍ତୋଷ କୁମାର ସାମନ୍ତରାୟ, ଡ ସିଦ୍ଧାର୍ଥ ରଣବିଜୁଲି, ଅନିତା ପାତ୍ର, ଜଗନ୍ନାଥପ୍ରସାଦ ବ୍ଲକ କୃଷି ଅଧିକାରୀ, ଇଫକୋ କିସାନର ସଂଘମିତ୍ରା ସ୍ୱାଇଁ, ରାକେଶ କୁମାର ସାହୁ, ରୁଦ୍ର ନାରାୟଣ ପାତ୍ର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ଏହି ଅଞ୍ଚଳର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଜଳବାୟୁ-ପ୍ରତିରୋଧୀ କୃଷି, ଫସଲ ବିବିଧତା ଏବଂ ସ୍ଥାୟୀ ଜୀବିକା ସୃଷ୍ଟିରେ ହେଉଥିବା ସହଯୋଗୀ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଗସ୍ତ ଶେଷରେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଭବିଷ୍ୟତରେ ଏହି ପ୍ରକଳ୍ପ ଅଧୀନରେ କାର୍ଯ୍ୟକ୍ରମଗୁଡିକୁ ଅଧିକ ସୁଦୃଢ଼ କରିବା ଓ ଜିଲାରେ ଜଳବାୟୁ-ପ୍ରତିରୋଧୀ କୃଷି ପଦ୍ଧତିକୁ ବ୍ୟାପକ ଭାବରେ ପ୍ରସାର କରିବା ଉପରେ ଆଲୋଚନା କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଭଞ୍ଜନଗର, ପୂଜା ମଣ୍ଡପରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ

ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ସହର ସମେତ ବ୍ଲକର ବିଭିନ୍ନ ଗ୍ରାମରେ ବିଶ୍ୱକର୍ମା ପୂଜା ଧୂମଧାମରେ ପାଳିତ ହୋଇଯାଇଛି । ସହରର ପଞ୍ଚାୟତ ସମିତି…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

ଶ୍ରୀଅରବିନ୍ଦ ଶକ୍ତିପୀଠର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ, ସାଙ୍ଗଠନିକ ଆଲୋଚନା…

ଭଞ୍ଜନଗର,୧୮।୯(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠର ତୃତୀୟ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଏହି ଅବସରରେ ଶକ୍ତିପୀଠର ମ୍ୟାନେଜିଂ ଟ୍ରଷ୍ଟି…

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?