ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଆଇଫୋନ ଉତ୍ପାଦନକାରୀ କମ୍ପାନୀ ଆସନ୍ତା ୩ ବର୍ଷରେ ଭାରତରେ ପ୍ରାୟ ୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହି ଚାକିରିଗୁଡିକ ଆପଲ ବିକ୍ରେତାଙ୍କ ମାଧ୍ୟମରେ ପ୍ରଦାନ କରାଯିବ। ବର୍ତ୍ତମାନ ଆପଲର ବିକ୍ରେତା ଏବଂ ଯୋଗାଣକାରୀମାନେ ଭାରତରେ ୧.୫ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇ ଦେଇଛନ୍ତି।
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଦେଶରେ ଆପଲ ଦ୍ରୁତ ଗତିରେ ନିଯୁକ୍ତି ବୃଦ୍ଧି ପାଉଛି। ଆମେ ବିଶ୍ୱାସ କରୁ ଯେ ଆପଲ ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇବ। ଆପଲ ପାଇଁ ଦୁଇଟି ପ୍ଲାଣ୍ଟ ଚଳାଉଥିବା ଟାଟା ଇଲେକ୍ଟ୍ରୋନିକ୍ସ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ଚାକିରି ସୃଷ୍ଟି କରୁଛି। ଆପଲ ଚାକିରି ଆକଳନ ଉପରେ କିଛି କହିବାକୁ ମନା କରି ଦେଇଛନ୍ତି।
ତେବେ ଆପଲ ଭାରତରେ ଏହାର ଉତ୍ପାଦନକୁ ପ୍ରାୟ ୫ ଗୁଣ ବୃଦ୍ଧି କରିବାକୁ ଯୋଜନା କରିଛି। କମ୍ପାନୀ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତରେ ଏହାର ଉତ୍ପାଦନକୁ ପ୍ରାୟ ୪୦ ବିଲିୟନ ଡ଼ଲାର (୩.୩୨ ଲକ୍ଷ କୋଟି) କୁ ନେବାକୁ ଚାହୁଁଛି। ଏତେ ପରିମାଣରେ ଉତ୍ପାଦନ କରିବାକୁ ଆପଲକୁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡିବ। କୋଭିଡ ୧୯ ମହାମାରୀ ସମୟରେ ଚାଇନାରେ ଏହାର ଉତ୍ପାଦନ ଆଧାର ହେତୁ ଆପଲକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ କମ୍ପାନୀ ଭାରତ ପ୍ରତି ଧ୍ୟାନ ଦେବା ଆରମ୍ଭ କଲା।
ମାର୍କେଟ ରିସର୍ଚ୍ଚ ଫାର୍ମ କାଉଣ୍ଟରପଏଣ୍ଟ କହିଛି, ୨୦୨୩ରେ ଆପଲ ଭାରତରୁ ସର୍ବାଧିକ ରାଜସ୍ବ ପାଇବ। ତେବେ ବିକ୍ରୟ ଦୃଷ୍ଟିରୁ ସାମସଙ୍ଗ ଜିତିଛି। ଆପଲ ଭାରତରୁ ପ୍ରାୟ ୧ କୋଟି ଫୋନ ରପ୍ତାନି କରିଛି। ଆହୁରି ମଧ୍ୟ ପ୍ରଥମ ଥର ପାଇଁ ରାଜସ୍ବ ଦୃଷ୍ଟିରୁ ଏହା ଦେଶର ଏକ ନମ୍ବର କମ୍ପାନୀ ହୋଇପାରିଛି। ୨୦୨୩-୨୪ ବର୍ଷରେ ଆପଲ ଆଇଫୋନ ରପ୍ତାନି ମାଧ୍ୟମରେ ଭାରତରୁ ୧୨.୧ ବିଲିୟନ ଡ଼ଲାର୍‌ ପାଇଛି। ୨୦୨୨-୨୩ ବର୍ଷରେ ଏହି ସଂଖ୍ୟା ୬.୨୭ ବିଲିୟନ ଡ଼ଲାର୍‌ ଥିଲା। ଏହା ପ୍ରାୟ ୧୦୦ ପ୍ରତିଶତ ଜମ୍ପ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?