Posted inଜାତୀୟ

ମେଲ୍‌ର ଜବାବ ନ ଦେବାରୁ ଗ୍ରାହକଙ୍କୁ ୧ ଟଙ୍କା କ୍ଷତିପୂରଣ ହେବ ଆପଲ୍‌

ବେଙ୍ଗାଲୁରୁ,୨।୧୦: ମେଲ୍‌ର ଜବାବ ନ ଦେବାରୁ ଗ୍ରାହକଙ୍କୁ ୧ ଟଙ୍କା କ୍ଷତିପୂରଣ ହେବ ଆପଲ୍‌ ଷ୍ଟୋର। ବେଙ୍ଗାଲୁରୁର ଫ୍ରେସର ଟାଉନର ବାସିନ୍ଦା ଆଭେଜ ଖାନଙ୍କୁ ଆପଲ ଷ୍ଟୋର ୧ ଲକ୍ଷ ଟଙ୍କା ଦେବ।
୩୦ ବର୍ଷୀୟ ଆଭେଜ୍‌ ୨୦୨୧ ଆପଲ ଷ୍ଟୋରରୁ ଏକ ଆଇଫୋନ ୧୩ କିଣିଥିଲେ। ସେ ଫୋନ ସହିତ ଏକ ବର୍ଷର ୱାରେଣ୍ଟି ପାଇଥିଲେ। ଏହାକୁ କିଛି ସମୟ ବ୍ୟବହାର କରିବା ପରେ ସେ ବ୍ୟାଟେରୀ ଏବଂ ଆଇଫୋନର ସ୍ପିକର ସହିତ ସମସ୍ୟାର ସମ୍ମୁଖୀନ ହେବାକୁ ଲାଗିଲେ। ଏହାର ସମାଧାନ ପାଇଁ ଆଭେଜ ଫୋନକୁ ଆପଲ ସର୍ଭିସ ସେଣ୍ଟର (ଇନ୍ଦିରାନଗର)କୁ ନେଇଥିଲେ। ସେଠାରେ ତାଙ୍କୁ କୁହାଯାଇଥିଲା ଯେ ଆଇଫୋନ ଶୀଘ୍ର ମରାମତି ହେବ। ଗୋଟିଏ ସପ୍ତାହ ପରେ ସେ ଆପଲ ସେବା କେନ୍ଦ୍ରରୁ ଏକ କଲ ପାଇଥିଲେ, ଯେଉଁଥିରେ ଆଇଫୋନ ଠିକ୍‌ ହୋଇଯାଇଛି ବୋଲି କୁହାଯାଇଥିଲା। ଆଭେଜ ଦୋକାନରେ ପହଞ୍ଚି ଫୋନ ଦେଖିଥିଲେ। କିନ୍ତୁ ପୂର୍ବପରି ଏହା ଖରାପ ଥିଲା। ସେ ଏ ନେଇ ପୁଣି ଅଭିଯୋଗ କରିଥିଲେ। ସେବା କେନ୍ଦ୍ର ତାଙ୍କୁ ଫୋନକୁ ଶୀଘ୍ର ମରାମତି କରି ଫେରସ୍ତ କରିବାକୁ କହିଥିଲେ। ଏହା ପରେ ସେ ୨ ସପ୍ତାହ ପର୍ଯ୍ୟନ୍ତ କୌଣସି କଲ ପାଇ ନ ଥିଲେ। କିଛି ଦିନ ପରେ ସେ ଏକ କଲ ପାଇଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଫୋନ ଭିତରେ ଜେଲି ଭଳି ପଦାର୍ଥ ମିଳିଥିଲା ଏବଂ ଏହା ୱାରେଣ୍ଟିରେ ସହ ଜଡିତ ନ ଥିଲା। ଏହା ପରେ ଆଭେଜ୍‌ ଆପଲ ପ୍ରତିନିଧୀଙ୍କୁ ଅନେକ ଇମେଲ ପଠାଇଲେ କିନ୍ତୁ କୌଣସି ଜବାବ ମିଳି ନ ଥିଲା।
ଆଭେଜ୍‌ ମଧ୍ୟ ଅକ୍ଟୋବର ୨୦୨୨ରେ ଆପଲ ଷ୍ଟୋରକୁ ଏକ ଆଇନଗତ ନୋଟିସ ପଠାଇଥିଲା କିନ୍ତୁ କୌଣସି ପ୍ରତିକ୍ରିୟା ପାଇ ନ ଥିଲେ। ତା’ପରେ ସେ ସ୍ଥାନୀୟ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି ବେଳେ କୋର୍ଟ ଆପଲକୁ ସୁଧ ସମେତ ୭୯,୯୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି କଷ୍ଟଦାୟକ ସମୟ ପାଇଁ ତାଙ୍କୁ ଅତିରିକ୍ତ ୨୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri