Posted inଜାତୀୟ

କ୍ଷମା ମାଗିଲେ ବିବେକ ଅବମାନନା

ନୂଆଦିଲ୍ଲୀ,୨୫ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କର ଦୁଇଟି ବିବାଦୀୟ ଟୁଇଟ୍‌କୁ ନେଇ କ୍ଷମା ମାଗିବେ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିବା ସତ୍ୟପାଠରେ ପ୍ରଶାନ୍ତ କହିଛନ୍ତି, ତାଙ୍କ ମନ୍ତବ୍ୟ ନ୍ୟାୟାଳୟର ‘ଗଠନମୂଳକ ସମାଲୋଚନା’ ଥିଲା। ସୁପ୍ରିମକୋର୍ଟ ନିଜ ଉତ୍କୃଷ୍ଟ ରେକର୍ଡରୁ ପଥଚ୍ୟୁତ ହେଲେ ମୁହଁ ଖୋଲିବା ଦେଶର ଜଣେ ନାଗରିକ ତଥା ଅଦାଲତର ଅଧିକାରୀ ଭାବେ ତାଙ୍କର କର୍ତ୍ତବ୍ୟ। ତେଣୁ ମନ୍ତବ୍ୟ ପ୍ରତ୍ୟାହାର କରିବା ନିଷ୍ଠାହୀନ କ୍ଷମା ସହ ସମାନ। କ୍ଷମା ମାଗିଲେ ନିଜ ବିବେକ ଓ ସାମ୍ବିଧାନିକ ସଂସ୍ଥାର ଅବମାନନା ହେବ। ଏଥିପାଇଁ ନିଜ ମନ୍ତବ୍ୟର ସେ ଅଟଳ ରହିବେ ବୋଲି ପ୍ରଶାନ୍ତ ଜୋର୍‌ ଦେଇ କହିଛନ୍ତି। ମଙ୍ଗଳବାର ଏହି ପ୍ରସଙ୍ଗରେ ପୁଣି ଶୁଣାଣି ହେବ ବୋଲି ଅଦାଲତ ଜଣାଇଛନ୍ତି।
ସୋମବାର ଦାଖଲ କରିଥିବା ଅତିରିକ୍ତ ଜବାବରେ ପ୍ରଶାନ୍ତ କହିଛନ୍ତି, ସର୍ବୋଚ୍ଚ ଅଦାଲତ କିମ୍ବା କୌଣସି ପ୍ରଧାନ ବିଚାରପତିଙ୍କୁ ବଦନାମ କରିବା ପାଇଁ ନୁହେଁ, ବରଂ ଗଠନମୂଳକ ସମାଲୋଚନା ପାଇଁ ସେ ଟୁଇଟ କରିଥିଲେ। ସମ୍ବିଧାନର ରକ୍ଷକ ଓ ଲୋକଙ୍କ ଅଧିକାରର ପ୍ରହରୀ ଭାବେ ନିଜ ଦୀର୍ଘକାଳୀନ ଭୂମିକାରୁ ଅଦାଲତ କୌଣସି ପ୍ରକାରେ ବିଚ୍ୟୁତ ନ ହେବେ ସେଥିଲାଗି ସେ ସଦ୍ଭାବନାପୂର୍ଣ୍ଣ ଟୁଇଟ୍‌ କରିଥିଲେ। ଉକ୍ତ ଟୁଇଟ୍‌ ଏହି ଅବସରରେ ବିଶ୍ୱାସର ପ୍ରତିନିଧିତ୍ୱ କରିଛି, ଯାହାକି ଆଗକୁ ମଧ୍ୟ ଜାରି ରହିବ। ଜଣେ ନାଗରିକ ଓ ଅଦାଲତର ସଚ୍ଚୋଟ ଅଧିକାରୀ ଭାବେ ତାଙ୍କ ଉଚ୍ଚ ଦାୟିତ୍ୱ ଉପରେ ଆଧାରିତ ଥିଲା। ତେଣୁ କ୍ଷମାମାଗିବା ନିଷ୍ଠାହୀନ। କାହାର ପ୍ରରୋଚନାରେ ନୁହେଁ, ବରଂ ଇମାନଦାର ଭାବେ କ୍ଷମା ମଗାଯିବା ଉଚିତ।
ଆକ୍ଟିଭିଷ୍ଟ ତଥା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଗତ ଜୁନ୍‌ ୨୭ ଓ ୨୯ ତାରିଖରେ ଦୁଇଟି ଟୁଇଟ୍‌ କରିଥିଲେ। ପ୍ରଥମ ଟୁଇଟ୍‌ରେ ସେ କହିଥିଲେ, ଭବିଷ୍ୟତରେ ଐତିହାସିକମାନେ ୬ ବର୍ଷ ପଛକୁ ଫେରି ଭାରତରେ ବିନା କୌଣସି ଆନୁଷ୍ଠାନିକ ଜରୁରିକାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ଧ୍ୱଂସ କରି ଦିଆଯାଇଥିବା ଦେଖିବାକୁ ପାଇଲେ ସେମାନେ ଏଥିରେ ନିର୍ଦ୍ଦିଷ୍ଟ ଭାବେ ସୁପ୍ରିମକୋର୍ଟ ଏବଂ ବିଶେଷକରି ୪ ଜଣ ସିଜେଆଇଙ୍କ ଭୂମିକା ରହିଥିବା ଜାଣିବାକୁ ପାଇବେ। ଏହାର ୨ ଦିନ ପରେ ପ୍ରଶାନ୍ତ ଦ୍ୱିତୀୟ ଟୁଇଟ୍‌ରେ ଉଲ୍ଲେଖ କରିଥିଲେ, ସିଜେଆଇ ଏସ୍‌. ଏ. ବୋବ୍‌ଡେ ନାଗପୁରସ୍ଥିତ ରାଜଭବନରେ ଜଣେ ଭାଜପା ନେତାଙ୍କ ୫୦ ଲକ୍ଷ ଟଙ୍କାର ହାର୍ଲେ ଡେଭିଡ୍‌ସନ ବାଇକ୍‌ରେ ବସିଥିବାବେଳେ ମାସ୍କ କିମ୍ବା ହେଲ୍‌ମେଟ୍‌ ପିନ୍ଧିନାହାନ୍ତି। ଅନ୍ୟପକ୍ଷେ ସେ ସୁପ୍ରିମକୋର୍ଟକୁ ଲକ୍‌ଡାଉନ୍‌ କରି ନାଗରିକମାନଙ୍କୁ ସେମାନଙ୍କ ନ୍ୟାୟ ପାଇବାର ମୌଳିକ ଅଧିକାରରୁ ବଞ୍ଚତ୍ତ କରିଛନ୍ତି! ସୁପ୍ରିମକୋର୍ଟ ଉପରୋକ୍ତ ଦୁଇଟି ଟୁଇଟ୍‌କୁ ନେଇ ଜୁଲାଇ ୨୨ରେ ନିଜଆଡ଼ୁ ମାମଲା ରୁଜୁ କରି ପ୍ରଶାନ୍ତଙ୍କୁ ନୋଟିସ କରିବା ସହ ଅଗଷ୍ଟ ୫ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜବାବ ଦାଖଲ ପରେ ଉକ୍ତ ଦୁଇ ଟୁଇଟ୍‌ ଅଦାଲତ ଅବମାନନା କରୁଛି ବୋଲି ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଗତ ୨୦ ତାରିଖରେ ଦଣ୍ଡବିଧାନ ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ ପ୍ରଶାନ୍ତ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ରିଭ୍ୟୁ ପିଟିଶନ୍‌ର ଶୁଣାଣି ନ ହେବା ଯାଏ ତାଙ୍କ ବିରୋଧରେ ଦଣ୍ଡବିଧାନ କରା ନ ଯାଉ ବୋଲି ସେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?