ଚିନ୍ତା ବଢ଼ାଇଲାଣି ଲଘୁଚାପ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ସମ୍ଭାବ୍ୟ ଲଘୁଚାପ ଚାଷୀକୁଳ ଚିନ୍ତା ବଢ଼ାଇ ଦେଇଛି। ବିଲରେ ପାଚିଲା ଧାନ ଲହଡି ଭାଙ୍ଗୁଛି। ଗତ ୨ଦିନ ହେବ ଚାଷୀମାନେ ପାଚିଲା ଓ ଦରପାଚିଲା ଧାନକୁ କାଟି ଖଳାକୁ ବୋହିବାରେ ଲାଗିଛନ୍ତି। ଚାଷୀମାନଙ୍କର ନିଦ ହଜି ଯାଇଛି। କେବଳ ଧାନ ନୁହେଁ ବିରି, ମୁଗ, ଚିନାବାଦାମ, ଆଳୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ମଧ୍ୟ ବର୍ଷା ପବନ ମାଡ଼ରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଗତ କିଛିଦିନ ତଳେ ହୋଇଥିବା ଲଘୁଚାପ ବର୍ଷାର ଓଦା ଶୁଖି ନ ଥିବା ବେଳେ ଆଉ ଏକ ଲଘୁଚାପ ପରିସ୍ଥିତିକୁ ଆହୁରି ଜଟିଳ କରିବା ଆଶଙ୍କା ସୃଷ୍ଟି ହୋଇଛି।
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଡିସେମ୍ବର ୩ ତାରିଖ ଲଘୁଚାପ ଘନୀଭୂତ ହୋଇ ଉପକୂଳମୁହାଁ ହେବ। ଏହା ୪ ତାରିଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଉପକୂଳ ଛୁଇଁବା ବେଳକୁ ପବନର ଗତି ଘଣ୍ଟାପ୍ରତି ୭୦ରୁ ୮୦ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଇଛି। ଓଡ଼ିଶା ଉପକୂଳରେ ୪୫ରୁ ୫୦ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ୩ ତାରିଖ ରାତିରୁ ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଡିସେମ୍ବର ୪ ଓ ୫ ତାରିଖରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଜଗତ୍‌ସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଅର୍ଥାତ୍‌ ୧୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ୨ ତାରିଖ ପୂର୍ବରୁ ସମୁଦ୍ରରୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ରାଜ୍ୟର କେଉଁ ଜିଲାରେ କେତେ ବର୍ଷା ହେବା ସମ୍ଭାବନା ରହିଛି, ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ। ଏବେ ଧାନ ପାଚି ଅମଳ ସମୟ ହୋଇଥିବାରୁ ଏହି ବର୍ଷା ଚାଷୀ ଓ ଚାଷ କାର୍ଯ୍ୟ ପାଇଁ ଘାତକ ହେବ ବୋଲି ଆଶଙ୍କା କରାଯାଉଛି।
ପବନ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ ଚାଷୀମାନଙ୍କୁ କେତେକ ପରାମର୍ଶ ଦିଆଇଛି। ବର୍ଷା ପୂର୍ବରୁ ୮୫ ପ୍ରତିଶତ ପାଚି ଯାଇଥିବା ଧାନ କାଟି ଆଣିବା ସହ କଟାଯାଇଥିବା ଧାନକୁ ତୁରନ୍ତ ସୁରକ୍ଷିତ ସ୍ଥାନରେ ରଖି ପଲିଥିନ ଘୋଡ଼ାଇବାକୁ କୁହାଯାଇଛି। ଧାନ ଜମିରୁ ବଳକା ପାଣି ନିଷ୍କାସନ ପାଇଁ ନାଳି କରିବା ଦରକାର। ଧାନ ଗଛ ପଡ଼ିଯାଇଥିଲେ ବର୍ଷା ପରେ ହଳା କରି ଠିଆ କରିବାକୁ କୁହାଯାଇଛି। ବର୍ଷା ଛାଡ଼ି ଖରା ହେଲେ କେଣ୍ଡାକଟା ପୋକ ଲାଗିବା ସମ୍ଭାବନା ରହିଛି। ରବି ଫସଲ ବୁଣିବା ବା ଲଗାଇବା କାର୍ଯ୍ୟକୁ ସାମୟିକ ସ୍ଥଗିତ ରଖିବାକୁ ଓୟୁଏଟି ପରାମର୍ଶ ଦେଇଛି।
ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏଥିରେ ଜିଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଧାନକଟା ସମୟ ଚାଲିଥିବାରୁ ବର୍ତ୍ତମାନ ବିଲରେ ଧାନ ପଡିରହିଛି। କେତେକ ଜିଲାରେ କଟା ମଧ୍ୟ ଜାରି ରହିଛି । ଲଘୁଚାପ ସୃଷ୍ଟି ହେଲେ ଆସନ୍ତା ୩ରୁ ୫ ତାରିଖ ଯାଏ ବର୍ଷା ହେବ। ଏହା ପୂର୍ବରୁ ଚାଷୀମାନେ ସେମାନଙ୍କ ଜମିରୁ ଧାନ କାଟିଆଣିବାକୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟରେ ଗତ ଦୁଇଦିନ ହେବ ଶୀତ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସି ଯାଇଛି। ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଶୀତ ବଢିଛି। ଆସନ୍ତା ୨ ତାରିଖ ଯାଏ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଲଘୁଚାପ ଯୋଗୁ ୩ ତାରିଖରୁ ଶୀତ କମିବ । ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ଫୁଲବାଣୀରେ ୧୦ ଡିଗ୍ରୀ, ଟିଟିଲାଗଡ଼ ୧୧.୮, କେନ୍ଦୁଝର ୧୨.୪, ଝାରସୁଗୁଡ଼ା ୧୨.୬, ହୀରାକୁଦ ୧୩.୪, ଭବାନୀପାଟଣା ୧୩.୫, ଅନୁଗୋଳ ୧୩.୬, ସମ୍ବଲପୁର ୧୩.୭ ଓ ରାଜ୍ୟର ଅନ୍ୟାନ୍ୟ ଭାଗରେ ସର୍ବନିମ୍ନ ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri