ଟ୍ୟୁସନଠାରୁ ଆରମ୍ଭ କରି ଯୋଗ ଶିକ୍ଷା ପର୍ଯ୍ୟନ୍ତ, ଅଭିନୟ ପୂର୍ବରୁ ଏହିସବୁ କାମ କରୁଥିଲେ ‘ବାହୁବଳୀ’ର ଦେବସେନା

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶେଟ୍ଟୀ । ଖୁବ୍‌ କମ୍‌ ସମୟ ମଧ୍ୟରେ ଅନୁଷ୍କା ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପ୍ରତ୍ୟେକ ବଡ଼ ବଡ଼ ନିମର୍ର୍ାତା, ନିର୍ଦ୍ଦେଶକ ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। କିନ୍ତୁ ଆଜି ଅନୁଷ୍କା ଯେଉଁ ସ୍ଥାନରେ ପହଞ୍ଚି ପାରିଛନ୍ତି ତାହା ତାଙ୍କ ପାଇଁ ସହଜ ନ ଥିଲା। ଏହି ସଫଳତା ପାଇବା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ଗୋଟିଏ ସମୟରେ ଥିଲା ସେ ଅନେକ ଫ୍ଲପ୍‌ ଫିଲ୍ମରେ କାମ କରିଥିଲେ। ଏପରିକି ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପାଇଁ ମଧ୍ୟ ମନ ବଳାଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସେ କେବେହେଲେ ଅଭିନୟ କରିବାକୁ ଚାହୁଁ ନ ଥିଲେ। କାରଣ ତାଙ୍କ ପରିବାରର ସମସ୍ତେ ଡାକ୍ତର ଏବଂ ଇଞ୍ଜିନିୟର। ତେଣୁ ସେ ମଧ୍ୟ ସେହି କ୍ଷେତ୍ରରେ ନିଜର କ୍ୟାରିୟର କରିବାକୁ ଚାହୁଁଥିଲେ। ଗ୍ରାଜୁଏଶନ ଶେଷ ହେବା ପରେ ଅନୁଷ୍କା ତୃତୀୟ ଶ୍ରେଣୀର ପିଲାମାନଙ୍କୁ ଟ୍ୟୁସନ କରୁଥିଲେ। ଏହା ପରେ ସେ ଲୋକଙ୍କୁ ଯୋଗ ଶିଖାଇବା ଆରମ୍ଭ କଲେ। ଯୋଗ ଶିକ୍ଷାଇବାକୁ ଅନୁଷ୍କା ଭାରି ଭଲ ପାଉଥିଲେ। ଏହି ସମୟ ତାଙ୍କ ଜୀବନର ସବୁଠାରୁ ଭଲ ସମୟ ବୋଲି ଅନୁଷ୍କା କୁହନ୍ତି। ଅନୁଷ୍କା ତାଙ୍କ ଗୁରୁ ଭରତ ଠାକୁରଙ୍କଠାରୁ ଯୋଗ ଶିଖିଥିଲେ। କିନ୍ତୁ ଯୋଗ ଶିଖାଉଥିବା ବେଳେ ଅନୁଷ୍କାଙ୍କ ଅଭିନୟ ପ୍ରତିଭା ପ୍ରଥମେ ମେହେର ରମେଶ ଦେଖିପାରିଥିଲେ। ତେଣୁ ସେ ପୁରୀ ଜଗନଙ୍କୁ ତାଙ୍କ ଫିଲ୍ମରେ ଅନୁଷ୍କାଙ୍କୁ ନେବାକୁ କହିଥିଲେ। ଏହିପରି ଭାବେ ଅନୁଷ୍କାଙ୍କୁ ପ୍ରଥମ ଫିଲ୍ମ ‘ସୁପର’ ମିଳିଥିଲା। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା ସଫଳ ହୋଇ ନ ଥିଲା। ପରେ ସେ ଏସ୍‌ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବିକ୍ରମାକୁଦୁ’ରେ ସୁଯୋଗ ପାଇଲେ। ଏହା ପରେ ଅନୁଷ୍କା ଅନେକ ସଫଳ ସିନେମାରେ କାମ କଲେ। ଏହିପରି ଭାବେ ସେ ବାହୁବଳୀର ଦେବସେନା ମଧ୍ୟ ହୋଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri