ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି ବିରୁଷ୍କା, ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମିଳୁନି ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧: ଭାରତୀୟ କ୍ରିକେଟର ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବ୍ୟକ୍ତିଗତ ଜୀବନକୁ ସର୍ବଦା ଗଣମାଧ୍ୟମଠାରୁ ଦୂରେଇ ରଖୁଥିବା ଏହି ଦମ୍ପତ୍ତି ଏବେ ନିଜ ପ୍ରାଇଭେସି ଲାଗି ବଢ଼ାଇ ଦେଇଛନ୍ତି ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା।

କନ୍ୟା ସନ୍ତାନ ଜନ୍ମ ହୋଇଥିବା ମୁମ୍ବାଇର ଏକ ହସ୍ପିଟାଲରେ ଏଣ୍ଟ୍ରି ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଦମ୍ପତ୍ତି କୌଣସି ଉପହାର ଗ୍ରହଣ କରୁ ନାହାନ୍ତି। ଏପରି କି ହସ୍ପିଟାଲରେ ନିକଟ ସମ୍ପର୍କୀୟଙ୍କ ଏଣ୍ଟ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ପାଖ ରୁମ୍‌ର କୌଣସି ଭିଜିଟରଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳୁନାହିଁ ବୋଲି ଏକ ଓ୍ବେବ ପୋର୍ଟାଲରେ ରିପୋର୍ଟ ପ୍ରକାଶ ପାଇଛି। ଉଲ୍ଲେଖଥାଉ କି, ଝିଅ ଜନ୍ମ ହେବାର ଖବର କୋହଲି ସୋସିଆଲ ମିଡିଆରେ ଶେୟାର କରିବା ସମୟରେ ପ୍ରତ୍ୟେକଙ୍କୁ ତାଙ୍କ ପ୍ରାଇଭେସିକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁକୁଳ ଟେନିସ ଚାମ୍ପିୟନଶିପ୍‌: ଦେବାଶିଷ ସାହୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ରାଜ୍ୟର ପ୍ରଥମ ଟେନିସ ଟୁର୍ନାମେଣ୍ଟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଶନିବାର...

ଧାଓ୍ବନ ଆହତ, ଫେରିଲେ ସାମସନ

ନୂଆଦିଲ୍ଲୀ,୨୭।୧୧(ପି.ଟି.)- ଭାରତୀୟ ଦଳର ନିୟମିତ ଓପନର ଶିଖର ଧାଓ୍ବନ ଓ୍ବଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ...

ହନୁମାଙ୍କ ସାହସକୁ ସଲାମ କଲା ଆଇସିସି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଛି। ଏହି ମ୍ୟାଚ ଡ୍ର’ରେ ଆର ଅଶ୍ୱିନ ଏବଂ...

ଭାରତୀୟମାନେ ଗିନି ପିଗ୍‌ ନୁହନ୍ତି

ନୂଆଦିଲ୍ଲୀ,୧୪ା୧: ମହାମାରୀ କରୋନାରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଭାକ୍ସିନ ଆମଦାନୀ କରି ବିଭିନ୍ନ ସହରକୁ ପଠାଉଥିବାବେଳେ ଏହାର ରିଲିଜ୍‌କୁ ନେଇ ବିବାଦ ଆରମ୍ଭ ହୋଇଛି।...

କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମୀ ବଢ଼ିବା ସହ ବଡ଼ ଟୁର୍ନାମେଣ୍ଟମାନ ଆୟୋଜନ ହେଉଛି। ଏହାର ପୁରସ୍କାର ମଧ୍ୟ ରାଜ୍ୟକୁ ମିଳିବାରେ ଲାଗିଛି। କ୍ରୀଡ଼ା...

ଭାଇଙ୍କ ଶଟ୍‌ରେ ଏହି କ୍ରିକେଟରଙ୍କ ନାକ ଫାଟିଲା

ଆଡିଲେଡ,୧୮।୧୧: ଅଷ୍ଟ୍ରେଲିଆର ଆଡିଲେଡରେ ଚାଲିଥିବା ମାର୍ଶ ଓ୍ବାନ୍‌ ଡେ କପ୍‌ର ଏକ ମ୍ୟାଚ୍‌ରେ ଏଷ୍ଟନ୍‌ ଏଗର ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା...

ସାବଧାନ: ପାକିସ୍ତାନରୁ ଆସୁଛି ‘କୌନ ବନେଗା କରୋଡପତି’ ମେସେଜ୍‌

ନୂଆଦିଲ୍ଲୀ,୨୩।୯: ସୁରକ୍ଷା ଏଜେନ୍ସିର ସୂଚନା ଅନୁଯାୟୀ ଭାରତର ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ କୁ ବଦନାମ କରିବାକୁ ପାକିସ୍ତାନର କେତେ ଜଣ ଲୋକ...

କିଛି ଘଣ୍ଟା ପୂର୍ବରୁ ବାତିଲ ହେଲା ଇଣ୍ଡିଆନ୍‌ ଗ୍ରାଁ ପ୍ରି

ନୂଆଦିଲ୍ଲୀ, ୨୦ା୩ (ପି.ଟି.)- ଗୁରୁବାର ଇଣ୍ଡିଆନ୍‌ ଗ୍ରାଁ ପ୍ରି ଆରମ୍ଭ ହେବାକୁ ମାତ୍ର କେଇ ଘଣ୍ଟା ବାକିଥିବାବେଳେ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଏହାକୁ...

Play 250+ Trending Games
Archives

Model This Week

Why Dharitri