ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ ମିଡିଆ ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ଲିନର ପିଲାର୍ମୋନିକ୍‌ରେ କନ୍‌ସର୍ଟ ପାଇଁ ସେମାନେ ତାଙ୍କୁ ମିଜ୍‌ରାବ, ମେକ୍‌ଅପ୍‌ ସାମଗ୍ରୀ ଆଦି ଯୋଗାଇଦେଇଥିଲେ।

ୟୁରୋପ୍‌ ଗସ୍ତରେ ଥିବା ଅନୁଷ୍କାଙ୍କର ଶେଷ ପ୍ରଦର୍ଶନ ବୁଧବାର ବର୍ଲିନରେ ଥିଲା। ତେବେ ସେ ସେଠାକୁ ଯିବାବେଳେ ନିଜ ଲଗେଜ୍‌ ହଜାଇ ଦେଇଥିଲେ। ସେଥିରେ ତାଙ୍କର ପୋଷାକ ସମେତ ସିତାର ବାଦନ ପାଇଁ ଆବଶ୍ୟକ ମିଜରାବ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଥିଲା। ଦୟାକରି ଆଜି ରାତିରେ ସିତାର ବଜାଇବା ପାଇଁ କେହି ମିଜ୍‌ରାବ ଉଧାର ଦେଇପାରିବେ କି ବୋଲି ୪୩ ବର୍ଷୀୟା ଅନୁଷ୍କା ସାହାଯ୍ୟ ମାଗିଥିଲେ।

ସିତାର କିମ୍ବଦନ୍ତୀ ପଣ୍ଡିତ ରବି ଶଙ୍କରଙ୍କ ଝିଅ ଅନୁଷ୍କାଙ୍କୁ ଉଧାର ସାମଗ୍ରୀରେ ପ୍ରଦର୍ଶନ କରିବାକୁ ପଡ଼ିଥିଲା। ବର୍ଲିନର କେଉଁ ଷ୍ଟୋରରେ ଭାରତୀୟ ପୋଷାକ ମିଳିବ, ସୋସିଆଲ ମିଡିଆ ୟୁଜରମାନେ ତାଙ୍କୁ ଜଣାଇଥିଲେ। ଅନୁଷ୍କାଙ୍କ ସେଦିନର ପ୍ରଦର୍ଶନ ବହୁତ ଭଲ ହୋଇଥିବା ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଜଣାଇଛନ୍ତି। ଏଥିସହ ସେ ଉକ୍ତ ପ୍ରଦର୍ଶନ ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଉଜ୍ଜ୍ୱଳ କଳାରଙ୍ଗର ପୋଷାକ ପିନ୍ଧି ହାତରେ ସିତାର ଧରିଥିବା ଦେଖାଯାଇଛି। ତାଙ୍କୁ ମିଜ୍‌ରାବ ଦେଇଥିବା ସୌରଭ ଶେଖର ବର୍ମାଙ୍କୁ ଏବଂ ସୋସିଆଲ ମିଡିଆକୁ ଅନୁଷ୍କା ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଇଥିବା ବେଳେ ଧରାପଡିଲେ

ମହାକାଳପଡ଼ା,୧୮।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ…

ଶେଷ ହେବ ଗ୍ରୀଷ୍ମର ଯନ୍ତ୍ରଣା: ହେଲାଣି ପ୍ରବଳ ବର୍ଷା; ମାତ୍ର ୮ ଦିନ ମଧ୍ୟରେ ଦେଶରେ ପ୍ରବେଶ କରିବ ମୌସୁମୀ

ନୂଆଦିଲ୍ଲୀ,୧୮।୫: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି ଯେ ଦକ୍ଷିଣ ଅଞ୍ଚଳରେ ବାୟୁମଣ୍ଡଳୀୟ ସଞ୍ଚାଳନ…

କେନ୍ଦୁଝରରେ ଚାଞ୍ଚଲ୍ୟ, ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ଭତ୍ତା ଟଙ୍କା

କେନ୍ଦୁଝର,୧୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବାଉରୀ ପଦା ପଞ୍ଚାୟତର ପିଇଓଙ୍କ ଠାରୁ ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫାଙ୍କା ଗୁଳି ଚାଳନା କରି…

ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ

ହାଟଡିହୀ/ଛେନାପଦୀ,୧୮।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପୋଲିସ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଅଭିଯାନ ଆରମ୍ଭ କରିଛି…

କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ବଡ଼ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୧୮।୫: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ  । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ବାଂଲାଦେଶରେ ମିଳିମିଳାରେ ୪୫୦ ଶିଶୁଙ୍କ ମୃତ୍ୟୁ; ୟୁନୁସ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୮।୫: ମାର୍ଚ୍ଚ ମାସରୁ, ବାଂଲାଦେଶରେ ମିଳିମିଳା ରୋଗରେ ୪୫୦ ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି, ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା…

ଯାନ୍ତ୍ରିକ ମାୟାଜାଲ

ଆଧୁନିକ ସଭ୍ୟତାର ଏକ କ୍ଷୁଦ୍ର ଯନ୍ତ୍ର ଆଜି ମାନବ ସମାଜର ଜୀବନଶୈଳୀକୁ ଏମିତି ବଦଳାଇ ଦେଇଛି ଯେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମର ପ୍ରତିଟି ପଦକ୍ଷେପ ମୋବାଇଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri