Posted inଜାତୀୟ

ଦଳ କଥା ଚିନ୍ତା କରୁ କଂଗ୍ରେସ, ଦେଶ ପାଇଁ ମୋଦି ଅଛନ୍ତି : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ରାହୁଲ ଗାନ୍ଧୀଙ୍କ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛି। ଯାହାକୁ ନେଇ ଏବେ ରାଜନୈତିକ ସରଗରମ ରହିଛି। ସୂଚନା ମୁତାବକ, ଚାଇନା ଏବଂ ପାକିସ୍ତାନ ଗୋଟିଏ ହୋଇଗଲେଣି ବୋଲି ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟରେ କହିଥିଲେ। ଏଥିସହ କୌଣସି ଯୁଦ୍ଧ ହୁଏ ଏବଂ ଯେତେବେଳେ ବି ଏହା ଘଟେ, ତେବେ ଏହା ଗୋଟିଏ ଦେଶ ସହ ନୁହେଁ ବରଂ ଉଭୟ ଦେଶ ସହ ଯୁଦ୍ଧ ହେବ ବୋଲି ସେ କହିଥିଲେ। ରାହୁଲଙ୍କ ଏହି ବୟାନ ଏବେ ରାଜନୈତିକ ଚର୍ଚ୍ଚା ପାଲଟିଥିବା ବେଳେ ଏହାକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିବା ସହ ପାଲଟା ଜବାବ ଦେଇଛି। ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଟାର୍ଗେଟ କରି ତାଙ୍କୁ କଂଗ୍ରେସ ଦଳ ବିଷୟରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ କଂଗ୍ରେସ ଦଳ ପାଇଁ ଚିନ୍ତା କରିବା ଉଚିତ୍‌, ଦେଶର ଚିନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଛାଡିଦେବା ଉଚିତ୍‌। ଯିଏ ଦେଶରେ ପ୍ରଥମ ଆତଙ୍କବାଦ ବିସ୍ତାର କରିବାକୁ ଉଦ୍ୟମ କରିଛି, ତାଙ୍କୁ ଭାରତୀୟ ସେନା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସର୍ଜିକାଲ ଷ୍ଟ୍ରାଇକ, ବାଲାକୋଟ ଷ୍ଟ୍ରାଇକ ଦ୍ୱାରା କଡ଼ା ଜବାବ ଦେଇଛି ବୋଲି ଅନୁରାଗ ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖବରକାଗଜ ସୁରକ୍ଷିତ: କେରଳ ଡାକ୍ତର

କୋଜିକୋଡ଼େ,୨୪।୩: ଖବରକାଗଜ ଯୋଗୁ ମଧ୍ୟ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଥିବା ନେଇ ଗୁଜବ ସୃଷ୍ଟି ହେବାପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଖଣ୍ଡନ...

ଚିଠି ସହ ଚୋର ଫେରାଇଲା କୋଭିଡ୍‌ ଟିକା ଭର୍ତ୍ତି ବ୍ୟାଗ୍‌

ଚଣ୍ଡିଗଡ଼,୨୨।୪ : ହରିୟାଣର ରାଜଧାନୀ ଚଣ୍ଡିଗଡ଼ରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ଗୁରୁବାର ୧୭୦୦ କୋଭିଡ୍‌-୧୯ ଟିକା ଭର୍ତ୍ତି ଥିବା ଏକ ବ୍ୟାଗ...

ଆଫଗାନିସ୍ତାନରୁ ଭାରତୀୟଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଜାରି: ଅଭିଯାନର ନାମ ରଖାଗଲା ଅପରେଶନ ‘ଦେବୀ ଶକ୍ତି’

ନୂଆଦିଲ୍ଲୀ,୨୪ ।୮: ଆଫଗାନିସ୍ତାନରେ ତାଲିବାନର ନାଲିଆଖି ପରେ ଏବେ ସେଠାରେ ଥିବା ଭାରତୀୟଙ୍କୁ ସ୍ୱେଦେଶ ଫେରାଇ ଆଣିବାର କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ...

ଇୟର ଫୋନ୍‌ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ

ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍‌ ଲଗାଇ ବାଇକ୍‌ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ...

ଅଡ୍‌-ଇଭିନ୍‌ ନମ୍ବର କେଉଁଠି ଲାଗୁହେବ କେଉଁଠି ନାହିଁ ସ୍ପଷ୍ଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୧୭।୧୦: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆସନ୍ତା ମାସଠାରୁ ଅଡ୍‌-ଇଭିନ୍‌ ନମ୍ବରର ଗାଡି ଚଲାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି।...

ଭାରତୀୟ ସେନା ଫରଓ୍ବାର୍ଡ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିିଛି ଲଶ୍କର

ଶ୍ରୀନଗର,୯।୯: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଥିବା ଭାରତୀୟ ସେନା ଫରଓ୍ବାର୍ଡ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ପକ୍ଷରୁ...

ପୋଙ୍ଗୋଙ୍ଗରେ ଡ୍ରାଗନର ନଜର: ବ୍ୟବହାର କରୁଛି ହାଇସ୍ପିଡ୍‌ ପାଟ୍ରୋଲିଂ କ୍ରାଫ୍ଟ୍‌

ଲେହ, ୧୩।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଭାରତୀୟ ସେନାର କଡ଼ା ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଚାଇନା ଏବେ...

ସବୁ ଭାରତୀୟଙ୍କର କଶ୍ମୀର ଉପରେ ଅଧିକାର ରହିଛି: କମାଲ ଆର ଖାନ

ଶ୍ରୀନଗର,୫।୮: ବର୍ତ୍ତମାନ ଜମ୍ମୁ କଶ୍ମୀରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଛି। ଗୋଟିଏ ପଟେ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ ରଖାଯାଇଥିବା...

Advertisement
Archives

Model This Week