Posted inଜାତୀୟ

ଜେଏନ୍‌ୟୁରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ,୩ା୧୨: ନୂଆଦିଲ୍ଲୀସ୍ଥିତ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଜବାହାରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ପୁଣି ବିବାଦ ଘେରକୁ ଆସିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର କାନ୍ଥଗୁଡ଼ିକରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଛି। ବ୍ରାହ୍ମଣ ଓ ବଣିଆ ସମ୍ପ୍ରଦାୟର ଲୋକେ କ୍ୟାମ୍ପସ୍‌ ତଥା ଦେଶ ଛାଡ଼ି ଚାଲିଯାଆନ୍ତୁ ବୋଲି ଲାଲରଙ୍ଗର କାଳିରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସହ ଅନୁବନ୍ଧିତ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏହାକୁ ବାମପନ୍ଥୀ ଛାତ୍ରଙ୍କ କାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ଏପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାର ତଦନ୍ତ କରାଯାଉ ବୋଲି ଛାତ୍ର ସଂଘ ଜେଏନ୍‌ୟୁଏସ୍‌ୟୁ ଏବଂ ଜେଏନ୍‌ୟୁ ଟିଚର୍ସ ଆସୋସିଏଶନ୍‌ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ପାଇଁ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଲେ

ଶିବାମୋଗା,୮।୯: କର୍ନାଟକର ଶିବାମୋଗା ଜିଲାରେ କିଛି ଦୁର୍ବୃତ୍ତ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଇଛନ୍ତି। ସେପ୍ଟେମ୍ବର ୪ରେ ଭଦ୍ରାବତୀ ସହର ନିକଟ ରଙ୍ଗନାଥପୁରାରେ ଏଭଳି ଘଟଣା ଘଟିଥିବା...

କଶ୍ମୀର, ହିମାଚଳରେ ବର୍ଷା ବିତ୍ପାତ: ୨୧ ମୃତ

ଶିମଲା/ଜମ୍ମୁ, ୨୯।୭(ପି.ଟି.): ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପ୍ରବଳ ବର୍ଷା ଯୋଗୁ ବୁଧବାର ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଲଗାଣ ବର୍ଷାଜନିତ ବନ୍ୟାରେ ବହୁସଂଖ୍ୟାରେ ଘର...

ସ୍କ୍ରାପ ପାର୍ଟସରୁ ନିର୍ମିତ ଗାଡ଼ି ବଦଳରେ ନୂଆ ବୋଲେରୋ

ମୁମ୍ବାଇ,୨୨।୧୨: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସ୍କ୍ରାପ ମେଟାଲରୁ ଏକ ୪ ଚକିଆ ଯାନ ନିର୍ମାଣ କରିଛନ୍ତି। ଏହି ସ୍ବତନ୍ତ୍ର ୪ ଚକିଆ ଯାନ ମହିନ୍ଦ୍ରା ଗ୍ରୁପ୍‌...

ଭାଜପା ସହିତ ଶିବସେନାର ୩୩ ବର୍ଷର ମେଣ୍ଟ, ୭୩ ଆସନରୁ ୫୬ରେ ପହଞ୍ଚିଛି ଶିବସେନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ସିନ୍ଧେ ୨୦ ଜୁନ ରାତିରେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଜୁନ୍‌ ୨୨ ରେ...

ଚାଇନାରୁ ଦିଲ୍ଲୀକୁ ବ୍ୟାପିଲା କରୋନା ଭାଇରସ୍‌: ସନ୍ଦେହରେ ୩ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୮।୧: ଚାଇନାର କରୋନା ଭାଇରସ୍‌ ଆମେରିକା ସହିତ ବିଭିନ୍ନ ଦେଶକୁ ଧିରେ ଧିରେ ବ୍ୟାପିବାରେ ଲାଗିଛି। ଏଥିରୁ ମୁକୁଳିବା ପାଇଁ ସମସ୍ତ ଦେଶ ଉଦ୍ୟମ...

ନେତାଜୀଙ୍କୁ ନେଇ ଭାଜପା-ତୃଣମୂଳ ମୁହାଁମୁହିଁ

କୋଲକାତା,୧୯।୧: ଜାନୁୟାରୀ ୨୩ରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ ହେବ। ଏହାକୁ ନେଇ ପଶ୍ଚିମବଙ୍ଗରେ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମୁହାଁମୁହିଁ...

ରୂପାନି, ନୀତିନ ପଟେଲ ଭାଜପାର ଷ୍ଟାର ପ୍ରଚାରକ

ନୂଆଦିଲ୍ଲୀ,୧୨ା୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଭାଜପା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦମନ୍ତ୍ରୀ ଅମିତ୍‌ ଶାହା,...

ବିପିଏଲ କାର୍ଡଧାରୀଙ୍କ ପାଇଁ ଶସ୍ତା ହେବ ପେଟ୍ରୋଲ

ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ରାଜ୍ୟର ବିପିଏଲ କାର୍ଡଧାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବିପିଏଲ କାର୍ଡଧାରୀଙ୍କ ପାଇଁ ପେଟ୍ରୋଲ ଦର ହ୍ରାସ...

Advertisement
Archives

Model This Week