ଆମେରିକାରେ ପୁଣି ଗୁଳିକାଣ୍ଡ, ଫିଲାଡେଲଫିଆରେ ୩ ମୃତ ୧୧ ଆହତ…

ନୂଆଦିଲ୍ଲୀ, ୫।୬ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। ଶନିବାର ବିଳମ୍ବିତ ରାତ୍ରରେ ଫିଲାଡେଲଫିଆର ସାଉଥ୍‌ ଷ୍ଟ୍ରିଟ୍‌ରେ ସପ୍ତାହ ଶେଷରେ ଅବସର ବିନୋଦନ ପାଇଁ ବହୁ ଲୋକ ଜମା ହୋଇଥିଲେ। ହଠାତ୍‌ ଜଣେ ଅଜ୍ଞାତ ବନ୍ଧୁଧାରୀ ପହଞ୍ଚି ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି।

ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଫିଲାଡେଲଫିଆ ପୋଲିସ ଇନସ୍ପେକ୍ଟର ଡିଏଫ୍‌ ପେସ୍‌ ସୂଚନା ପ୍ରଦାନ କରିଛନ୍ତି। ଗୁଳିକାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି। ଘଟଣାସ୍ଥଳରୁ ୨ ଟି ବନ୍ଧୁକ ଜବତ ହୋଇଛି।

ଆହତମାନଙ୍କ ମଧ୍ୟରୁ କେତେକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ନ୍ୟୁଜ୍‌ ଏଜେନ୍ସି ଆସୋସିଏଟେଡ୍‌ ପ୍ରେସ୍‌ ପକ୍ଷରୁ କୁହାଯାଇଛି।

ମୃତକଙ୍କ ମଧ୍ୟରେ ୨୫ ବର୍ଷ ବୟସ୍କା ମହିଳା ଏବଂ ୨୨ ବର୍ଷ ବୟସ୍କ ପୁରୁଷ ଥିବା ପୋଲିସ କହିଛି। ୭ ଜଣ ଆହତଙ୍କୁ ଥୋମାସ ଜେଫରଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ପାଞ୍ଚଜଣଙ୍କୁ ପେନସିଲଭାନିଆ ଡାକ୍ତରଖାନାକୁ ନିଆଯାଇଥିଲା। ଅନ୍ୟ ତିନି ଜଣ ଆହତଙ୍କୁ ପେନ ପ୍ରେସ୍ବେଟରିଆନ ମେଡିକାଲକୁ ନିଆଯାଇଛି ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

କେନ୍ଦ୍ର କ୍ୟାବିନେଟ ଅଦଳବଦଳ: ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି; ଆସିବ ମନ୍ତ୍ରୀମଣ୍ଡଳ ଲିଷ୍ଟ!

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ପିଏମ ମୋଦୀଙ୍କ…

୩ ଓଡ଼ିଆଙ୍କୁ ପଦ୍ମଶ୍ରୀ: ସାହିତ୍ୟ ଓ କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬: ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟର ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ…

Padma Awards: ଶିବୁ ସୋରେନ, ଆର୍. ମାଧବନ ଓ ରୋହିତ ଶର୍ମାଙ୍କ ସମେତ ଦେଶର ୬୫ ବିଶିଷ୍ଟ ବ୍ୟକ୍ତିତ୍ୱ ସମ୍ମାନିତ

ନୂଆଦିଲ୍ଲୀ,୨୩।୬: ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ‘ସିଭିଲ ଇନଭେଷ୍ଟିଚର ସେରେମୋନି-୨’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି…

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ଅଫର୍‌! ହଠାତ୍‌ ଦିଲ୍ଲୀରୁ ଫେରି…

ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଗସ୍ତରେ ଯାଇଥିବା ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ହଠାତ ଦିଲ୍ଲୀ ଫେରି ଆସିଛନ୍ତି। ଚଣ୍ଡୀଗରେ ସେ ପଞ୍ଜାବର ରାଜ୍ୟପାଳ…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri