Posted inଜାତୀୟ

ନୁପୁର ଶର୍ମା ମାମଲାରେ ଭାଜପାର ୟୁଟର୍ନ…

ନୂଆଦିଲ୍ଲୀ, ୫।୬ : ମୁଖପାତ୍ର ନୁପୁର ଶର୍ମାଙ୍କ ମାମଲାରେ ଭାଜପା ୟୁଟର୍ନ ନେଇଛି। ନୁପୁର ମହାପୁରୁଷ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ପ୍ରଥମ ଥର ପାଇଁ ଦଳ ଏକ ବିବୃତ୍ତି ଜାରି କରିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ଯେ ଏହା ସମସ୍ତ ଧର୍ମକୁ ସମ୍ମାନ କରେ ଏବଂ କୌଣସି ଧର୍ମ କିମ୍ବା ଧାର୍ମିକ ବ୍ୟକ୍ତିଙ୍କ ଅପମାନକୁ ଦୃଢ଼ ଭାବେ ନିନ୍ଦା କରେ। ଏହା ଦ୍ୱାରା ନୁପୁର ଏକୁଟିଆ ପଡ଼ି ଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସୂଚନା ଯୋଗ୍ୟ ଭାଜପା ମୁଖପାତ୍ର ନୁପୁର ଶର୍ମା କିଛି ଦିନ ପୂର୍ବରୁ ଏକ ଟିଭି ଚ୍ୟାନେଲରେ ମହାପୁରୁଷ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। ସେବେଠାରୁ ବହୁ ମୁସଲମାନ ସଂଗଠନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ।

ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି ଯେ ଦଳ ଯେ କୌଣସି ଧର୍ମ କିମ୍ବା ଧର୍ମକୁ ଅପମାନ କରୁଥିବା ବ୍ୟକ୍ତିଙ୍କୁ ବିରୋଧ କରିଥାଏ। ଭାଜପା ଏପରି ଲୋକଙ୍କୁ କିମ୍ବା ଧାରଣାକୁ ପ୍ରୋତ୍ସାହିତ କରେ ନାହିଁ।

ଦଳର ସାଧାରଣ ସମ୍ପାଦକ କୌଣସି ଘଟଣା କିମ୍ବା ବ୍ୟକ୍ତିବିଶେଷଙ୍କ ବିଷୟରେ ଉଲ୍ଲେଖ ନକରି କହିଛନ୍ତି ଯେ ହଜାର ହଜାର ବର୍ଷର ଭାରତ ଇତିହାସରେ ପ୍ରତ୍ୟେକ ଧର୍ମ ଭାରତରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ନିଜ ପସନ୍ଦର ଯେ କୌଣସି ଧର୍ମ ପାଳନ କରିବାର ଅଧିକାର ଦେଇଥାଏ ଏବଂ ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେଇଥାଏ।

ସେ  କହିଛନ୍ତି ଯେ ଭାରତ ସ୍ବାଧୀନତାର ୭୫ ତମ ବର୍ଷ ପାଳନ କରୁଥିବାବେଳେ ଆମେ ଭାରତକୁ ଏକ ମହାନ ଦେଶ ଭାବେ ଗଢ଼ି ତୋଳିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତରେ ସମସ୍ତ ଲୋକ ସମାନ, ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ଲାଲୁଙ୍କ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୮: ସୁପ୍ରିମକୋର୍ଟରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ଏକ ବଡ଼ ଆଶ୍ୱସ୍ତି ମିଳିଛି। ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇର ଆବେଦନ ଉପରେ...

କରୋନାରେ ସଂକ୍ରମିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୬ ।୯: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଟୁଇଟ୍ କରି କହିଛନ୍ତି ମୋ ନିକଟରେ କରୋନାର...

ନୂଆ ସମବାୟ ନୀତି ଆଣିବ ସାମଗ୍ରିକ ପରିବର୍ତ୍ତନ: ଶାହା…

ନୂଆଦିଲ୍ଲୀ, ୮।୯ : ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି ଯେ ନୂତନ ଜାତୀୟ ସମବାୟ ନୀତି ସାମଗ୍ରିକ ପରିବର୍ତ୍ତନ ଆଣିବ।...

୯ ମାସ ପରେ ଖୋଲିଲା ସ୍କୁଲ: ୬୨ ଶିକ୍ଷକ କରୋନା ପଜିଟିଭ୍‌

ମୁମ୍ବାଇ,୫।୧: ମହାରାଷ୍ଟ୍ରରେ ୯ ମାସ ପରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ସୋମବାରଠାରୁ ସ୍କୁଲ ଖୋଲିଥିବାବେଳେ ଏବେ ୬୨ ଶିକ୍ଷକଙ୍କ ନମୁନା ପରୀକ୍ଷା...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬୫ ବିଧାନସଭା ଆସନ ପାଇଁ ମତଦାନ ଜାରି…

ଲକ୍ଷ୍ନୌ/ପଣଜୀ/ଡେରାଡୁନ୍‌,୧୪ା୨: ସୋମବାର ୩ ରାଜ୍ୟର ୧୬୫ ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ଟି ଜିଲାର ୫୫ ଆସନରେ ଭୋଟିଂ...

ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଦେଲେ ଧକ୍କା: ଗର୍ଭପାତ ଅଭିଯୋଗ ଆଣିଲେ ସ୍ବାମୀ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଜଣେ ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଏବଂ ତାଙ୍କ ସମର୍ଥକ ଧକ୍କା ମାରିବା ଅଭିଯୋଗ ହୋଇଛି। ଏହା ଯୋଗୁ ଗର୍ଭବତୀ କାଉନସିଲରଙ୍କ ଗର୍ଭପାତ...

୨୯୫.୬୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଚଳିତ ୨୦୧୯-୨୦ ଫସଲ ବର୍ଷରେ ଦେଶରେ ୨୯୫.୬୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ଭଲ ବର୍ଷା ଯୋଗୁ କ୍ରମାଗତ...

୨୧ ବର୍ଷୀୟ ଯୁବକ ନିର୍ମାଣ କଲେ ବିଶ୍ୱର ସବୁଠୁ ଛୋଟ ଭାକ୍ୟୁମ କ୍ଲିନର୍‌

ହାଇଦ୍ରାବାଦ,୩।୩: ଆନ୍ଧ୍ରପ୍ରଦେଶର ୨୧ ବର୍ଷୀୟ ତପାଲା ନାଦମୁନି ଏକ ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ଚିତ୍ତୁର ଜିଲାର ଏକ ଛୋଟ ଗାଁର ଏହି ଯୁବକ...

Advertisement
Archives

Model This Week