Posted inଫୁରସତ

ରେଶମ ସହର ଶାଢ଼ି

ପାଟଶାଢ଼ି କେବଳ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ; ଆମ ଚଳଣି ଓ ପରମ୍ପରାରେ ଏହାର ଏକ ସ୍ବତନ୍ତ୍ର ମର୍ଯ୍ୟାଦା ମଧ୍ୟ ରହିଛି । ଭାରତର ବିଭିନ୍ନ ରାଜ୍ୟରେ ରହିଛି ଭିନ୍ନ ଭିନ୍ନ ପ୍ରକାରର ପାଟଶାଢ଼ି । ସେଥିମଧ୍ୟରେ ଓଡ଼ିଶାର ରେଶମ ସହରଭାବେ ପରିଚିତ ବ୍ରହ୍ମପୁର ପାଟଶାଢ଼ିର ସ୍ବତନ୍ତ୍ରତା ବାରି ହୋଇପଡ଼େ…

ଭାରତୀୟ ନାରୀଙ୍କ ଏକ ପ୍ରିୟ ପରିଧାନ ହେଉଛି ଶାଢ଼ି। ତେବେ ଦେଶର ପ୍ରତ୍ୟେକ ରାଜ୍ୟର ହସ୍ତତନ୍ତ ଶାଢ଼ି ଭିନ୍ନ ଭିନ୍ନ ହୋଇଥିବାବେଳେ ପାଟର ରହିଛି ସ୍ବତନ୍ତ୍ର ମର୍ଯ୍ୟାଦା। ବନାରସୀ ପାଟରୁ ଆରମ୍ଭ କରି, କାଞ୍ଚି ପୁରମ ପାଟ, ପୈଠାନୀ ପାଟ ସମେତ ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ସୋନପୁର ପାଟ, ସମ୍ବଲପୁରୀ ପାଟ, ଗଞ୍ଜାମର ବମକେଇ ପାଟ, ଖଣ୍ଡୁଆ ପାଟ ପ୍ରମୁଖ ଦେଶ ବିଦେଶରେ ବେଶ୍‌ ଲୋକପ୍ରିୟ। ତେବେ ଏହିସବୁ ପାଟଶାଢ଼ି ମଧ୍ୟରୁ ବ୍ରହ୍ମପୁର ପାଟଶାଢ଼ିର କାରିଗରି, ଡିଜାଇନ, କପଡ଼ା ରଙ୍ଗ ବିଭିନ୍ନ ଦୃଷ୍ଟିକୋଣରୁ ନିଜର ଏକ ସ୍ବତନ୍ତ୍ରତା ରଖିଆସିଛି। ବର୍ତ୍ତମାନ ସମୟରେ ମଧ୍ୟ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବ୍ରହ୍ମପୁର ପାଟଶାଢ଼ିର ଚାହିଦା ରହିଛି।

୨୦୦ ବର୍ଷର ଇତିହାସ – ବ୍ରହ୍ମପୁର ସହରର ଜଣେ ବୁଣାକାର ତଥା ସହରରେ ଥିବା ବ୍ରହ୍ମପୁର ସିଲ୍କ ବୁଣାକାର ସମବାୟ ସମିତିର ଜଣେ ସଦସ୍ୟ କେ.ଭୀମ ରାଜୁ ରାଓଙ୍କ ମତରେ ବ୍ରହ୍ମପୁର ପାଟଶାଢ଼ିର ଇତିହାସ ପ୍ରାୟ ୨୦୦ ବର୍ଷରୁ ଊର୍ଦ୍ଧ୍ୱ। ପୁର୍ବରୁ ବ୍ରହ୍ମପୁର ସହର ମହୁରୀ ରାଜାଙ୍କ ଅଧୀନରେ ଶାସିତ ହେଉଥିଲା। ସେହି ସମୟରେ ମହୁରୀ ରାଜା ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଅଞ୍ଚଳର ରାଜମହେନ୍ଦ୍ରୀ ସହରକୁ ଗସ୍ତରେ ଯାଇ ସେଠାରେ ପ୍ରସ୍ତୁତ ହେଉଥିବା ପାଟବସ୍ତ୍ର ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେହି ପାଟବସ୍ତ୍ର ତାଙ୍କୁ ବେଶ୍‌ ପସନ୍ଦ ଆସିବାରୁ ରାଜମହେନ୍ଦ୍ରୀରୁ ଫେରିବା ବେଳେ ସେଠାକାର କେତେଜଣ ବୁଣାକାରଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ। ସେହି ବୁଣାକାରମାନଙ୍କୁ ବ୍ରହ୍ମପୁର ସହରର ତତ୍କାଳୀନ କେଦାରେଶ୍ୱର ମନ୍ଦିର ନିକଟସ୍ଥ କିଛି ଜାଗା ଦେଇଥିଲେ ରହିବା ପାଇଁ। ଏହି ବୁଣାକାର ପରିବାର ବର୍ତ୍ତମାନ ବ୍ରହ୍ମପୁର ସହରରେ ଡେରା ସମ୍ପ୍ରଦାୟ ଭାବେ ପରିଚିତ। ବ୍ରହ୍ମପୁର ସହର ପୁରାତନ ସମୟରୁ ହିଁ ଦକ୍ଷିଣ ଓଡ଼ିଶାର ବାଣିଜି୍ୟକ କେନ୍ଦ୍ର ଭାବେ ପରିଚିତ ଥିଲା। ବ୍ରହ୍ମପୁର ପାଟର ସ୍ବତନ୍ତ୍ରତା ହେଲା ଏବେ ସୁଦ୍ଧା ଏହି ପାଟ ହାତରେ ବୁଣାଯାଏ। ତେବେ ବ୍ରହ୍ମପୁର ପାଟଶାଢ଼ିକୁ ବାଦ ଦେଲେ ଗଞ୍ଜାମ ଜିଲାରେ ପାତ୍ରପୁର ବ୍ଲକ ଅନ୍ତର୍ଗତ ବମକେଇ ଗ୍ରାମରେ ମଧ୍ୟ ବୁଣାକାରଙ୍କ ଦ୍ୱାରା ବମକେଇ ପାଟ ବୁଣା ହେଉଛି।

ପାରମ୍ପରିକ ପାଟ ଡିଜାଇନ- ବ୍ରହ୍ମପୁର ପାଟର କେତୋଟି ମାତ୍ର ହାତଗଣତି ଡିଜାଇନ୍‌ ଥିବା ସତ୍ତ୍ୱେ ତା’ର ସେହି ଡିଜାଇନ ତାକୁ ସମସ୍ତଙ୍କ ଭିତରେ ସ୍ବତନ୍ତ୍ର କରିଥାଏ। ପୁରାତନ ସମୟରୁ ଅଦ୍ୟାବଧି ବ୍ରହ୍ମପୁର ପାଟ ପ୍ରସ୍ତୁତକାରୀ ତଥା ବୁଣାକାରମାନେ କେବଳ ପୋଡ଼ାକୁମ୍ଭ, ଜାଲା, ଏକପୋଲିଆ ଯୋଡ଼, ମୁକ୍ତା ମଞ୍ଜି ଓ ବାନ୍ଧ କଳାକୃତି ବା ଡିଜାଇନ ହିଁ ପାଟରେ କରିଥା’ନ୍ତି। ଏଥି ମଧ୍ୟରୁ ମହିଳାମାନଙ୍କ ପାଟଶାଢ଼ିରେ ସବୁପ୍ରକାର ଡିଜାଇନ କରାଯାଉଥିବା ବେଳେ ପୁରୁଷଙ୍କ ନିମନ୍ତେ ଉଦ୍ଦିଷ୍ଟ ପାଟବସ୍ତ୍ରରେ କେବଳ ଏକପୋଲିଆ ଯୋଡ଼ କଳାକୃତି ସ୍ଥାନ ପାଏ।

ଅନ୍‌ଲାଇନ୍‌ରେ ବ୍ରହ୍ମପୁର ପାଟ- ଓଡ଼ିଶାର ଗାଁ ଗହଳିଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ବ୍ରହ୍ମପୁର ପାଟର ଚାହିଦା ଖୁବ୍‌ ବେଶି। ସହରର ମୁଖ୍ୟତଃ ବଡ଼ବଜାର ଅଞ୍ଚଳରେ ବହୁଳ ମାତ୍ରାରେ ବ୍ରହ୍ମପୁର ପାଟ ବିକ୍ରି ହୋଇଥାଏ। ବର୍ତ୍ତମାନ ବଜାର ଦର ଅନୁସାରେ ବ୍ରହ୍ମପୁର

ପାଟ ୭୦୦୦ରୁ ୧୫୦୦୦ ପର୍ଯ୍ୟନ୍ତ ବିକ୍ରି ହେଉଛି। ସେହିପରି ବିଗତ ୩ରୁ ୪ ବର୍ଷ ମଧ୍ୟରେ ଅନ୍‌ଲାଇନ୍‌ ଶପିଂ ଆପ୍‌ ଆମାଜନ, ଫ୍ଲିପ୍‌ କାର୍ଟ ଆଦି ଦ୍ୱାରା ଅନଲାଇନ ମାର୍କେଟିଂରେ ମଧ୍ୟ ବ୍ରହ୍ମପୁର ପାଟ ଉପଲବ୍ଧ ହେଉଛି। ଯାହା ଦ୍ୱାରା ଭାରତ ସମେତ ବିଭିନ୍ନ ଦେଶ ଓ ବିଦେଶରେ ବ୍ରହ୍ମପୁର ପାଟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ପାଟ ପ୍ରସ୍ତୁତି ଓ ଆବଶ୍ୟକ କଞ୍ଚାମାଲ – ବ୍ରହ୍ମପୁର ପାଟ ମୁଖ୍ୟତଃ ରେଶମ କୀଟରୁ ପ୍ରସ୍ତୁତ ହେଉଥିବା ସବୁଠାରୁ ଦାମିକା ରେଶମୀ ସୂତାରେ ତିଆରି ହୋଇଥାଏ। ପୁରାତନ କାଳରୁ ହିଁ ଏହି ପାଟବସ୍ତ୍ର ବୁଣିବା ନିମନ୍ତେ ପ୍ରମୁଖ କଞ୍ଚାମାଲ ବା ସୂତା ବାହାର ରାଜ୍ୟରୁ ଆମଦାନୀ ହେଉଛି। କର୍ନାଟକର ବେଙ୍ଗାଲୁରୁରୁ ଆମଦାନୀ ହେଉଥିବା ସୂତାକୁ ଟାହାଣି କୁହାଯାଉଥିବା ବେଳେ ପଶ୍ଚିମବଙ୍ଗର ମାଲଦା ଓ ମୁର୍ଶୀଦାବାଦରୁ ପାଟବସ୍ତ୍ର ପ୍ରସ୍ତୁତି ନିମନ୍ତେ ରେଶମୀ ସୂତା ଆମଦାନୀ ହୋଇଥାଏ। ଏହି ରେଶମୀ ସୂତା କେଜି ହିସାବରେ କିଣିବାକୁ ହୁଏ। ରେଶମୀ ସୂତା କେଜି ପିଛା ୪୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପାଟ ପ୍ରସ୍ତୁତି ପରେ ବୁଣାକାରମାନେ କିଛି ଶାଢ଼ି ବ୍ରହ୍ମପୁର ସହରର ସମବାୟ ସମିତିକୁ ଏବଂ କିଛି ଶାଢ଼ି ଦୋକାନୀଙ୍କୁ ବିକ୍ରି କରିଥାନ୍ତି। ସହରର ଅଧିକାଂଶ ବୁଣାକାରଙ୍କ କହିବା ଅନୁସାରେ ପ୍ରାୟ ଦେଢ଼କେଜି ରେଶମୀ ସୂତା ଓ ଟାହାଣି ଦ୍ୱାରା ଦୁଇଟି ପାଟଶାଢ଼ି ପ୍ରସ୍ତୁତ ହୋଇଥାଏ। ପାଟ ବୁଣିବା ନିମନ୍ତେ ବୁଣାକାରଙ୍କୁ ୪ ଦିନରୁ ୭ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ। ଦୈନିକ ପ୍ରାୟ ୧୦ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥାଏ। ପାଟ ବୁଣିବା ନିମନ୍ତେ ବୁଣାକାରଙ୍କୁ ରେଶମୀ ସୂତାରେ ରଙ୍ଗ କରିବା ସହ ପାଟ ନିମନ୍ତେ ମଣ୍ଡ ପ୍ରସ୍ତୁତ କରିବାକୁ ହୁଏ। ପୂର୍ବରୁ ସହରର ବଡ଼ବଜାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ହଜାର ହଜାର ସଂଖ୍ୟକ ଡେରା ସମ୍ପ୍ରଦାୟର ଲୋକେ ପାଟ ବୁଣୁଥିଲେ। ୨୦୨୦ରୁ ବର୍ତ୍ତମାନ ସମୟ ମଧ୍ୟରେ ଦେଖିବାକୁ ଗଲେ ଏହି ସଂଖ୍ୟା ପ୍ରାୟ ଶତକଡ଼ା ୯୦ ପ୍ରତିଶତ କମିଛି। ସହରରେ ବର୍ତ୍ତମାନ ଗଜାନନ ପେଟାସାହି, ଗଣେଶ ନଗର, କ୍ରିଷ୍ଣମ ପାତ୍ରସାହି, ବାଲୁଙ୍କେଶ୍ୱର ମନ୍ଦିର ସାହିରେ କେବଳ ୮୦ରୁ ୯୦ ବୟସର ଲୋକେ ନିଜ ନିଜ ଘରେ ପାଟ ବସ୍ତ୍ର ବୁଣୁଛନ୍ତି।

କୁଳବେଉସାରୁ ମୁହଁ ଫେରାଉଛନ୍ତି ନୂତନ ପିଢ଼ି- ବ୍ରହ୍ମପୁର ପାଟର ଚାହିଦା ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ରହିଥିଲେ ସୁଦ୍ଧା ବର୍ତ୍ତମାନ ସମୟରେ ପୂର୍ବଭଳି ପାଟ ପ୍ରସ୍ତୁତ ହେଉନାହିଁ। ସହରରେ ଥିବା ତିନୋଟି ସମବାୟ ସମିତି ଓ କିଛି ପାଟବୁଣାକାରଙ୍କ କହିବା ଅନୁଯାୟୀ, ବିଗତ ୧୦ରୁ ୧୫ ବର୍ଷ ହେବ ଡେରା ସମ୍ପ୍ରଦାୟ ବା ବୁଣାକାର ପରିବାରର ନୂତନ ପିଢ଼ିମାନେ ନିଜର କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି। ଏହାର ବହୁ କାରଣ ରହିଛି। ଯେପରିକି ପ୍ରଥମତଃ ବ୍ରହ୍ମପୁର ପାଟ ପ୍ରସ୍ତୁତି ନିମନ୍ତେ ପୁରାତନ ତନ୍ତ କଳ ହିଁ ପ୍ରଚଳିତ ରହିଛି। ଏହାକୁ ହାତରେ ବୁଣିବାକୁ ପଡ଼ୁଥିବା ବେଳେ ଅଧିକ ସମୟ ସାପେକ୍ଷ। ପାରିଶ୍ରମିକ ମଧ୍ୟ ବହୁତ କମ । ଅନ୍ୟପଟେ ବୁଣାକାରଙ୍କ ନିଜସ୍ବ ପରିବାର ହୋଇ ନ ଥିଲେ ସେମାନଙ୍କୁ ପାଟବୁଣା ମେଶିନ ରଖିବା ନିମନ୍ତେ ମଧ୍ୟ ବହୁ ହଇରାଣ ହେବାକୁ ପଡ଼ୁଛି। ବ୍ରହ୍ମପୁର ପାଟ କ୍ଷେତ୍ରରେ ନୂତନ ଡିଜାଇନ ଜ୍ଞାନ କୌଶଳ ଶିଖାଇବା ନିମନ୍ତେ ଏପର୍ଯ୍ୟନ୍ତ ବୟନ ଶିଳ୍ପ ବିଭାଗ ପକ୍ଷରୁ କୌଣସି ସ୍ଥାୟୀ ମାଷ୍ଟରଙ୍କ ବ୍ୟବସ୍ଥା କରାଯାଇନାହିଁ। ଏହିସବୁ କାରଣ ବାଦ୍‌ ଆହୁରି ଅନେକ ସମସ୍ୟା ଲାଗି ଆଜିର ଯୁବପିଢ଼ି ପାଟବୁଣିବା ପରିବର୍ତ୍ତେ ବ୍ୟବସାୟ, ଚାକିରି ଆଦି କରି ଅର୍ଥ ରୋଜଗାର କରୁଛନ୍ତି।
ବମକେଇ ପାଟ

ଗଞ୍ଜାମ ଜିଲାରେ ବ୍ରହ୍ମପୁର ପାଟ ଭଳି ବମକେଇ ପାଟର ମଧ୍ୟ ବେଶ୍‌ ଆଦର ରହିଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ବମକେଇ ଗ୍ରାମରେ ମୁଖ୍ୟତଃ ଏହି ପାଟ ପ୍ରସ୍ତୁତ ହୋଇଥାଏ। ପୂର୍ବରୁ ଏହି ଗ୍ରାମରେ ୧୫୦ରୁ ଊର୍ଦ୍ଧ୍ୱ ପାଟରା ବା ବୁଣାକାର ପରିବାର ବସବାସ କରୁଥିଲେ। ବ୍ରହ୍ମପୁର ଭଳି ଏଠାରେ ମଧ୍ୟ ବୁଣାକାରଙ୍କ ସହାୟତା ନିମନ୍ତେ ପାଟ ସମବାୟ ରହିଥିଲା। ସମବାୟ ତରଫରୁ ପାଟରାମାନଙ୍କୁ ସୁଲଭ ଦରରେ ସୂତା, ରଙ୍ଗ ଓ ଆବାଶ୍ୟକ କଞ୍ଚାମାଲ ମିଳୁଥିଲା। ଏହି ପାଟ ନିମନ୍ତେ ଆବଶ୍ୟକ କଞ୍ଚାମାଲ ପଡ଼ୋଶୀରାଜ୍ୟ ଆନ୍ଧ୍ର ଓ ବ୍ରହ୍ମପୁରରୁ ଆସିଥାଏ। କିନ୍ତୁ ବ୍ରହ୍ମପୁର ପାଟ ଭଳି ବମକେଇ ପାଟର ମଧ୍ୟ ଚାହିଦା ଥିଲେ ବି କାଳକ୍ରମେ ନୂତନ ପିଢ଼ି ନିିଜର କୌଳିକ ବୃତ୍ତିରୁ ମୁହଁ ଫେରାଉଥିବାରୁ ଏହା ବନ୍ଦ ହେବାକୁ ବସିଲାଣି। କୌଳିକ ବୃତ୍ତିରୁ ମୁହଁ ଫେରାଉଥିବା ନୂତନ ପିଢ଼ିର ଯୁବକମାନେ କଲିକତାର ଝୋଟ ମିଲ୍‌ ଅଥବା ସୁରଟ ଆଡ଼େ ମୁହଁାଉଛନ୍ତି। ବମକେଇ ଗାଁରେ ବର୍ତ୍ତମାନ ୩୨ ପାଟରା ପରିବାର ବସବାସ କରୁଥିଲେ ମଧ୍ୟ ବର୍ତ୍ତମାନ କେବଳ ୪ ଜଣ- କାହ୍ନୁ ନାୟକ, ସୁଦାମ ନାୟକ, କେଶବ ନାୟକ ଓ ନୀଳାଞ୍ଚଳ ଲୁଗା ବୁଣୁଛନ୍ତି। ତେବେ ଏମାନେ ମଧ୍ୟ ପାଟ ସ୍ଥାନରେ ଅଧିକାଂଶ କଟନ ଲୁଗା ବୁଣୁଛନ୍ତି। କାରଣ ଗୋଟିଏ ପାଟ ପ୍ରସ୍ତୁତ ନିମନ୍ତେ ୧୨ରୁ ୨୦ଦିନ ସମୟ ଲାଗୁଥିବା ବେଳେ କେବଳ ବିବାହ କିମ୍ବା ପର୍ବପର୍ବାଣି ଋତୁରେ ଅର୍ଡର ଥିଲେ ବୁଣାକାରମାନେ ବମକେଇ ପାଟ ବୁଣନ୍ତି। ଏହାର ଦାମ୍‌ ବର୍ତ୍ତମାନ ବଜାରରେ ୯,୫୦୦ ଟଙ୍କାରୁ ଆରମ୍ଭ ହୋଇ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପାଟ ସୂତାକୁ ବୁଣାକାରମାନେ ନିଜସ୍ବ ଭାବେ ରଙ୍ଗ କରିଥାନ୍ତି। ରଙ୍ଗ ଶୁଖିଲା ପରେ କଟନ ଲୁଗା ଓ ପାଟ ଉଭୟ ବୁଣିବା ନିମନ୍ତେ ପରିବାରର ଅନ୍ୟ ସଦସ୍ୟଙ୍କ ସହଯୋଗ ମଧ୍ୟ ଆବଶ୍ୟକ ହୋଇଥାଏ। କହିବା ବାହୁଲ୍ୟ ଯେ, ଘରର ସମସ୍ତ ସଦସ୍ୟଙ୍କ ପାରିଶ୍ରମିକ ପରେ ଆବଶ୍ୟକ ପରିମାଣର ମୂଲ୍ୟ ନ ମିଳିବା ଓ ସମୟ ସାପେକ୍ଷ କାର୍ଯ୍ୟ ହୋଇଥିବାରୁ ବ୍ରହ୍ମପୁର ପାଟ ଭଳି ବମକେଇ ପାଟ ବୁଣାରୁ ବର୍ତ୍ତମାନ ପିଢ଼ି ମୁହଁ ଫେରାଉଛନ୍ତି। ଆଜିକା ସମୟରେ ମାତ୍ର ଟଙ୍କା ୨୦ହଜାରରେ ପରିବାର ଚଳିବା ମୁସ୍କିଲ। ଏଣୁ ବମକେଇ ଗାଁରେ ମଧ୍ୟ ପାଟବୁଣା କାର୍ଯ୍ୟ ପ୍ରାୟ ବନ୍ଦ ହେବା ଯୋଗୁ ଗାଁ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ତେବେ ଏହି ଗାଁର ପାଟ ବୁଣା କାର୍ଯ୍ୟରେ ପୂର୍ବରୁ ଚକ୍ରପାଣି ପାତ୍ର ରାଷ୍ଟ୍ରପତି ପୁରସ୍କାର ପାଇଥିଲେ। ସେହିପରି ୨୦୧୫ରେ ବମକେଇ ଗ୍ରାମର ସ୍ବର୍ଗତ କବିରାଜ ନାୟକ ଦିଲ୍ଲୀରେ ସୂତ୍ରକାର ସୁମନ ସଂସ୍ଥା ଦ୍ୱାରା ତତ୍କାଳୀନ ସାଂସଦ କିରନ ଖେରଙ୍କଠାରୁ ୨୫ ହଜାର ଟଙ୍କା ଆର୍ଥିକ ପୁରସ୍କାର ଓ ମାନପାତ୍ର ପାଇଥିଲେ। ୨୦୧୦ରୁ ୨୦୨୦ ପର୍ଯ୍ୟନ୍ତ ସ୍ବର୍ଗତ କବିରାଜଙ୍କ ଉଦ୍ୟମରେ ବମକେଇ ପାଟ ଦିଲ୍ଲୀ ଦରବାରରେ ଉଚ୍ଚ ପ୍ରଶଂସିତ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇପାରିଥିଲା।

କେବଳ ଓଡ଼ିଶାରେ ନୁହେଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବ୍ରହ୍ମପୁର ପାଟ ଓ ବମକେଇ ପାଟ ଚାହିଦା ବଢୁଥିବାବେଳେ ପାଟ ବୁଣାକାରଙ୍କ ସଂଖ୍ୟା କିନ୍ତୁ କମି କମି ଚାଲିଛି। ତେଣୁ ସରକାରଙ୍କ ତରଫରୁ ଉପଯୁକ୍ତ ପ୍ରୋତ୍ସାହନ ନ ମିଳିଲେ ଏହି ପାଟର ଭବିଷ୍ୟତ କ’ଣ ହେବ ତାହା ସନ୍ଦେହ।
-ତନୁଶ୍ରୀ ନାହାକ
ଉମାଚରଣ କର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri