Posted inଖେଳ

ଆଉ ଜଣେ ଖେଳାଳି ପଜିଟିଭ୍‌: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ପ୍ରଥମ ଦିନିକିଆ ସ୍ଥଗିତ

କେପ୍‌ଟାଉନ (ଦକ୍ଷିଣ ଆଫ୍ରିକା), ୫ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ଆଉ ଜଣେ ଖେଳାଳି ପଜିଟିଭ୍‌ ହେବାରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ଶୁକ୍ରବାର ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍‌ ରବିବାରକୁ ଘୁଞ୍ଚାଇ ଦିଆଯାଇଥିବା ଦୁଇ ଦେଶର କ୍ରିକେଟ ଆସୋସିଏଶନ ପ୍ରକାଶ କରିଛନ୍ତି। ଉଭୟ ଦଳ, ମ୍ୟାଚ ଅଫିସିଆଲ ଏବଂ ମ୍ୟାଚ ସହିତ ସମ୍ପୃକ୍ତ ସମସ୍ତ ଅଫିସିଆଲଙ୍କ ହିତ ଓ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଉଭୟ ବୋର୍ଡର ସିଇଓ, ସିଏସ୍‌ଏର କୁଗ୍ୟାଣ୍ଡ୍ରି ଗୋଭେଣ୍ଡର ଏବଂ ଇସିବିର ଟମ୍‌ ହାରିସନ ମ୍ୟାଚ ସ୍ଥଗିତ ପାଇଁ ରାଜି ହୋଇଯାଇଥିଲେ। କରୋନା ସଂକ୍ରମିତ ଖେଳାଳିଙ୍କ ନାମ ପ୍ରକାଶ କରାଯାଇ ନାହିଁ। ତେବେ ନଭେମ୍ବର ମଧ୍ୟ ଭାଗରେ ଇଂଲଣ୍ଡ ଟୁର୍‌ ଆରମ୍ଭ ହେବାପୂର୍ବରୁ କରୋନା ଟେଷ୍ଟରେ ପଜିଟିଭ୍‌ ହେବାରେ ସେ ତୃତୀୟ ଦକ୍ଷିଣ ଆଫ୍ରିକୀୟ ଖେଳାଳି। କେପ୍‌ଟାଉନ୍‌ସ୍ଥିତ ହୋଟେଲର ବାୟୋବବଲରେ ପ୍ରବେଶ କରିବା ପୂର୍ବରୁ ଜଣେ ଖେଳାଳି ପଜିଟିଭ ଚିହ୍ନଟ ହୋଇଥିଲେ। ବାୟୋବବଲରେ ଦ୍ୱିତୀୟ ପଜିଟିଭ ଘଟଣା ନିକଟରେ ଶେଷ ହୋଇଥିବା ଟି୨୦ ସିରିଜ ପୂର୍ବରୁ ଦେଖିବାକୁ ମିଳିଥିଲା। ଏହି ସିରିଜରେ ଇଂଲଣ୍ଡ ୩-୦ରେ ବିଜୟ ଲାଭ କରିଥିଲା। ଦିନିକିଆ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଫଳରେ ରବିବାର ଓ ସୋମବାର ପଛକୁ ପଛ ଦୁଇଟି ମ୍ୟାଚ ଖେଳାଯିବ। ବୁଧବାର ତୃତୀୟ ଅନ୍ତର୍ଜାତୀୟ ଦିନିକିଆ ସହ ଇଂଲଣ୍ଡ ଟୁର୍‌ ଶେଷ ହେବ। ଓପନିଂ ଗେମ୍‌ ବର୍ତ୍ତମାନ ପାର୍ଲ ସିଟି ନିକଟବର୍ତ୍ତୀ ବୋଲାଣ୍ଡ ପାର୍କଠାରେ ଖେଳାଯିବାକୁଥିବାବେଳେ କେପ୍‌ଟାଉନ୍‌ରେ ଶେଷ ଦୁଇ ଅନ୍ତର୍ଜାତୀୟ ଦିନିକିଆ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri