Posted inଖେଳ

ଆଉ ଜଣେ ଖେଳାଳି ପଜିଟିଭ୍‌: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ପ୍ରଥମ ଦିନିକିଆ ସ୍ଥଗିତ

କେପ୍‌ଟାଉନ (ଦକ୍ଷିଣ ଆଫ୍ରିକା), ୫ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ଆଉ ଜଣେ ଖେଳାଳି ପଜିଟିଭ୍‌ ହେବାରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ଶୁକ୍ରବାର ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍‌ ରବିବାରକୁ ଘୁଞ୍ଚାଇ ଦିଆଯାଇଥିବା ଦୁଇ ଦେଶର କ୍ରିକେଟ ଆସୋସିଏଶନ ପ୍ରକାଶ କରିଛନ୍ତି। ଉଭୟ ଦଳ, ମ୍ୟାଚ ଅଫିସିଆଲ ଏବଂ ମ୍ୟାଚ ସହିତ ସମ୍ପୃକ୍ତ ସମସ୍ତ ଅଫିସିଆଲଙ୍କ ହିତ ଓ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଉଭୟ ବୋର୍ଡର ସିଇଓ, ସିଏସ୍‌ଏର କୁଗ୍ୟାଣ୍ଡ୍ରି ଗୋଭେଣ୍ଡର ଏବଂ ଇସିବିର ଟମ୍‌ ହାରିସନ ମ୍ୟାଚ ସ୍ଥଗିତ ପାଇଁ ରାଜି ହୋଇଯାଇଥିଲେ। କରୋନା ସଂକ୍ରମିତ ଖେଳାଳିଙ୍କ ନାମ ପ୍ରକାଶ କରାଯାଇ ନାହିଁ। ତେବେ ନଭେମ୍ବର ମଧ୍ୟ ଭାଗରେ ଇଂଲଣ୍ଡ ଟୁର୍‌ ଆରମ୍ଭ ହେବାପୂର୍ବରୁ କରୋନା ଟେଷ୍ଟରେ ପଜିଟିଭ୍‌ ହେବାରେ ସେ ତୃତୀୟ ଦକ୍ଷିଣ ଆଫ୍ରିକୀୟ ଖେଳାଳି। କେପ୍‌ଟାଉନ୍‌ସ୍ଥିତ ହୋଟେଲର ବାୟୋବବଲରେ ପ୍ରବେଶ କରିବା ପୂର୍ବରୁ ଜଣେ ଖେଳାଳି ପଜିଟିଭ ଚିହ୍ନଟ ହୋଇଥିଲେ। ବାୟୋବବଲରେ ଦ୍ୱିତୀୟ ପଜିଟିଭ ଘଟଣା ନିକଟରେ ଶେଷ ହୋଇଥିବା ଟି୨୦ ସିରିଜ ପୂର୍ବରୁ ଦେଖିବାକୁ ମିଳିଥିଲା। ଏହି ସିରିଜରେ ଇଂଲଣ୍ଡ ୩-୦ରେ ବିଜୟ ଲାଭ କରିଥିଲା। ଦିନିକିଆ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଫଳରେ ରବିବାର ଓ ସୋମବାର ପଛକୁ ପଛ ଦୁଇଟି ମ୍ୟାଚ ଖେଳାଯିବ। ବୁଧବାର ତୃତୀୟ ଅନ୍ତର୍ଜାତୀୟ ଦିନିକିଆ ସହ ଇଂଲଣ୍ଡ ଟୁର୍‌ ଶେଷ ହେବ। ଓପନିଂ ଗେମ୍‌ ବର୍ତ୍ତମାନ ପାର୍ଲ ସିଟି ନିକଟବର୍ତ୍ତୀ ବୋଲାଣ୍ଡ ପାର୍କଠାରେ ଖେଳାଯିବାକୁଥିବାବେଳେ କେପ୍‌ଟାଉନ୍‌ରେ ଶେଷ ଦୁଇ ଅନ୍ତର୍ଜାତୀୟ ଦିନିକିଆ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଜେତାଙ୍କ ଉପରେ ହେବ ଧନବର୍ଷା

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ୟୁଏଇ ଏବଂ ଓମାନରେ ଆୟୋଜିତ ହେବାକୁ ଥିବା ଆଇସିସିର...

ଆଗାମୀ ୩ ଜନ୍ମ ପାଇଁ ଏହି କାମ କରିବାକୁ ଚାହୁଁଛନ୍ତି ଦାଦା

କୋଲକାତା,୧୯।୫: ବିସିସିଆଇର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବହୁତ ବ୍ୟସ୍ତ ଅଛନ୍ତି। ଆଇପିଏଲ ୨୦୨୧ ସ୍ଥଗିତ ହେବା ଏବଂ ଭାରତୀୟ...

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ମୁମ୍ବାଇ,୧୭।୩: ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଛି। ଏବେ ଉଭୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ମୁହାଁମୁହିଁ ହେବେ।...

୩୪ରେ ଧାଓ୍ବନ

ନୂଆଦିଲ୍ଲୀ,୫ା୧୨- ଭାରତୀୟ ଓପନର ଶିଖର ଧାଓ୍ବନ ଗୁରୁବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ପ୍ରଶଂସକ ଓ ସାଥି ଖେଳାଳିଙ୍କ ନିକଟରେ ଗବର ଭାବେ ପରିଚିତ...

ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ

ଶାରଜା, ୧୦।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୬ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି।...

ଜୋସୁଆଙ୍କ ହ୍ୟାଟ୍ରିକ୍‌

ଆଡିଲେଡ୍‌,୪ା୧୧: ଷଷ୍ଠ ବୋଲର ଭାବେ ଟି୨୦ ବିଶ୍ୱକପରେ ହ୍ୟାଟ୍ରିକ ନେଇଛନ୍ତି ଆୟର୍ଲାଣ୍ଡର ଜୋସୁଆ ଲିଟିଲ୍‌। ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ସୁପର-୧୨ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ...

ବଡ଼ ଉପଲବ୍ଧି ହାସଲ କଲେ କୋହଲି

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ଏକ ସ୍ବତନ୍ତ୍ର ରେକର୍ଡର...

ଡୋପ୍‌ ଜାଲରେ ଟପ୍‌ ଭାରୋତ୍ତୋଳକ

ନୂଆଦିଲ୍ଲୀ,୧୭।୭- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ହିମାଂଶୁ କୁମାର ଚାଙ୍ଗ, ଏସିଆନ ବ୍ରୋଞ୍ଜ ପଦକଧାରୀ ଲଭପ୍ରୀତ ସିଂ, ରାଜ୍ୟଗୋଷ୍ଠୀ ଯୁବ ଚାମ୍ପିୟନଶିପ୍‌ ରୌପ୍ୟ ପଦକ...

Advertisement
Archives

Model This Week