କରୋନା ପରବର୍ତ୍ତୀ ବିଶ୍ୱ ଅର୍ଥନୀତିର ସ୍ବରୂପ

ଡ. ଚିତ୍ତରଞ୍ଜନ ମିଶ୍ର

 

କୋଭିଡ୍‌-୧୯ ବୈଶ୍ୱିକ ମହାମାରୀକୁ ନେଇ ଯେତେବେଳେ ସମଗ୍ର ବିଶ୍ୱ ଅତ୍ୟନ୍ତ ଭୀତତ୍ରସ୍ତ ହୋଇଉଠିଛି ସେତେବେଳେ ଆଲୋଚନା ଓ ପ୍ରତିଆଲୋଚନା ମୁଣ୍ଡ ଟେକିଉଠୁଛି ଯେ, ଆଗାମୀ ଦିନରେ କେଉଁ ଦେଶର ଅର୍ଥନୀତି ସୁଦୃଢ଼ ହେବ ଏବଂ କେଉଁ ଦେଶର ଅର୍ଥନୀତି ରସାତଳଗାମୀ ହେବ।
ଏ ଆଲୋଚନାକୁ ନେଇ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଆମକୁ ପ୍ରଥମେ ଯେ କାୈଣସି ଏକ ସମୟରେ ବିଶ୍ୱ ଅର୍ଥନୈତିକ ପରିବେଶ ସମ୍ପର୍କରେ ଅବଗତ ହେବାକୁ ପଡ଼ିବ, ତାହାଲେ ଯାଇଁ ଆମେ ହୃଦୟଙ୍ଗମ କରିବା ଯେ କେଉଁ ଅର୍ଥନୈତିକ ନିୟମ କୋଭିଡ୍‌-୧୯ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥାରେ ଅତ୍ୟନ୍ତ କ୍ରିଟିକାଲ ସାବ୍ୟସ୍ତ ହେବ।
କରୋନା ମହାମାରୀ ଏକ ଅନ୍ତର୍ମୁଖୀ ପ୍ରଶସ୍ତ ମୋଡକୁ ତ୍ୱରାନ୍ବିତ କରିବାରେ ସହାୟକ ହେଉଅଛି, ଯାହାକି ୨୦୦୮ ମସିହାର ବିଶ୍ୱ ଅର୍ଥନୈତିକ ସଙ୍କଟର ଠିକ୍‌ ପରେ ପରେ ହିଁ ଆରମ୍ଭ ହୋଇଥିଲା ।
ଭାରତ ଓ ଚାଇନା ସମେତ ଯେଉଁ ରାଷ୍ଟ୍ରମାନେ ଜଗତୀକରଣର ସର୍ବବୃହତ୍‌ ହିତାଧିକାରୀ ଭାବେ ସାବ୍ୟସ୍ତ ହୋଇଥିଲେ ସେହି ରାଷ୍ଟ୍ରଗୁଡ଼ିକରେ ନେତୃସ୍ଥାନୀୟ ବ୍ୟକ୍ତିମାନେ ‘ଆମତ୍ ନିର୍ଭର’ ଉପରେ ଏବେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛନ୍ତି।
ବିଭିନ୍ନ ରାଷ୍ଟ୍ରର ସରକାରମାନେ ଅର୍ଥନୀତି ଉପରେ ନିଜର ଦୃଢ ନିୟନ୍ତ୍ରଣ ଜାହିର କରୁଛନ୍ତି, ସଟଡାଉନ୍‌ ଉପରେ ପ୍ରଭୂତ୍ୱ ପ୍ରଦର୍ଶନ କରୁଛନ୍ତି ଏବଂ ବ୍ୟାବସାୟିକ ପେ-ରୋଲକୁ ଏଭଳି ଭାବେ ଜାତୀୟକରଣ କରି ଦେଉଛନ୍ତି ଯାହାକି ୬ ମାସ ପୂର୍ବରୁ ଆଦାୈ ଚିନ୍ତା କରାଯାଇ ପାରୁନଥିଲା। ଏକାଧିକ ରାଷ୍ଟ୍ରରେ ସର୍ବସାଧାରଣ ଋଣ ଏବଂ ନିଅଣ୍ଟିଆ ବଜେଟ ବ୍ୟବସ୍ଥା ଦ୍ରୁତ ଗତିରେ ବୃଦ୍ଧି ହେଉଛି ା ଜଗତୀକରଣର ଶେଷ ସୁରକ୍ଷା ଦୁର୍ଗ ହେଲା ‘ଭର୍ଚୁଆଲ ଇକୋନୋମି’, ଯାହାକି ଲକ୍‌ଡାଉନ ସମୟରେ ଯଥେଷ୍ଟ ତ୍ୱରାନ୍ବିତ ହୋଇଅଛି ା କରୋନା ମହାମାରୀ ସମୟରେ ଲୋକେ ନିଜର ସୁରକ୍ଷା ପାଇଁ ଘରେ ବାନ୍ଧି ହୋଇ ରହିଲେ ଏବଂ ‘ୱାର୍କ ଫ୍ରମ୍‌ ହୋମ୍‌’ ଅର୍ଥାତ୍‌ ଘରୁ ଅଫିସ କାମ କଲେ ା ଖେଳକୁଦ, ଦୋକାନ ବଜାରରୁ କିଣାକଟା ଏବଂ ପଢ଼ାଶୁଣା ସବୁ ଘରୁ କରିବାକୁ ପଡ଼ିଲା, ଯାହାଫଳରେ କି ଲୋକମାନଙ୍କର ନୂଆ ଅଭ୍ୟାସ ସୃଷ୍ଟି ହେଲା। କରୋନା ମହାମାରୀ ପରେ ଏହି ଅଭ୍ୟାସ ଭର୍ଚୁଆଲ ଏଣ୍ଟରପ୍ରାଇଜେସ୍‌ମାନଙ୍କୁ ସେମାନଙ୍କର ଦ୍ରୁତ ଅଭିବୃଦ୍ଧିରେ ଅତ୍ୟନ୍ତ ସହାୟକ ହେବ। ଚାରୋଟି ପ୍ରମୁଖ ଶକ୍ତି ଉତ୍ସ :-ଏକ ବଳିଷ୍ଠ ଘରୋଇ ବଜାର (କିମ୍ବା ଅସାଧାରଣ ରପ୍ତାନି ଦକ୍ଷତା);ଏକ ଦକ୍ଷ ସରକାର (ସାମ୍ପ୍ରତିକ ପରିସ୍ଥିତିରେ, ଯାହାକି ଅତ୍ୟନ୍ତ ମୂଲ୍ୟ ରଖିଥାଏ ତାକୁ ମାପିବା ପାଇଁ ବ୍ୟବହୃତ ହେଉଥିବା ସୂଚକ ଯଥା- କୋଭିଡ୍‌-୧୯ ଦ୍ୱାରା ନିୟୁତ ପିଛା ସଂକ୍ରମିତ ଓ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା); ସରକାରୀ ଋଣ ପରିମାଣ ଏବଂ ନିଅଣ୍ଟିଆ ପରିସ୍ଥିତି ଏବଂ ଡିଜିଟାଲ ସୋଫିଷ୍ଟିକେଶନ ବା ଡିଜିଟାଲ ବ୍ୟବହାର ସହିତ ଗବେଷଣା ଓ ଉନ୍ନୟନରେ ବହୁଳ ପୁଞ୍ଜି ନିବେଶ। ଏହି ୪ଟି ପ୍ରମୁଖ ଶକ୍ତିଉତ୍ସ ଆଧାରରେ ବିକଶିତ ବା ଉଦ୍‌ଭାସିତ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ରଗୁଡ଼ିକୁୁ ସ୍କ୍ରିିନିଂ କଲେ ଏକ ଆଶ୍ଚର୍ଯ୍ୟଜନକ ତାଲିକା ଦୃଷ୍ଟିଗୋଚର ହୋଇଥାଏ। ବିଶ୍ୱର ଦୁଇ ଅର୍ଥନୈତିକ ମହାଶକ୍ତି ଆମେରିକା ଓ ଚାଇନା ଏହି ତାଲିକାରେ ନିଜର ନାଁ ସାମିଲ କରିପାରିନାହାନ୍ତି। ଅତ୍ୟଧିକ ଋଣ ଏବଂ କୋଭିଡ୍‌-୧୯ ମହାମାରୀକୁ ସେମାନଙ୍କର ସରକାର ଯେଭଳି ଭାବେ ପରିଚାଳନା କଲେ ସେ ନେଇ ସନ୍ଦେହର କୁହେଳିକା ବେଶ୍‌ ଘନୀଭୂତ ହେବାରେ ଲାଗିଛି। ଏହି ପ୍ରମୁଖ ବିଜେତାଙ୍କ ତାଲିକାରେ ଭାରତର ନାଁ ମଧ୍ୟ ନାହିଁ ା କୋଭିଡ୍‌-୧୯ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥାରେ ୨୫ଟି ବୃହତ ବିକଶିତ ରାଷ୍ଟ୍ରଙ୍କ ତାଲିକାରେ ଭାରତ ୧୩ତମ ସ୍ଥାନ ଅଧିକାର କରିଛି ଏବଂ ୪ଟି ପ୍ରମୁଖ ଶ୍ରେଣୀ ମଧ୍ୟରୁ ଗୋଟିକରେ ୧୦ତମ ସ୍ଥାନ ଅଧିକାର କରିଛି। ଡିଗ୍ଲୋବାଲାଇଜେନର ଶକ୍ତି ପାଖରେ ଭାରତ ଅପେକ୍ଷାକୃତ କମ୍‌ ଅସୁରକ୍ଷିତ ଏବଂ ଆମେ ସେଥିପାଇଁ ଧନ୍ୟବାଦ ଦେବା ଭାରତବର୍ଷର ବିଶାଳ ଖାଉଟି ବଜାରକୁ।
ସରକାରୀ ଦକ୍ଷତା କ୍ଷେତ୍ରରେ ଭାରତବର୍ଷର ସ୍କୋର ଏବେ ୧୩ତମ ସ୍ଥାନ ଅଧିକାର କରିଛି ଏବଂ ଏକ ନିୟୁତ ଲୋକଙ୍କ ମଧ୍ୟରୁ ପ୍ରାୟ ୩୩୦୦ଜଣ କରୋନାରେ ସଂକ୍ରମଣ ହେଉଥିଲାବେଲେ ୫୫ଜଣ ମୃତ୍ୟୁବରଣ କରୁଛନ୍ତି ା ସରକାରୀ ଋଣ ଏବଂ ନିଅଣ୍ଟିଆ ପରିସ୍ଥିତିକୁ ବିଚାରକୁ ନେଲେ ଭାରତର ସ୍କୋର ୧୯।
ଶେଷରେ ଏବଂ ଅପ୍ରତ୍ୟାଶିତ ଭାବରେ ଡିଜିଟାଲ ବ୍ୟବହାର, ମାର୍ଜିତ ରୁଚି ଏବଂ ଭାବକୁ ବିଚାରକୁ ନେଲେ ଭାରତ ଉଦ୍‌ଭାସିତ ବିଶ୍ୱ ବ୍ୟବସ୍ଥାରେ ୧୬ତମ ସ୍ଥାନ ଅଧିକାର କରିଛି। ଭାରତ ତା’ର ମୋଟ ଘରୋଇ ଉପତ୍ାଦର ମାତ୍ର ୦.୫ପ୍ରତିଶତ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ବିନିଯୋଗ କରିଥାଏ, ଯାହାକି ଅତ୍ୟନ୍ତ ସ୍ବଳ୍ପ।
ଇତିମଧ୍ୟରେ କରୋନା ମହାମାରୀ ପରବର୍ତ୍ତୀ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ରାଷ୍ଟ୍ରଗୁଡ଼ିକର ସଫଳତାର ବିବରଣୀକୁ ପର୍ଯ୍ୟାଲୋଚନା କରିବା।
ଜର୍ମାନୀ କରୋନା ମହାମାରୀ ସହ ମୁହାଁମୁହିଁ ହୋଇଥିଲା ସେତିକିବେଳେ ଯେତେବେଳେ କି ରାଷ୍ଟ୍ରର ମୁଣ୍ଡ ଉପରେ ବହୁତ କମ୍‌ ପରିମାଣର ଋଣ ବୋଝ ଲଦା ହୋଇଥିଲା। ଜର୍ମାନୀ ସରକାର ଲୋକମାନଙ୍କୁ ବୃହତ୍‌ ଘରୋଇ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ ମାଧ୍ୟମରେ ସେମାନଙ୍କର ନିକଟତର ହୋଇପାରିଲା। ଜର୍ମାନୀ ମଧ୍ୟ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଏଭଳି ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କଲା ା ତା’ ସତ୍ତ୍ୱେ ମଧ୍ୟ ଜର୍ମାନୀ ସର୍ବସାଧାରଣ ଋଣ କ୍ଷେତ୍ରରେ ସର୍ବନିମ୍ନ ସ୍ଥାନ ଅଧିକାର କରି ବିଶ୍ୱରେ ନିଜକୁ ଏକ ମହାଶକ୍ତି ଭାବେ ପ୍ରତିପାଦନ କରିପାରିଲା। ଜର୍ମାନୀର ଚାନସେଲର ମର୍କେଲ ଏକ ‘ୟୁରୋପିଆନ ରିକଭରି ଫଣ୍ଡତ୍‌’ ସୃଷ୍ଟି କରିବା ପାଇଁ ନେତୃତ୍ୱ ନେଉଛନ୍ତି, ଯାହାକି ୟୁରୋପୀୟ ଉପମହାଦେଶର ଉତ୍ତର-ଦକ୍ଷିଣ ବିଭେଦକୁ ହ୍ରାସ କରାଇବାରେ ସହାୟକ ହୋଇପାରିବ ା ଏହା ଫଳପ୍ରଦ ହେଲେ ତାଙ୍କ ପ୍ରଚେଷ୍ଟା ଏକ ‘ୟୁରୋପୀୟ ରେନାସଁା’ ବା ‘ୟୁରୋପୀୟ ପୁନରଭ୍ୟୁଦୟ’ ଭଳି ଏହି ମହତ୍ତର ପଦକ୍ଷେପ ହେବ ା ଆଇଏମ୍‌ଡି ଅନୁଯାୟୀ ଫିନ୍‌ଲାଣ୍ଡ ଏବେ ବିଶ୍ୱର ‘ଶ୍ରେଷ୍ଠ ୧୦ ଟେକ୍ନୋଲୋଜି ପାୱାର’ ଭାବେ ପରିଗଣିତ ହେଉଅଛି ା ସୁଦକ୍ଷ ଅମଲାତନ୍ତ୍ର, ସ୍ପଳ୍ପ ଘରୋଇ ଋଣ ଏବଂ ପରିଚାଳନୀୟ ବା ନିର୍ବାହଯୋଗ୍ୟ ସର୍ବସାଧାରଣ ଋଣକୁ ଆଖିଆଗରେ ରଖିଲେ ଏହା ଅନୁମାନ କରାଯାଇପାରେ ଯେ କରୋନା ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥାରେ ଦଣ୍ଡାୟମାନ ହେବାକୁ ଯାଉଥିବା ନାନାବିଧ ଚ୍ୟାଲେଞ୍ଜକୁ ସଫଳ ଭାବେ ପ୍ରତିହତ କରିବାର କ୍ଷମତା ଫିନଲାଣ୍ଡ ପାଖରେ ଅଛି।
କୋଭିଡ୍‌ ସଂକ୍ରମଣ ଜନିତ ମୃତ୍ୟୁକୁ ପ୍ରାୟତଃ ଶୂନ୍ୟ ସ୍ତରକୁ ଆଣିବାରେ ସଫଳ ହେବା ସଙ୍ଗେ ସଙ୍ଗେ ସୁଇଜରଲାଣ୍ଡ ଏକ ‘ଇକୋନୋମିକ ରିଲିଫ୍‌ ଏଜେନ୍ସି’ ସୃଷ୍ଟି କରିଛି, ଯାହାକି ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ଏବଂ ଏହି ଏଜେନ୍ସି ମାଧ୍ୟମରେ ଖୁବ୍‌ ଅଳ୍ପ ସମୟରେ ଆବଶ୍ୟକ ସହାୟକ ଋଣ ପ୍ରଦାନ କରୁଅଛି। ମୁଣ୍ଡ ପିଛା ଅଧିକ ପେଟେଣ୍ଟ ଫାଇଲ କରିବାରେ ସୁଇଜରଲାଣ୍ଡ ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ସୁଇଜରଲାଣ୍ଡ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ମଧ୍ୟ ପ୍ରଚୁର ପରିମାଣରେ ପୁଞ୍ଜି ଲଗାଣ କରିଥାଏ। ଏ ସମସ୍ତ କାରଣରୁ ସୁଇଜରଲାଣ୍ଡ ବିଶ୍ୱର ଶ୍ରେଷ୍ଟ ୫ଟି ‘ଟେକ୍ନୋଲୋଜି ସୁପର ପାୱାର’ ମଧ୍ୟରେ ପରିଗଣିତ ହୋଇଥାଏ। ଭିଏତ୍‌ନାମ ନିଜକୁ ‘ଦ୍ୱିତୀୟ ଚାଇନା’ ବୋଲି ବିବେଚନା କରି ଏକ ବଳିଷ୍ଠ ରପ୍ତାନି ରାଷ୍ଟ୍ରଭାବେ ଉଭା ହେବାକୁ ଲାଗିଲାଣ। ଭିଏତନାମ କୋଭିଡ୍‌-୧୯ ବୈଶ୍ୱିକ ମହାମାରୀକୁ ପ୍ରତିହତ କରିବାରେ ଅନନ୍ୟ ସଫଳତା ଲାଭ କରିପାରିଛି। ଇମିଗ୍ରେଶନ ଏବଂ ଟ୍ରେଡ ବିରୋଧରେ ସମଗ୍ର ବିଶ୍ୱ ଅଣ୍ଟା ଭିଡି ଲାଗିପଡ଼ିଥିଲା ବେଳେ ଭିଏତ୍‌ନାମ ଦିନକୁ ଦିନ ନିଜକୁ ବିସ୍ତାରିତ କରି ଗତ ଦଶକରେ ୧୫ଟି ମୁକ୍ତ ବାଣିଜି୍ୟକ ରାଜିନାମାରେ ଦସ୍ତଖତ କରିଛି। ଭିଏତନାମ ବିଶ୍ୱର ସର୍ବଶ୍ରେଷ୍ଠ ଦ୍ରୁତ ଅଭିବୃଦ୍ଧିକାରକ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ଭାବେ ୨୦୨୦ ମସିହାକୁ ବିଦାୟ ଦେବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିସାରିଲାଣି। ଦକ୍ଷିଣ କୋରିଆ ସହ ପାଦରେ ପାଦ ମିଶାଇ କ୍ରମାଗତଭାବେ ବିଗତ ୫ ଦଶନ୍ଧି ଧରି ତାଇୱାନ ଦ୍ରୁତ ଅଭିବୃଦ୍ଧିଧର୍ମୀ ରାଷ୍ଟ୍ର ଭାବେ ସଫଳତାର ଶୀର୍ଷ ଦେଶରେ ଅଧିଷ୍ଠିତ ହୋଇପାରିଛି। ଉଭୟ ଦକ୍ଷିଣ କୋରିଆ ଏବଂ ତାଇୱାନ ସମସ୍ତ ୪ଟି ପୋଷ୍ଟ- ପାଣ୍ଡେମିକ୍‌ ଫ୍ୟାକ୍ଟର ଆଧାରରେ ‘ଇମର୍ଜିଂ ମାର୍କେଟ’ ବିଶିଷ୍ଟ ଶ୍ରେଷ୍ଠ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିଗଣିତ ହୋଇଛନ୍ତି ା
‘ଡାର୍କ ହର୍ସ’ ରୁଷିଆ ବିଶ୍ୱର ୫ଟି ପ୍ରମୁଖ ରାଷ୍ଟ୍ରଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିନାହିଁ। ଏହାର ପ୍ରମୁଖ କାରଣ ହେଲା ରୁଷିଆ ନିଜକୁ ଏକ ଅଭେଦ୍ୟ ଅର୍ଥନୈତିକ ଦୁର୍ଗ ଭିତରେ ସୁରକ୍ଷିତ କରି ରଖିଛି ଏବଂ ବିଶ୍ୱ ବଜାର ବ୍ୟବସ୍ଥା ସହ ଆଦୌ କୌଣସି ଦେଣ ନେଣ ରଖିନାହିଁ ା ରୁଷିଆ ପାଖରେ ଉନ୍ନତ ଧରଣର ‘ଡିଜିଟାଲ ଇକୋନୋମି’ ରହିଛି ଏବଂ ଘରୋଇ ଇଣ୍ଟରନେଟ୍‌ କମ୍ପାନୀ ସ୍ଥାପନା କରିିବାରେ କେତେକ ହାତଗଣତି ଦେଶ ମଧ୍ୟରେ ରୁଷିଆ ଅନ୍ୟତମ। ଏହି ଘରୋଇ ଇଣ୍ଟରନେଟ୍‌ କମ୍ପାନୀଗୁଡ଼ିକ ଆମେରିକା ଓ ଚାଇନାର ବୃହତ ଇଣ୍ଟରନେଟ କମ୍ପାନୀଗୁଡ଼ିକର ଚ୍ୟାଲେଞ୍ଜକୁ ପ୍ରତିହତ କରିବାର ଯଥେଷ୍ଟ କ୍ଷମତା ମଧ୍ୟ ପୋଷଣ କରିଛନ୍ତି।
ଏ ସମସ୍ତ ରାଷ୍ଟ୍ର ବିଭିନ୍ନ ଅନୁପାତ ଅନୁସାରେ ଓ ଇତିହାସର ବିପରୀତ ପଟରେ ଦଣ୍ଡାୟମାନ ହେଲେ ମଧ୍ୟ ଭବିଷ୍ୟତକୁ ଉଜ୍ୱଳମୟ କରିବା ପାଇଁ ଏକାଧିକ ଯୁକ୍ତଭାବାପନ୍ନତାର ଶକ୍ତି ଓ ସାମର୍ଥ୍ୟ ବହନ କରି ଭବିଷ୍ୟତକୁ ଲମ୍ଫ ପ୍ରଦାନ କରିବା ପାଇଁ ଆଗଭର ଅଟନ୍ତି ା ଏକ ଅତ୍ୟନ୍ତ କଠିନ କୋଭିଡ୍‌-୧୯ ବୈଶ୍ୱିକ ମହାମାରୀ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥାରେ ସେମାନଙ୍କର ପ୍ରାଧାନ୍ୟ ନିଶ୍ଚିତ ରୂପେ ଅନୁଭୂତ ହେବ।
ବି/୩, ଏଚ୍‌ଆଇଜି କଲୋନୀ, ବରମୁଣ୍ଡା ହାଉସିଂ ବୋର୍ଡ, ଭୁବନେଶ୍ୱର
ମୋ-୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri