ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଗୁରୁବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାଛଡା ଉତ୍ତର-ଆଭ୍ୟନ୍ତରୀଣ ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ଆନ୍ଧ୍ର ଦେଇ ଓଡ଼ିଶା ଉପକୂଳକୁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଶନିବାର ଲଗାଣ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ସତର୍କ କରାଯାଇଛି। ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଲୋକମାନଙ୍କ ପାଖରେ ଯେମିତି ସତର୍କ ଖବର ପହଞ୍ଚିବ, ସେଥିପାଇଁ ବ୍ୟବସ୍ଥା କରିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି। କିଛି ଅଘଟଣ ଘଟିଲେ ତୁରନ୍ତ କାର୍ଯ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡ଼ା ଶନିବାର ଆଣ୍ଡାମାନ ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷା କରାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଏବଂ ଘୂର୍ଣ୍ଣିବଳୟ ଯୋଗୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିବା ସହ ପ୍ରବଳ ବର୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶା ଛଡ଼ାଇବା ବଦଳରେ ଜୀବନ ନେଲେ

ଭୁବନେଶ୍ୱର,୩।୨(ବ୍ୟୁରୋ):ନିଶା ସେବନରୁ ପୁଅକୁ ଦୂରେଇବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ହେଲେ କେନ୍ଦ୍ରର ମାଲିକ ଓ କର୍ମଚାରୀ ନିଶା ଛଡ଼ାଇବା ବଦଳରେ...

ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ରେ ସରିବ। ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌ ମିଳିବ। ସାର୍ଟିଫିକେଟ୍‌ ସହ ସମସ୍ତ...

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ରାଜନଗର,୧୯।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାର ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନତାରେ...

ବନ୍ଧନ ବ୍ୟାଙ୍କ୍‌ ଅଧିକାରୀଙ୍କଠାରୁ ଟଙ୍କା ଲୁଟ୍‌ ମାମଲା: ଗ୍ୟାଙ୍ଗ୍‌ ଲିଡର ପାଟୁ ସମେତ ୪ ଗିରଫ

ଭୁବନେଶ୍ୱର, ୩୦। ୮(ବ୍ୟୁରୋ): ବନ୍ଧନ ବ୍ୟାଙ୍କ୍‌ର ଯୋଗାଯୋଗ ଅଧିକାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୯୪ ହଜାର ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସ୍ପେଶାଲ ସ୍କ୍ବାଡ୍‌।...

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପାଳିଲେ ଖ୍ରୀଷ୍ଟପର୍ବ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ.ଏ.):୨୦୨୨ ଶେଷ ହେବାକୁ ଆଉ କେତୋଟି ଦିନ ବାକି ରହିଛି। ତଥାପି ପଡୋଶୀ ଆନ୍ଧ୍ର ପ୍ରଦେଶ ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ନଜର ପକାଇବାକୁ ପଛଘୁଞ୍ଚା...

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍‌ ଯୋଗେ ସେ...

ହସ୍ତତନ୍ତର ଆଧୁନିକ ଅଧ୍ୟାୟ

ଭୁବନେଶ୍ୱର,୭।୮(ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ଆଜି ବିଶ୍ୱବିଦିତ। ଭାରତ ସମେତ ବିଭିନ୍ନ ଦେଶରେ ଏହାର ଭଲ ଚାହିଦା ରହିଛି। ସମ୍ବଲପୁରୀ ଶାଢ଼ୀ, ଖୋର୍ଦ୍ଧା ଗାମୁଛା, ବରମପୁରୀ ପାଟ,...

ଶିକ୍ଷକ ଆନ୍ଦୋଳନ: ଅଡୁଆରେ ସରକାର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଶିକ୍ଷକ ଆନ୍ଦୋଳନ ସରକାରଙ୍କ ଅଡୁଆ ବଢ଼ାଇ ଦେଇଛି। ଦାବି ପୂରଣ ନେଇ ସଚିବ ଓ ମୁଖ୍ୟ ଶାସନ ସଚିବ ସ୍ତରରେ ଆଲୋଚନା ଜାରି ରହିଥିଲେ...

Advertisement
Archives

Model This Week