ଆଉ ଏକ ମିତ୍ର ଗଲା

ପଡ଼ୋଶୀ ରାଷ୍ଟ୍ର ବିରୋଧୀ ନୀତି ଯୋଗୁ ଭାରତ ଗୋଟିଏ ଗୋଟିଏ ପଡ଼ୋଶୀକୁ ହାତଛଡ଼ା କରୁଥିବା ଦେଖିବାକୁ ମିଳୁଛି। ପାକିସ୍ତାନ ଓ ଚାଇନା ଏମିତିରେ ଭାରତ ବିରୋଧୀ ଥିବାବେଳେ ନେପାଳ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ପର୍ଯ୍ୟାୟକ୍ରମେ ଦୂରେଇ ଯାଇଛନ୍ତି। ମ୍ୟାନ୍‌ମାର ଭଳି ଦେଶ ଭାରତ ବିରୋଧୀ ହୋଇଥିବା ସମସ୍ତେ ଜାଣନ୍ତି। ମ୍ୟାନ୍‌ମାରର ମିଲିଟାରୀକୁ ଭାରତ ଯେଉଁଭଳି ସମର୍ଥନ କରିଥିଲା ତା’ର କୁଫଳ ଆଗକୁ ଭୋଗିବାକୁ ପଡ଼ିବ। ସେଠାରେ ସାଧାରଣ ନାଗରିକର ପ୍ରବଳ ବିରୋଧ ଏବଂ ଗୃହଯୁଦ୍ଧ ଭଳି ସ୍ଥିତି ଲାଗିରହିଛି। ସେଥିପାଇଁ ସାଧାରଣ ନାଗରିକ ମିଲିଟାରୀ ବିରୋଧରେ ହତିଆର ଉଠାଇଛନ୍ତି। ଏହାର ପରିଣାମ ଆଗକୁ କେଉଁଭଳି ରୂପ ଧାରଣ କରିବ ତାହା ଅନୁମାନ କରିବା କଷ୍ଟକର ନୁହେଁ। ମିଲିଟାରୀରେ ଥିବା ଲୋକଙ୍କ ପରିବାର ମଧ୍ୟ ଅଛନ୍ତିି। ଯେତେବେଳେ ନାଗରିକ ସମୂହ ଭାବେ ବିରୋଧ କରିବେ, ସେତେବେଳେ ସବୁଠାରୁ ଶକ୍ତିଶାଳୀ ବନ୍ଧୁକ ମଧ୍ୟ ନୀରବ ପଡ଼ିଯିବ। ଏଭଳି ପରିସ୍ଥିତି ଏବେ ନ ହେଲେ ମଧ୍ୟ କାଲି ଅତି ଶୀଘ୍ର ଆସିବ। ଯଦି ତାହା ଘଟିବ ସେତେବେଳେ ଭାରତ ଏକ ବିରୋଧୀ ରାଷ୍ଟ୍ର ଭାବେ ତାଙ୍କ ଜନସାଧାରଣଙ୍କ ଦ୍ୱାରା ଦୀର୍ଘକାଳ ପରିଲକ୍ଷିତ ହେବ।
ଏବେ ଆଉ ଏକ ମିତ୍ର ମାଳଦ୍ୱୀପ ଗଲା। ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ମାର୍ଚ୍ଚ ୧୫ ସୁଦ୍ଧା ତାଙ୍କ ଦେଶରୁ ଭାରତୀୟ ସୈନ୍ୟଙ୍କୁ ଫେରାଇ ନେବା ପାଇଁ ନୂଆଦିଲ୍ଲୀକୁ କହିଛନ୍ତି। ସେଠାକାର ଲୋକଙ୍କ ଜୀବନଜୀବିକା ପାଇଁ ମୁଖ୍ୟ ବ୍ୟବସାୟ ଭାବେ ପର୍ଯ୍ୟଟନ ଥିବାବେଳେ ଭାରତ ସେହି ଦାନାପାଣିରେ ମାଡ଼ କରିବାକୁ ଚେଷ୍ଟା କରିଥିବା କଥା ସେଠାକାର ନାଗରିକମାନେ ମନେ ରଖିବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ସୋସିଆଲ ମିଡିଆରେ ନିଜ ଫଟୋ ଓ ଭିଡିଓକୁ ଶେୟାର କରିଥିଲେ। ଏପରି କି ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ, ଯାହାକି ଅତ୍ୟନ୍ତ ସ୍ବାଭାବିକ। ହେଲେ ସେ ସେଥିରେ ମାଳଦ୍ୱୀପ ସହିତ ଲାକ୍ଷାଦ୍ୱୀପର ତୁଳନା କରି ନ ଥିଲେ। କିନ୍ତୁ ପରେ ଅନେକ ଭାଜପା ସମର୍ଥକ ସେଥିରୁ ଖିଅ ଟାଣି ମାଳଦ୍ୱୀପ ସହିତ ଲାକ୍ଷାଦ୍ୱୀପର ତୁଳନା କରି ମାଳଦ୍ୱୀପକୁ ଭର୍ତ୍ସନା କରିଥିଲେ। ନିକଟରେ ମାଳଦ୍ୱୀପରେ ହୋଇଥିବା ନିର୍ବାଚନରେ ଭାରତ ବିରୋଧୀ ପ୍ରାର୍ଥୀ ଭାବେ ମୋହମ୍ମଦ ମୁଇଜୁ ରାଷ୍ଟ୍ରପତି ନିର୍ବାଚନ ଜିଣିଥିଲେ। ସେଥିପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଅତ୍ୟନ୍ତ ସଜାଗ ରହି ପ୍ରଧାନମନ୍ତ୍ରୀଙ୍କୁ ଏଭଳି କୌଣସି ମନ୍ତବ୍ୟ ନ ଦେବା ସକାଶେ ପରାମର୍ଶ ଦେବା ଉଚିତ ଥିଲା, ଯେଉଁଥିରେ ମାଳଦ୍ୱୀପ ପରୋକ୍ଷରେ କ୍ଷତିଗ୍ରସ୍ତ ହୋଇ ନ ଥାଆନ୍ତା। ଏହି ନୂତନ ଶତ୍ରୁତା ମାଳଦ୍ୱୀପଠାରୁ ଭାରତ ପାଇଁ ଅଧିକ କ୍ଷତିଗ୍ରସ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri