କପା ଚାଷୀ ଶୋଷଣର ଶିକାର

ଖଡ଼ିଆଳ,୧୫।୧(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକରେ କପା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି। ଦଲାଲଙ୍କ ଦୈନିକ ଖଡ଼ିଆଳ ଅଞ୍ଚଳରୁ ୩୦ ରୁ ୪୦ ବେଆଇନ କପା ବୋଝେଇ ଗାଡି ଖୋଲାଖୋଲି ଯାଉଛି। କିନ୍ତୁ ପ୍ରଶାସନର ନଜର ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଖଡ଼ିଆଳ ବ୍ଲକରେ ସରକାରୀ ଭାବେ ୩୦୨୦ ହେକ୍ଟର କପା ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଛୋଟ ଛୋଟ ଚାଷୀମାନେ ପଞ୍ଜୀକରଣ ହୋଇ ନ ଥିଲେ। ଫଳରେ ବ୍ଲକରେ ୪୫୦୦ରୁ ଅଧିକ ହେକ୍ଟର କପା ଚାଷୀ ମହଲରୁ ଜଣାପଡିଛି। କପା ଚାଷ ଏକ ଅର୍ଥକାରୀ ଫସଲ ଏହାକୁ ଧଳା ସୁନା କୁହାଯାଏ। ଠିକ ଭାବେ ଉତ୍ପାଦନ ହେଲେ ଏହା ଚାଷୀଙ୍କୁ ଅଧିକ ଲାଭ ମିଳିଥାଏ। କିନ୍ତୁ ବର୍ଷାର ଲୁଚକାଳି ଖେଳ ଓ ରୋଗପୋକ ଯୋଗୁ ଆଶାତିତ କପା ଉତ୍ପାଦନ କରିପାରି ନ ଥିଲା। ଚାଷ କରିବା ପୂର୍ବରୁ କିଛି ଗରିବ ଚାଷୀ ସ୍ଥାନୀୟ ଦଲାଲଠାରୁ ବିହନ, ସାର ଓ ଟଙ୍କା ଆଣି ଚାଷ କରିଥିଲେ। ସେମାନେ ଦଲାଲଙ୍କୁ କମ ମୂଲ୍ୟରେ କପା ଦେବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ବ୍ଲକରେ କପା ମଣ୍ଡି ଖୋଲୁ ନ ଥିବାରୁ ଦଲାଲଙ୍କଠାରେ ୫ରୁ ୬ହଜାର ଟଙ୍କାରେ ବିକ୍ରିୟ କରିବାକୁ ବାଧ୍ୟ ହେଉଛନ୍ତି। ମଣ୍ଡିର ସୁବିଧା ଥିଲେ ଚାଷୀ ୭ ହଜାର ଟଙ୍କା ପର୍ଯ୍ୟନ୍ତ କୁଇଣ୍ଟାଲ ପ୍ରତି ବିକ୍ର ଲାଭବାନ ହୁଆନ୍ତା। କପା ମଣ୍ଡି ଖଡ଼ିଆଳଠାରୁ ୫୦ କି.ମି. ଦୂରରେ ଥିବା ଯୋଗୁ ପରିବହନ ଖର୍ଚ୍ଚ ଅଧିକ ହେଉଥିବା ବେଳେ ସେହି ମଣ୍ଡିଗୁଡିକରେ କୁଇଣ୍ଟାଲ ପ୍ରତି ୭ରୁ ୧୦କେଜି କଟନୀ ଛଟନୀ କରୁଥିବା ଯୋଗୁ କେଉଁଠାରେ ମଧ୍ୟ ଚାଷୀର ନିସ୍ତାର ନାହିଁ ବୋଲି ପ୍ରକାଶ କରିଛନ୍ତି। ମଣ୍ଡି ଖୋଲିଲେ ମଧ୍ୟ ପରିବହନ ବ୍ୟବସ୍ଥା ନ ଥିବା ହେତୁ ଚାଷୀମାନେ କମ ଦାମରେ ବେପାରୀମାନଙ୍କୁ ବିକ୍ରି କରିଦେଉଛନ୍ତି। ବ୍ଲକର କପା ଚାଷୀ ବର୍ତ୍ତମାନ ଚିନ୍ତାରେ ବସିଛନ୍ତି। କପା ବିକି ଦୁଇ ପଇସା ରୋଜଗାର କରିବାର ଇଛା ପୂରଣ ହେଉନି। ଯେତେ ଉତ୍ପାଦନ ଆଶା କରିଥିଲେ ସେହି ପରିମାଣରେ ହେଉନାହିଁ ଓ ଦଲାଲକୁ କମ ମୂଲ୍ୟରେ ବିକ୍ରି କରୁଛି। ଫଳରେ ଚାଷ ପାଇଁ କରିଥିବା ଧାର କରଜ କିପରି ସୁଝିବେ ସେଇ ଚିନ୍ତାରେ ପଡ଼ିଛନ୍ତି। ଚାଷୀଙ୍କ କହିବା ଅନୁସାରେ ପ୍ରଥମେ କମ ବର୍ଷା ହେବାରୁ ମଞ୍ଜିରୁ ଠିକ ଭାବେ ଗଛ ହେଲାନାହିଁ, ପରେ ବର୍ଷା ହୋଇ ଫୁଲ ଝଡ଼ିଗଲା। ପୁଣି ଗଛରେ ରୋଗ ଲାଗିବାରୁ ଔଷଧ ସିଞ୍ଚନ କରାଗଲା ତଥାପି ଠିକ ଉତ୍ପାଦନ ହେଲାନାହିଁ। ଯାହାବି କପା ଉତ୍ପାଦନ ହୋଇଥିଲା ଡିସେମ୍ବର ପ୍ରଥମ ସପ୍ତାହରେ ହୋଇଥିବା ବର୍ଷରେ ଭିଜି କଲା ହୋଇଯିବାରୁ ତାର ବିକ୍ରି ମୂଲ୍ୟ କମି ଯାଇଥିବା ଚାଷୀ ଭୁବନେ ସାହୁ, ପୁଷ୍ପରାଜ ମାଝି, ରାତ୍ରନନ୍ଦ ମନହୀରା ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କିପରି କପା ଚାଷୀ ଉପକୃତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri