ରାହୁଲଙ୍କ ନ୍ୟାୟ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଭାରତ ଯୋଡ଼ୋ ଯାତ୍ରା ୭ ସେପ୍ଟେମ୍ବର ୨୦୨୨ରୁ କନ୍ୟାକୁମାରୀଠାରୁ ଆରମ୍ଭ କରି ୩୦ ଜାନୁଆରୀ ୨୦୨୩ରେ ଜମ୍ମୁ ଓ କଶ୍ମୀରରେ ଶେଷ କରିଥିଲେ। ଯାତ୍ରା ଶେଷ ହେବା ପରେ ଦାଢ଼ି କାଟି, ଶୁଟ୍‌ବୁଟ୍‌ ପିନ୍ଧି ବିଦେଶ ଚାଲିଗଲେ। ସେଠାରେ ଶାମ୍‌ ପିଟ୍ରୋଡାଙ୍କ ମସୁଧାରେ ଭାରତ ସରକାରଙ୍କ ବିରୋଧରେ ବିଦେଶ ମାଟିରୁ ଆହ୍ବାନ ଦେଲେ ଯେ, ଏହି ଦେଶର ଗଣତନ୍ତ୍ର ଦୁର୍ବଳ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହିଭଳି ଭାବେ ବିମୁଦ୍ରୀକରଣ ପରେ ଜାପାନ ଯାଇ ସେଠାରୁ ଭାରତୀୟଙ୍କୁ ନିନ୍ଦିଥିଲେ ଯେ, କଳାଧନ ଅର୍ଜନ କରୁଥିବାରୁ ଏହିଭଳି ପଦକ୍ଷେପ ନେବାକୁ ପଡ଼ିଥିଲା। ବିଦେଶରେ ରହି ନିଜ ଦେଶବାସୀଙ୍କୁ ମୋଦି ଯେମିତି ସମାଲୋଚନା କରିଥିଲେ, ସେହିଭଳି ରାହୁଲ ବିଦେଶ ଯାଇ ଭାରତୀୟ ଗଣତନ୍ତ୍ର ସମ୍ପର୍କରେ ନକାରାତ୍ମକ ମତ ପ୍ରଦାନ କରିଥିବା ହେତୁ ତାଙ୍କୁ ଏଠାରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାଫଳରେ ପ୍ରଥମ ସଫଳ ଯାତ୍ରାର ସଦ୍ଦିଚ୍ଛାକୁ ବଜାୟ ରଖିବାରେ ରାହୁଲ ଅସଫଳ ହୋଇଥିଲେ। ସେତେବେଳେ ବୁଝାଯାଇଥିଲା ଯେ ତାଙ୍କୁ ଘେରିରହିଥିବା କିଛି ଲୋକ ଅତି ସହଜରେ ରାହୁଲଙ୍କୁ ବାଟବଣା କରିଦେଇଛନ୍ତି। କାରଣ ରାହୁଲ ଗାନ୍ଧୀ ସ୍ବୟଂ ନିଜର ଭଲମନ୍ଦ ବୁଝିବା ପାଇଁ ହୁଏତ ଅସମର୍ଥ କିମ୍ବା ତାଙ୍କର ରାଜନୈତିକ ପରିପକ୍ୱତା ଆସିନାହିଁ।
ରାହୁଲ ୧୪ ଜାନୁଆରୀ ୨୦୨୪ରୁ ପୁନର୍ବାର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ନାମରେ ଅଭିଯାନ ଆରମ୍ଭ କରିଛନ୍ତି। ଅଶାନ୍ତ ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ତେବେ ସେହି ଯାତ୍ରାରୁ ଦୃଷ୍ଟି ହଟାଇବା ପାଇଁ ଜଣେ ଦୁଇଜଣ କୁଜି ଯୁବନେତା କଂଗ୍ରେସ ଛାଡ଼ି ଭାଜପା ସହଯୋଗୀ ଦଳ ସହ ୧୪ ଜାନୁଆରୀରେ ମିଶିଛନ୍ତି। ଗଣମାଧ୍ୟମରେ ଏହି ଖବର ବିରାଟ ରୂପ ଧାରଣ କରିପାରେ। କିନ୍ତୁ ବାସ୍ତବରେ ସେହି ଆୟାରାମ ଗୟାରାମମାନଙ୍କର ରାଜନୈତିକ ଗୁରୁତ୍ୱ ନାହିଁ। ତଥାପି ରାହୁଲ ଏହି ଦ୍ୱିତୀୟ ଯାତ୍ରା ପରେ ଯଦି ବାସ୍ତବରେ ଦେଶରେ ରାଜନୈତିକ ପ୍ରସଙ୍ଗଗୁଡ଼ିକୁ ଉତ୍‌ଥାପନ କରିଚାଲନ୍ତି ଏବଂ ତତ୍‌କ୍ଷଣାତ୍‌ ବିଦେଶ ପଳାଇଯିବାର ଲକ୍ଷଣ ଦେଖାଇବେ ନାହିଁ, ତେବେ ୨୦୨୪ ନିର୍ବାଚନରେ ଏହି ନ୍ୟାୟ ଯାତ୍ରାର ପ୍ରଭାବ ପଡ଼ିବା ଅବଶ୍ୟମ୍ଭାବୀ।


Enter your email to get our daily news in your inbox.

All Right Reserved By Dharitri.Com

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?