Posted inଜାତୀୟ

କୋର୍ଟରୁ କେଜ୍‌ରିଓ୍ବାଲ୍‌ଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୨୨ା୪: କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଡାଇବେଟିସ୍‌ ସମ୍ବନ୍ଧରେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରିବାକୁ କେଜ୍‌ରିଓ୍ବାଲ୍‌ଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନିୟମିତ ଇନ୍‌ସୁଲିନ ଦେବା ପାଇଁ ଅରବିନ୍ଦଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହା ଉପରେ ବିଚାରପତି କହିଛନ୍ତି, ଏମ୍ସର ବିଶେଷଜ ଡାକ୍ତର (ଏଣ୍ଡୋରିନୋଲୋଜିଷ୍ଟ / ଡାଇବେଟୋଲୋଜିଷ୍ଟ)୍‌ଙ୍କ ତତ୍ତ୍ୱାବଧାନରେ ଏକ ମେଡିକାଲ ବୋର୍ଡ ଗଠନ କରାଯାଉ, ଯାହା ଉପରେ ଏକ ନିଷ୍ପତ୍ତି ନିଆଯିବ।

ନିକଟରେ କେଜ୍‌ରିଓ୍ବାଲ ରାଉସ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ। ଏହି ପିଟିଶନ ଦାଖଲ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଗିରଫ ପୂର୍ବରୁ ସେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କଠାରେ ଚିକିତ୍ସା ହେଉଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ ନିୟମିତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଅନୁମତି ଦିଆଯିବା ଉଚିତ ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ଏହାକୁ ଇଡି ବିରୋଧ କରିଥିଲା। ଜାମିନ ପାଇବା ପାଇଁ କେଜ୍‌ରିଓ୍ବାଲ ଏକ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଇଡି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଇବା ପାଣି ଲାଗି ବିକ୍ଷୋଭ: ଟ୍ରାକ୍ଟର ଜବତ କଲା ପୋଲିସ

ଲୋଇସିଂହା ୨୮।୫ (ସୁଶାନ୍ତ ବାଇକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ଗ୍ୟାଲେରୀ ଉପରୁ ବେଇଆନ ବାଲି ଚାଲାଣ ହେଉଛି। ଏହାର…

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ: ପ୍ରାତଃଭୋଜନ ବୈଠକରେ ହେଲା ଘୋଷଣା

ବେଙ୍ଗାଲୁରୁ,୨୮।୫: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଏକ ପ୍ରାତଃଭୋଜନ ବୈଠକରେ ସେ ଏହି…

JIOର ଟେନ୍‌ସନ୍‌ ବଢ଼ାଇଲା BSNL, ନୂଆ ପ୍ଲାନ୍‌ରେ ୨୮ ଦିନ ପାଇଁ ୨-ଜିବି ଡାଟା ସହ…

ନୂଆଦିଲ୍ଲୀ,୨୮ା୫: ସରକାରୀ ଟେଲିକମ୍‌ କମ୍ପାନୀ BSNL ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଅତ୍ୟନ୍ତ ସୁଲଭ ପ୍ରିପେଡ୍‌ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ୫୧ରେ ଏକ…

ଦେବଗଡରେ ଅଭାବନୀୟ ଘଟଣା, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ। ରିଆମାଳ ଥାନା ଦୁଧିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁସାରେ,…

ସିଦ୍ଦାରାମାୟା ନା ଶିବକୁମାର କିଏ ଅଧିକ ଧନୀ? ଜାଣନ୍ତୁ ନେଟଓ଼୍ବର୍ଥ ରେସ୍‌ରେ କିଏ ଆଗରେ…

ବେଙ୍ଗାଲୁରୁ,୨୮।୫: କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଥିବା ସସପେନ୍ସ ଶେଷରେ ଶେଷ ହୋଇଛି। ସୂତ୍ର ଅନୁଯାୟୀ, ସିଦ୍ଦାରାମାୟା ଆଜି ମେ 28 ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ…

ମେଟାର ବଡ଼ ଘୋଷଣା: ଏବେ ମାଗଣାରେ ଚାଲିବନି Instagram, WhatsApp, Facebook; ମୋବାଇଲ ଭଳି ହେବ ମାସିକ ରିଚାର୍ଜ!

ନୂଆଦିଲ୍ଲୀ:୨୮।୫: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍‌ବାଟସଆପର ମାଲିକାନା କମ୍ପାନୀ ‘ମେଟା’ (Meta) ଏକ ବଡ଼…

ବେକରେ ଗାମୁଛା ବାନ୍ଧି ଘରେ ଝୁଲିପଡ଼ିଲେ ଯୁବକ, ପୁଅକୁ ହରାଇ ମା-ବାପା…

ଝରିଗାଁ,୨୮ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାର ରବିନ ମଣ୍ଡଳଙ୍କ ପୁଅ ଶୁଭେନ୍ଧୁ (୨୭) ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା…

ମଝି ନଦୀରେ ବୁଡ଼ିଗଲା ଡଙ୍ଗା: ୧୪ ରୁ ୧୫ ଜଣ କରୁଥିଲେ ଯାତ୍ରା

ପାଟନା,୨୮।୫: ପାଟନା ଜିଲାର ଉମାନାଥ ଗଙ୍ଗା ଘାଟରେ ଏକ ମର୍ମନ୍ତୁଦ ଡଙ୍ଗା ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଚାଷୀମାନେ ଦିଆରା ଅଞ୍ଚଳକୁ ଜୀବିକା ନିର୍ବାହ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri