ପୁଣି ୯ ସ୍କୁଲ୍‌ ଗାଡ଼ିକୁ ଜରିମାନା

ବାରିପଦା ଅଫିସ,୨୪।୪: ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ଶିକ୍ଷାନୁଷ୍ଠାନ ଯାନବାହାନଗୁଡ଼ିକର ଯାଞ୍ଚ ଚାଲିଛି। ଯାଞ୍ଚର ତୃତୀୟ ଦିନରେ ମୟୂରଭଞ୍ଜ ଜିଲାର ୯ଟି ଘରୋଇ ଶିକ୍ଷାନୁଷ୍ଠାନର ଯାନ ଉପରେ ଜରିମାନା କରାଯାଇଛି। ସେଥିମଧ୍ୟରେୁ ୩ଟି ବସ୍‌, ୩ଟି ହାଲୁକା ଯାନ ଓ ୩ଟି ଅଟୋ ରିକ୍‌ସା ରହିଛି। ଏଗୁଡ଼ିକ ମଧ୍ୟରୁ ୬ଟିର ଫିଟନେସ୍‌ ଅନୁମତି ପତ୍ର ନ ଥିବା ବେଳେ ୪ଟିର ପରମିଟ୍‌ ଓ ୪ଟିର ବୀମା ଅବଧି ଶେଷ ହୋଇଥିବା ଜଣାପଡ଼ିଛି। ସେହିପରି ୩ଟି ଯାନର ପ୍ରଦୂଷଣ ପ୍ରମାଣପତ୍ର ନ ଥିବା ବେଳେ ଜଣେ ଚାଳକଙ୍କର ଲାଇସେନ୍ସ ନ ଥିବାରୁ ଜରିମାନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri