ରାୟଗଡ଼ା ଗଲା କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ୪ଜଣିଆ ଟିମ୍‌

କଟକ ଅଫିସ,୩୦ା୧୨:୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ଦଳ ରାୟଗଡ଼ା ଅଭିମୁଖେ ଗୁରୁବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି। ଡିଏସ୍‌ପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠିତ ଏହି ୪ ଜଣିଆ ତଦନ୍ତକାରୀ ଟିମ୍‌ରେ ଜଣେ ଇନ୍ସପେକ୍ଟର, ଜଣେ ସବ୍‌ଇନ୍ସପେକ୍ଟର, ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଅଛନ୍ତି। ଏହାବାଦ୍‌ କ୍ରାଇମବ୍ରାଞ୍ଚ ଦଳକୁ ସହାୟତା କରିବା ପାଇଁ ୨ ଜଣ ଫୋରେନ୍‌ସିକ ବିଶେଷଜ୍ଞ ଓ ଫଟୋଗ୍ରାଫର ମଧ୍ୟ ଅଧିକାରୀମାନଙ୍କ ସହ ରାୟଗଡ଼ା ଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭ ଓ ତାଙ୍କ ସାଥୀ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ନେବା ପରେ ୨ଟି ମାମଲା ରୁଜୁ କରିଛି। ମୃତ ପର୍ଯ୍ୟଟକଙ୍କୁ ଦେଶର ବିଭିନ୍ନ ସ୍ଥାନ ବୁଲାଉଥିବା ଗାଇଡ୍‌, ଇନୋଭା ଗାଡ଼ିର ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ପାନାସେଙ୍କୋ ନାତାଲିଆ ଓ ତୁରୋଭ ମିଖାଇଲଙ୍କୁ ପଚରାଉଚୁରା କରିବା ପରେ କ୍ରାଇମ୍‌ବ୍ରାଞ୍ଚକୁ କିଛି ଠୋସ୍‌ ସୂଚନା ମିଳିଛି। ମୃତ ପର୍ଯ୍ୟଟକଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ ମିଳିଥିବା ସୂଚନା ଆଧାରରେ ସେମାନଙ୍କୁ ଯୋଗାଯୋଗ କରିବା ପ୍ରକ୍ରିୟା କ୍ରାଇମ୍‌ବ୍ରାଞ୍ଚ ଆରମ୍ଭ କରିଛି। ତେବେ ମୃତ ପର୍ଯ୍ୟଟକଙ୍କ ପରିବାର ସଦସ୍ୟଙ୍କ ସହ ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ପାନାସେଙ୍କୋ ଓ ତୁରୋଭଙ୍କଠାରୁ ମିଳିଥିବା ତଥ୍ୟଗୁଡ଼ିକର ସତ୍ୟତାକୁ କ୍ରାଇମବ୍ରାଞ୍ଚ ପରଖିବ। ତେବେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିବା ୨ୟ ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି ସାକ୍ଷୀମାନଙ୍କୁ ପଚରାଉଚରା କରିବେ। ଏଥିସହ ଘଟଣାସ୍ଥଳ ଓ ସ୍ଥାନୀୟ ପୋଲିସଠାରୁ ସାକ୍ଷ୍ୟପ୍ରମାଣ ଖୋଜିବା ସହ ସଂଗ୍ରହ କରିବାକୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ଦାୟିତ୍ୱ ପ୍ରଦାନ ଜଣାଯାଇଛି।
ଅପରପକ୍ଷରେ, କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦୁଇ ପର୍ଯ୍ୟଟକଙ୍କ ସହ ବିଭିନ୍ନ ଅଞ୍ଚଳକୁ ଟୁର୍‌ରେ ଯାଉଥିବା ଗାଇଡ୍‌ ଜିତେନ୍ଦ୍ର ସିଂହଙ୍କୁ ପଚରାଉଚରା କାର୍ଯ୍ୟ ଜାରି ରଖାଯାଇଛି। ଜିତେନ୍ଦ୍ରଙ୍କଠାରୁ ମିଳିଥିବା ତଥ୍ୟର ସତ୍ୟତାକୁ ପରଖାଯିବା ସହ ସେଗୁଡ଼ିକ ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକଙ୍କଠାରୁ ପ୍ରାପ୍ତ ତଥ୍ୟ ସହ ମେଳାଯାଉଛି। ସେହିପରି କ୍ରାଇମବ୍ରାଞ୍ଚ ମୃତ ପର୍ଯ୍ୟଟକଦ୍ୱୟଙ୍କ ଭାରତ ପର୍ଯ୍ୟଟନ ସମ୍ପର୍କିତ ବିଭିନ୍ନ କାଗଜପତ୍ର ସଂଗ୍ରହ କରୁଛି। ସେମାନଙ୍କ ଭ୍ରମଣ ଯୋଜନା ଓ ବିଭିନ୍ନ ଜାଗାରେ ହୋଟେଲ ରହଣିର ବୁକିଂ, ଏୟାରଲାଇନ୍ସ ଓ ଟ୍ରାଭେଲ କମ୍ପାନି ଆଦିର କାଗଜପତ୍ରଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ଏଥିସହ ମୃତକଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରେକର୍ଡକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ସଂଗ୍ରହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋର ଧରିଲା ଉନ୍ନତ ସ୍ବାସ୍ଥ୍ୟସେବା, ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଦାବି: ୨୮ରେ ବିଧାନସଭା ଆଗରେ ଧାରଣା

ବାଲେଶ୍ୱର ଅଫିସ,୨୧।୧୧: ବାଲେଶ୍ୱର ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଏବଂ ମେଡିକାଲ କଲେଜ ସମେତ ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି...

ଆଇନଜୀବୀଙ୍କୁ ଆକ୍ରମଣ ଘଟଣା: ୩ ଗିରଫ

ବାଲେଶ୍ୱର ଅଫିସ, ୧୮।୪-ବାଲେଶ୍ୱର କଚେରୀ ପରିସର ବାର୍‌ ଅଫିସ ସମ୍ମୁଖରେ ଶୁକ୍ରବାର ଆଇନଜୀବୀମାନଙ୍କୁ କେତେକ ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ଏବଂ ବନ୍ଧୁକ, ଭୁଜାଲି ଓ ବୋମା...

ସାପ କାମୁଡାରେ ଶିଶୁକନ୍ୟା ମୃତ: ସାପ ସହ ଝିଅକୁ ଧରି ହସ୍ପିଟାଲରେ ପରିବାର ଲୋକେ

ଲଙ୍ଗଳେଶ୍ୱର, ୨୮।୧୧(ଡି.ଏନ.ଏ.): ବିଛଣାରେ ମା’ ବାପା ସହ ଶୋଇଥିବା ବେଳେ ୮ ମାସର ଝିଅକୁ କାମୁଡ଼ିଲା ସାପ।  ଝିଅର ଜୀବନ ବଞ୍ଚାଇବା ଆଶାରେ ତାଙ୍କ ବାପା...

ମାଲକାନଗିରି: ତୃତୀୟ ରାଉଣ୍ଡରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ରାଉଣ୍ଡ ଗଣତିରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ ସୁଦ୍ଧା ଆଦିତ୍ୟ ମାଢ଼ି...

ଥାନା ସମ୍ମୁଖରେ ଭାଜପାର ସତ୍ୟାଗ୍ରହ

ଭଦ୍ରକ ଅଫିସ/ବାସୁଦେବପୁର/ ଭଣ୍ଡାରିପୋଖରୀ /ଧାମନଗର, ୪।୨ (ଡି.ଏନ.ଏ) ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ବ୍ରହ୍ମପୁର ଗ୍ରାମର ଇଞ୍ଜିନିୟରିଂ ଛାତ୍ର ସୁବାଶିଷ ଗିରିଙ୍କୁ...

ଭରତିଆ ଟାୱାରରେ ଅଗ୍ନିକାଣ୍ଡ

କଟକ ଅଫିସ,୨୪।୯: କଟକ ବାଦାମବାଡ଼ିସ୍ଥିତ ଭରତିଆ ଟାୱାର ୭ ମହଲାର ଏକ ଘରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର...

ଗଞ୍ଜାମରେ ପୁଣି କରୋନା ପଜିଟିଭ: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦

ଭୁବନେଶ୍ୱର,୫।୫ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଁଚିଛି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲାର...

ଭୋଟର ତାଲିକାରୁ ୩୪ ବାଦ୍‌

ଜଗତ୍‌ସିଂହପୁର ଅଫିସ,୪।୬: ଭୋଟର ତାଲିକାରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସାମିଲ କରିବା ପାଇଁ ପ୍ରତ୍ୟେକ ବର୍ଷ ଉଦ୍ୟମ ହେଉଛି। ଏହା ଭିତରେ ସ୍ପେଶିଆଲ ସମରୀ ରିଭିଜନ୍‌...

Advertisement
Archives

Model This Week