ଜାତୀୟ ନେତା ମୁହଁ ଖୋଲିଲେଣି,ଏଠି ଚୁପ୍‌

ଭୁବନେଶ୍ବର(ବ୍ୟୁରୋ)/ରାୟଗଡ଼ା(ସ୍ବ.ପ୍ର.),୩୦ା୧୨:ଓଡ଼ିଶା ବୁଲିବାକୁ ଆସିଥିବା ରୁଷୀୟ ନାଗରିକ ଆଣ୍ଟୋଭ ପାଭେଲ(୬୫) ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର୍‌ ବିଦାନୋଭ(୬୧)ଙ୍କ ରାୟଗଡ଼ାଠାରେ ଘଟିଥିବା ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ନେତାମାନେ ଏବେ ପ୍ରଶ୍ନ ଉଠାଇଲେଣି। ଏପରିସ୍ଥିତିରେ ଏପର୍ଯ୍ୟନ୍ତ ରାଜ୍ୟ ବିରୋଧୀ ଦଳର ନେତାମାନଙ୍କ ନୀରବତା ଭିନ୍ନ ଇଙ୍ଗିତ ଦେଉଛି ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି। ସେପଟେ ଓଡ଼ିଶା ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଲାଣି। କାହିଁକି ଓ କେଉଁ ପରିସ୍ଥିତିରେ ଏବଂ କେଉଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଖ୍ରୀଷ୍ଟିଆନ ନାଗରିକଙ୍କ ମୃତଶରୀରକୁ ଜିଲା ପ୍ରଶାସନ କଫିନ୍‌ ଦେବା ପରିବର୍ତ୍ତେ ପୋଡ଼ିଦେଲେ ତାହା ଏବେ ସନ୍ଦେହ ବଢ଼ାଇଛି। କେବଳ ଏତିକି ନୁହେଁ, ପାଭେଲ ରୁଷ
ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଦୃଢ଼ ସମାଲୋଚକ ତଥା ସେଠାକାର ଏମ୍‌ପି ଏବଂ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବୋଲି ଜାଣିବା ସତ୍ତ୍ୱେ ତାଙ୍କ ମୃତ ଶରୀରକୁ ତରବରିଆ ଭାବେ ସଂସ୍କାର କରିବା, ବିଦାନୋଭଙ୍କ ମୃତ୍ୟୁର ଦୁଇ ଦିନ ପରେ ସମାନ ହୋଟେଲରେ ପାଭେଲଙ୍କ ମୃତ୍ୟୁହେବା ସତ୍ତ୍ୱେ ତାଙ୍କ ଭିସାରା ସଂଗ୍ରହ କରା ନ ଯିବା, ଯେଉଁ ହୋଟେଲ୍‌ରେ ଏସବୁ ଘଟଣା ଘଟିଲା, ତାକୁ ସିଲ୍‌ କରା ନ ଯିବା ଆଦି ବିଭିନ୍ନ ପ୍ରଶ୍ନ ଉଠିଲାଣି।
ଅନ୍ୟପଟେ ଗୁରୁବାର କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥା(ସିଆଇବି) ପକ୍ଷରୁ ୩ ଜଣିଆ ଟିମ୍‌ ରାୟଗଡ଼ାରେ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରଥମେ ଏହି ଟିମ୍‌ ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ପରିସରରେ ପହଞ୍ଚତ୍ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ହେଲେ ତାହା କାମ କରୁ ନ ଥିବା ହୋଟେଲ କର୍ମଚାରୀ ଜଣାଇଥିବା କୁହାଯାଉଛି। ଏହାପରେ ହୋଟେଲ କର୍ମଚାରୀଙ୍କ ସହ ଏହି ଟିମ୍‌ କିଛି ସମୟ ଆଲୋଚନା କରି ସେଠାରୁ ଚାଲିଯାଇଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ସେମାନେ ରାୟଗଡ଼ା ଟାଉନ ଥାନାରେ ପହଞ୍ଚିଥିଲେ। ସେଠାରେ ଏସ୍‌ଡିପିଓ ଦେବଜ୍ୟୋତି ଦାସ ଏବଂ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କ ସହ ଆଲୋଚନା କରି ସେମାନେ ବାହାରିଥିଲେ। ଥାନାରୁ ବାହାରି ଟିମ୍‌ ଦୁଇ ଭାଗରେ ବିଭକ୍ତ ହୋଇ ଭିନ୍ନ ଦିଗରେ ଯାଇଥିଲେ। ୨ ଜଣ ସ୍କୁଟିରେ ଏବଂ ଅନ୍ୟ ଜଣେ ଅଧିକାରୀ କାରରେ ଯାଇଥିଲେ। ହେଲେ ସେମାନେ ସେଠାରୁ କେଉଁଆଡ଼େ ଯାଇଥିଲେ ତାହା ଜଣାପଡ଼ିନି। ତେବେ ସେଣ୍ଟ୍ରାଲ ଗୋଇନ୍ଦା ବିଭାଗର ଆଉ ଏକ ଟିମ୍‌ ଦାରିଙ୍ଗବାଡ଼ି ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପାଭେଲ ଓ ତାଙ୍କ ଟିମ୍‌ ଭାରତରେ ପ୍ରବେଶ କରିବା ପରଠାରୁ ଯେଉଁସବୁ ଆଡ଼େ ଯାଇଥିଲେ, ସେସବୁ ସ୍ଥାନକୁ ଗୋଇନ୍ଦା ଅଧିକାରୀମାନେ ଯାଇ ତଦନ୍ତ ଚଳାଇଛନ୍ତି। ଅନ୍ୟପଟେ ରାୟଗଡ଼ା ପୋଲିସ ସାଇ ଇଣ୍ଟରନ୍ୟାଶନାଲ ହୋଟେଲ, ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରର ବିଭିନ୍ନ ସ୍ଥାନ ଏବଂ ଶବଗୃହ ଠାରେ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଏପରିକି ହୋଟେଲରେ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ହୋଟେଲ କର୍ମଚାରୀଙ୍କ ସହ କଥା ହେବାକୁ ଦିଆଯାଉନାହିଁ। ହେଲେ ଘଟଣା ଘଟିବାର ଏତେଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ହୋଟେଲକୁ ସିଲ୍‌ କରା ନ ଯିବା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସାଇ ଇଣ୍ଟରନ୍ୟାଶନାଲ ହୋଟେଲର ଜଣେ କର୍ମଚାରୀଙ୍କ କହିବା କଥା ହେଲା, ପାଭେଲ ହୋଟେଲର ଗ୍ରାଉଣ୍ଡ ଫ୍ଲୋର ୨୦୩ ନଂ. ରୁମ୍‌ରେ ନିଜ ବନ୍ଧୁ ବିଦାନୋଭଙ୍କ ସହ ରହୁଥିଲେ। ୨୪ ତାରିଖରେ ବିଦାନୋଭଙ୍କ ଶେଷକୃତ୍ୟ ସମ୍ପନ୍ନ ପରେ ସନ୍ଧ୍ୟାରେ ପାଭେଲ କିଛି ଅଜବ ବ୍ୟବହାର କରୁଥିଲେ। ହୋଟେଲ କର୍ମଚାରୀ ଏନେଇ ଗାଇଡ୍‌ ଜିତେନ୍ଦ୍ରଙ୍କୁ ଅବଗତ କରାଇବା ପରେ ସେ ପୋଲିସକୁ ଫୋନ୍‌ କରି ସହାୟତା ମାଗିଥିଲେ। ପରବର୍ତ୍ତୀ ସମୟରେ ପାଭେଲ କେଉଁଆଡ଼େ ଚାଲିଯାଇଥିଲେ। ଏହାପରେ ଗାଇଡ୍‌ ଏବଂ ହୋଟେଲ କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ପାଭେଲ ନିର୍ମାଣାଧୀନ କୋଠା ଛାତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏତେସବୁ ପରେ ପୋଲିସ ଘଟଣା ସମ୍ପର୍କରେ ସବୁକଥା ଜାଣି ଚୁପ୍‌ ରହିବା କଥାକୁ ସାଧାରଣରେ ଗ୍ରହଣ କରାଯାଇପାରୁ ନାହିଁ। ଅନ୍ୟପଟେ ଘଟଣା ଘଟିଥିବା ହୋଟେଲରେ ବୁଧବାର ଏବଂ ଗୁରବାର ସିସି କ୍ୟାମେରା ମରାମତି ଚାଲିଥିବା ନଜରକୁ ଆସିଛି। ଯଦି କ୍ୟାମେରା କାମ କରୁନାହିଁ,ତେବେ ପୋଲିସ ସିସିଟିଭି ରୁମରୁ ଡିଭିଆର କାହିଁକି ବାହାର କରି ନେଇଛି। ଡିଭିଆର ନେଇଥିବା ନେଇ ହୋଟେଲର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି। ଅପରପକ୍ଷେ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ତଦନ୍ତ ପାଇଁ ରାୟଗଡ଼ାରେ ଆସି ନ ପହଞ୍ଚତ୍ବା କଥାକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିବାରେ ଲାଗିଛି। ରାୟଗଡ଼ା ଟାଉନ ଥାନା ମାମଲାକୁ ଆଧାର କରି ସିଆଇଡି-ସିବି ମାମଲା ରୁଜୁକରି ତୁରଭ, ନତାଲିଆ ଏବଂ ଜିତେନ୍ଦ୍ରଙ୍କୁ ଜେରା କରୁଛି। ଏସବୁ ଭିତରେ ଆଉ ଏକ ନୂଆ ତଥ୍ୟ ଜାଣିବାକୁ ମିଳିଛି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏବେ ଛୁଟିରେ ପଠାଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଅତିରିକ୍ତ ଦାୟିତ୍ୱ ଦେବାକୁ ଚିନ୍ତା କରିଥିବା ଶୁଣିବାକୁ ମିଳୁଛି। ଏହାସହ ରାୟଗଡା ଏସ୍‌ପିଙ୍କୁ ମଧ୍ୟ ବଦଳି ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଏହି ବାହାନାରେ ଓଡ଼ିଶା ପୋଲିସର ଉପରିସ୍ଥ ଅଧିକାରୀମାନେ ନିଜ ଭୁଲ୍‌ ଘୋଡ଼ାଇବାକୁ ପ୍ରୟାସ ଆରମ୍ଭ କରିଥିବା ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?