ସହରର ଆଉ ୩୩ ସ୍ଥାନର ରୂପ ବଦଳିବ

ଭୁବନେଶ୍ୱର,୧।୨ (ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ନବବଧୂ ପରି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର। ସହରର ସ୍ବଚ୍ଛତା ସହିତ ସୌନ୍ଦର୍ଯ୍ୟକରଣ ଉପରେ ବିଏମ୍‌ସି ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲା। ସହରର କାନ୍ଥବାଡ଼ ସହିତ ଓଭରବ୍ରିଜ୍‌, ରାସ୍ତାଘାଟ, ମୁଖ୍ୟ ଛକ ଆଦି ବିଭିନ୍ନ ସ୍ଥାନ ନୂଆ ରୂପ ପାଇଥିଲା। ତେବେ ହକି ପୂର୍ବରୁ ଯେଉଁ ଅନୁପାତରେ କାମ ହେବାକୁ ନିର୍ଦ୍ଧାରଣ କରାଯାଇଥିଲା ତାହା ହୋଇପାରି ନ ଥିଲା। ଅପରପକ୍ଷେ ସହରକୁ ହକି ପ୍ରଶଂସକଙ୍କ ଆଗମନ କାରଣରୁ ଆଉ କାମ କରିବା ମଧ୍ୟ ସମ୍ଭବ ହୋଇ ନ ଥିଲା। ତେବେ ବନ୍ଦ ରହିଥିବା ସୌନ୍ଦର୍ଯ୍ୟକରଣ କାମ ଆଉଥରେ ସୋମବାରଠାରୁ ଆରମ୍ଭ ହୋଇଛି। ସେହିପରି ହକି ସରିବା ପରେ ମଧ୍ୟ ସହରର ସୌନ୍ଦର୍ଯ୍ୟକରଣ, ସବୁଜିମା, ସ୍ବଚ୍ଛତା କିଭଳି ବଳବତ୍ତର ରହିବ ସେଥିପାଇଁ ଏବେ ପଦକ୍ଷେପ ନିଆଯାଉଛି। ଏନେଇ ବିଏମ୍‌ସିର ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ବର୍ତ୍ତମାନ ସହରର ୨୭ଟି ସ୍ଥାନରେ ପ୍ଲେସ୍‌ମେକିଂ କରାଯାଇଥିବାବେଳେ ତାହାକୁ ୬୦କୁ ବୃଦ୍ଧି କରାଯାଇଛି। ଖୁବ୍‌ଶୀଘ୍ର ଚିହ୍ନଟ ହୋଇଥିବା ବାକି ୩୩ଟି ସ୍ଥାନର ରୂପରେଖ ବଦଳିବ। ସେହିପରି ସୌନ୍ଦର୍ଯ୍ୟକରଣ କରାଯାଇଥିବା ସ୍ଥାନଗୁଡିକ ଯେପରି ଖୋଳାଖୋଳି ନ ହୁଏ, ରାସ୍ତାରେ ଶୁଖିଲା ଡାଳ ନ ପଡେ, ଗଛରେ ନିୟମିତ ପାଣି ଦେବା, ଚ୍ରିତ୍ରରୁ ରଙ୍ଗ ଛାଡିଲେ ତାହା କରିବା ଭଳି ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱରେ ରହିବ। ଏହାଦ୍ୱାରା ରାଜଧାନୀ ଭୁବନେଶ୍ୱରର ସ୍ବଚ୍ଛତା ଏବଂ ସୁନ୍ଦରତା ସର୍ବଦା ବଜାୟ ରହିପାରିବ। ହକି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହରର ରୂପରେଖ ବଦଳାଯାଇଥିବାରୁ ଏବେ ବିଏମ୍‌ସିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଅପରପକ୍ଷେ ଆଗକୁ ସ୍ବଚ୍ଛ ସର୍ବେକ୍ଷଣ ଥିବାରୁ ବିଏମ୍‌ସି ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକରଣକୁ ଆହୁରି ବଢ଼ାଇବାକୁ ସୁଯୋଗ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?