ନିବେଶକଙ୍କ ସ୍ବାର୍ଥକୁ ଏଲ୍‌ଆଇସିର ଗୁରୁତ୍ୱ

ନୂଆଦିଲ୍ଲୀ,୧।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଲକ୍ଷାଧିକ ଟଙ୍କା ଆଦାନୀ ଗ୍ରୁପ୍‌ରେ ଲାଗିଥିବା(ନିବେଶ ହୋଇଥିବା)କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସି ପକ୍ଷରୁ ନିକଟରେ ଏକ ପ୍ରେସ୍‌ ବିବୃତି ଜାରି କରାଯାଇ ଆଦାନୀ ଓ ନିବେଶ ଏବଂ ନିବେଶକଙ୍କ ସମ୍ପର୍କରେ ବିସ୍ତୃତ ପ୍ରତିକ୍ରୟା ପ୍ରକାଶ କରାଯାଇଛି। ଏପରିକି ଏଲ୍‌ଆଇସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ଆଦାନୀ ଗ୍ରୁପ୍‌ର ଉଭୟ ଇକ୍ୱିଟ ଏବଂ ଡେବିଟ ବାବଦରେ ନିଗମର ମୋଟ ୩୫,୯୧୭,୩୧ କୋଟି ରହିଥିଲା। ସେହିଭଳି ୨୦୨୩ ଜାନୁୟାରୀ ୨୭ ମଧ୍ୟରେ ଏହାର ମାର୍କେଟ ଭାଲ୍ୟୁ ୫୬,୧୪୨ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ଏଲ୍‌ଆଇସି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଆଦାନୀ ଗ୍ରୁପ୍‌ କମ୍ପାନୀରେ ଅଦ୍ୟାବଧି ଏଲ୍‌ଆଇସିର ମୋଟ ୩୬,୪୭୪.୭୮ କୋଟି ଟଙ୍କା ନିବେଶ ହୋଇଥିବା ଜଣାପଡ଼ିଛି। ଏପରିକି ଆଦାନୀ ଗ୍ରୁପ୍‌ରେ ଏଲ୍‌ଆଇସିର ସମସ୍ତ ଡେବିଟ ସିକ୍ୟୁରିଟ କ୍ରେଡିଟ ରେଟିଂ ଏଏ ଲାଭ କରିଥିଲା। ବିଶେଷକରି ବୀମା ନିୟାମକ ଆଇଆର୍‌ଡିଏଆଇର ନିବେଶ ଅନୁପାଳନ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଇଛି। ସେହିପରି ୨୦୨୨ସେପ୍ଟେମ୍ବର ଶେଷ ସୁଦ୍ଧା ଏଲ୍‌ଆଇସିର ପରିଚାଳନା ପୁଞ୍ଜି ମୋଟ ୪୧.୬୬ ଲକ୍ଷ କୋଟିରେ ରହିଥିଲାବେଳେ ସେଥିମଧ୍ୟରୁ ଆଦାନୀ ଗ୍ରୁପ୍‌ରେ ଏଲ୍‌ଆଇସିର ନିବେଶ ମାତ୍ର ୦.୯୭୫% ରହିଛି। ଫଳରେ ଆର୍ଥିକ ସ୍ଥିରତା ବଜାୟ ରଖିବା ଲାଗି ଲାଏବିଲିଟିର ଉଚିତ ଭାଲ୍ୟୁ ନିର୍ଦ୍ଧାରଣକୁ ନିଗମ ସବୁ ସମୟରେ ଗୁରୁତ୍ୱ ଦେବା ସହ ନିବେଶକଙ୍କ ସ୍ବାର୍ଥକୁ ସର୍ବୋପରି ବୋଲି ନିଗମ ମତପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?