କାଠକୁରା ଏସଏସଡି ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ : ଜୀବନର ଲକ୍ଷ୍ୟ ସିଡି ଛାଡ଼ିବାକୁ ହେଲେ କଷ୍ଟ ସହିବାକୁ ହେବ

ଥୁଆମୂଳ ରାମପୁର,୦୪/୦୩-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ କାଠକୁରା ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁଧର ଗଡତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥୁଆମୁଳ ରାମପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୟା ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୋପାଳପୁର ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ନାୟକ, ସମ୍ମାନିତ ଅତିଥି ଭାବେ ଗୋପାଳପୁର +୨ ବିଜ୍ଞାନ କଲେଜ ଅତିରିକ୍ତ ଅଧ୍ୟକ୍ଷ ମହେନ୍ଦ୍ର ବିଶ୍ବାଳ, ଡୁମେରପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ, ଗୋପାଳପୁର ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଜଗଦୀଶ ଶବର, ଖେଳ ଶିକ୍ଷକ ଚାଞ୍ଚଲ୍ୟ କୁମାର ବାଗ, ଶିକ୍ଷକ ସତ୍ୟ ପ୍ରକାଶ ଗଡତିଆ, ସହ ଶିକ୍ଷକ ଭୀମସେନ ମେହେର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ନାଏକ, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କ୍ଷୀରସିନ୍ଧୁ ନାଏକ, ସ୍ଥାନୀୟ ଓ୍ବାର୍ଡ ମେମ୍ବର ଚିତ୍ରସେନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ପରେ ବାବା ଗଣପତିଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମଞ୍ଚକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଗଡତିଆ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ବେଳେ ଏହି ବିଦ୍ୟାଳୟ ୧୯୫୬ ମସିହାରେ ସେବାଶ୍ରମ ନାମରେ ପ୍ରତିଷ୍ଠିତ ହୋଇ ୨୦୦୮ ମସିହାରେ ସେବାଶ୍ରମ ରୁ ଆଶ୍ରମ ବିଦ୍ୟାଳୟ କୁ ଉନ୍ନତି ହୋଇଥିବା ଏହି ବିଦ୍ୟାଳୟରେ ୧୧୪ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନରତ ଥିବା ବେଳେ ସେଥିରୁ ୫୭ ଜଣ ଛାତ୍ର ଛାତ୍ରୀ ଅନ୍ତେବାସୀ ଅଛନ୍ତି l ଏଣୁ ବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି, ଏକ ନୂତନ ଶ୍ରେଣୀଗୃହର ର୍ନିମାଣ, ଛାତ୍ରୀ ମାନଙ୍କ ସକାଶେ ଏକ ସ୍ବତନ୍ତ୍ର ଶୌଚାଳୟ ର୍ନିମାଣ, ହଷ୍ଟେଲ ଗୃହ ର୍ନିମାଣ, ଶିକ୍ଷକ ମାନଙ୍କ ରହଣି ନିମନ୍ତେ ଗୃହ ର୍ନିମାଣ ତଥା ଅବଶକେୟ ଉପକରଣ ଏବଂ ଉନ୍ନତି ସଂରଚନା ବିଦ୍ୟାଳୟରେ ଭିତ୍ତିଭୂମି ନିମନ୍ତେ ଜିଲ୍ଲାପ୍ରଶାସନଙ୍କୁ ଦୃଷ୍ଟି ଗୋଚର କରାଇଥିଲେ।

ଉପସ୍ଥିତ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ
ଏହି ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ସୱତନ୍ତ୍ରତା ଏବଂ ମୂଲ୍ୟବୋଧ ଓ ଗୁଣାତ୍ମକ ଶିକ୍ଷା ଉପରେ ପ୍ରତିଷ୍ଠିତ ଅଟେ, ଭବିଷ୍ୟତର ମାନବ ସମ୍ବଳ ହେଉଛନ୍ତି ଏହି ଛାତ୍ର ଛାତ୍ରୀ ମାନେ l ଶିକ୍ଷା ହେଲେ ବ୍ୟକ୍ତି ର ସାମାଜିକ, ମାନସିକ, ବୈଧିକ ତଥା ସାମଗ୍ରିକ ବିକାଶ କୁ ବୁଝାଇ ଥାଏ l ଆମେ ନିଜେ ସମୟାନୁବର୍ତ୍ତି ହେଲେ ଛାତ୍ରଛାତ୍ରୀ ମାନେ ମଧ୍ୟ ସମୟାନୁବର୍ତ୍ତି ହେବେ। ସମୟାନୁବର୍ତ୍ତି କହିଲେ କେବଳ ଠିକ ସମୟରେ ବିଦ୍ୟାଳୟକୁ ଆସିବା ଏବଂ ଯିବାକୁ ବୁଝାଏ ନାହିଁ। ଏହା ସମୟାନୁବର୍ତ୍ତିର ଅଂଶକୁ ବୁଝାଇଥାଏ। ପ୍ରତ୍ୟେକ ମୂଲ୍ୟବାନ ସମୟକୁ ଠିକ ହିସାବରେ ବିନିଯୋଗ କରିବା ଦିଗରେ ଛାତ୍ରଛାତ୍ରୀ ମାନଙ୍କର ଦାୟିତ୍ୱ ରହିଛି, ଶିଶୁ ଟିଏ ଯେତେବେଳେ ବୁଝିପାରିବ ” ସମୟ ବଡ ମୂଲ୍ୟବାନ ” ସେତିକିବେଳେ ସେ ଜଣେ ଭଲ ଛାତ୍ରଛାତ୍ରୀ ସେହିଁ ଭଲ ମଣିଷ ଟିଏ ହୋଇ ନାଁ ଅର୍ଜନ କରି ଦେଶଜାତିର ଗୌରବମୟ ଜୀବନ ଅତିକ୍ରମ କରିପାରିବେ l ଏହି ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସକାଶେ ଗୀତ , ନାଚ, ତଥା ସହ ଶୈଖିକ କାର୍ଯ୍ୟକ୍ରମ ସହ ନିୟମିତ ବ୍ୟାୟାମ ଅଭ୍ୟାସ କରାଯାଉଛି ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ଏବଂ ଅତିଥିଙ୍କ ସମ୍ମୁଖରେ ଅଭିଭାଷଣ ରଖିଥିଲେ l ଏହି ଅବସରରେ ବାର୍ଷିକ କ୍ରୀଡା ଉତ୍ସବରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବକ ବିଜୟୀ ହାସଲ କରି ଅତିଥି ମାନଙ୍କ ଦାରା ପୁରସ୍କୃତ ହୋଇଥିଲେ । ଏହି ମଞ୍ଚକୁ ଶିକ୍ଷକ ଧନବଳ ମାଝୀ ପରିଚାଳନା କରିଥିବା ବେଳେ ଶିକ୍ଷକ ଜୟଦେବ ନାଏକ, ଜଗା ସାହୁ ଏବଂ ଯୁଗଳ ସିଂ ମାଝୀ ସହଯୋଗ କରିଥିଲେ ଏବଂ କାର୍ଯ୍ୟକ୍ରମ ପରିଶେଷରେ ତାପସ ଗଡତିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍କଟ ସମେତ ଏହି ରାଶିଙ୍କୁ ଟେନ୍‌ସନ ଦେବେ ମଙ୍ଗଳ: ସମ୍ପର୍କରେ ପଡ଼ିବ ଭଟ୍ଟା! ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି ବୋଲି କୁହାଯାଏ। ସାହସ, ଶକ୍ତି, ଉତ୍ସାହ, କ୍ରୋଧ ଓ ଆକ୍ରମଣାତ୍ମକତାର କାରକ ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଏ। ମଙ୍ଗଳ…

ଉଦ୍ଧାର ଓରାଙ୍ଗଉଟାନଙ୍କୁ ନେଇ PCCFଙ୍କ ବଡ଼ ସୂଚନା, ସ୍ବାସ୍ଥ୍ୟାବସ୍ଥା…

ଭୁବନେଶ୍ୱର,୧୧।୯: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ୫ ଓରାଙ୍ଗଉଟାନ…

ପେନଶନର୍‌ଙ୍କ ପାଇଁ ଖୁସି ଖବର! ଖାତାକୁ ଆସିଲା ୧୨୩୩ କୋଟି ଟଙ୍କା, ଏମିତି ଚେକ୍‌ କରନ୍ତୁ ବାଲାନ୍ସ…

ନୂଆଦିଲ୍‌ଲୀ,୧୧।୯: ପେନଶନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପ୍ରାୟ ୧୦୫.୬୮ ଲକ୍ଷ (୧.୦୫ କୋଟିରୁ ଅଧିକ) ପେନଶନଭୋଗୀଙ୍କ…

ସାବଧାନ! ୩ ରାଶିରେ ଆଜି ଲାଗିବ ଗ୍ରହଣ; ହାତରୁ ପଳାଇବ ଟଙ୍କା, ପାଖଲୋକ ଦେବେ ଧୋକା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ କିମ୍ୱା ଚନ୍ଦ୍ରଙ୍କ ସହିତ ରାହୁ କିମ୍ୱା କେତୁଙ୍କ ଯୁତି (ସଂଯୋଗ) ହେଲେ ଗ୍ରହଣ ଯୋଗ ସୃଷ୍ଟି ହୁଏ। ବର୍ତ୍ତମାନ ସୂର୍ଯ୍ୟ,…

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ବୈଭବଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ: ରାସ୍ତାରେ କଣ୍ଟା ହେବେନି ତ ଶ୍ରେୟସ ଆୟର? ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ…

ICC Player of the Month ପାଇଁ ଏହି ୩ ଖେଳାଳି ମନୋନୀତ: ଜଣେ ଟିମ୍‌ଇଣ୍ଡିଆକୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୧।୯: ଅଗଷ୍ଟ ମାସ ପାଇଁ ‘ଆଇସିସି ପ୍ଲେୟାର ଅଫ ଦି ମନ୍ଥ’ (ICC Player of the Month) ପୁରସ୍କାର ନିମନ୍ତେ ତିନିଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି।…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଆସିଗଲା UPI ‘Tap and Pay’; ଫୋନ ଛୁଆଁଇଲେ ହିଁ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୧।୯: UPI ମାଧ୍ୟମରେ ପେମେଣ୍ଟ କରିବାର ତରିକା ଏବେ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସେପ୍ଟେମ୍ୱର ୨୦୨୬ରେ UPIର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri