ପ୍ରାର୍ଥୀ ଘୋଷଣା ସରୁନି, ଚିନ୍ତାରେ ଆଶାୟୀ

ଭୁବନେଶ୍ୱର,୧୦।୪(ସୁନିତ୍‌ ମିଶ୍ର):ଆସନ୍ତା ମେ ୧୩, ୨୦, ୨୫ ଏବଂ ଜୁନ୍‌ ୧ରେ ଓଡ଼ିଶାର ୨୧ ଲୋକ ସଭା ଏବଂ ୧୪୭ ବିଧାନସଭା ଆସନରେ ଭୋଟ ହେବ। ସେହି କ୍ରମରେ ଦେଖିଲେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଲାଗି ନାମାଙ୍କନ ଦାଖଲ ପାଇଁ ଆଉ ମାତ୍ର ୮ ଦିନ ସମୟ ରହିଛି। ହେଲେ ଓଡ଼ିଶାର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ଏପର୍ଯ୍ୟନ୍ତ ସବୁ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିପାରିନାହାନ୍ତି। କଂଗ୍ରେସରୁ ଏକାଧିକ ନେତା ଦଳ ଛାଡ଼ି ଅନ୍ୟ ଦଳକୁ ଯାଉଥିବାବେଳେ ଭାଜପା ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଦଳରେ ସାମିଲକରି ନିଜ ଦଳର ମୂଳ ନେତାମାନଙ୍କୁ ଅସନ୍ତୁଷ୍ଟ କରୁଥିବା ଲକ୍ଷ୍ୟ କରାଯାଉଛି, ଯେଉଁଥିଲାଗି ଭାଜପା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବା ପରଠାରୁ ବହୁ ବିଧାନସଭା କ୍ଷେତ୍ରରୁ ଆଶାୟୀଙ୍କ ସମର୍ଥକମାନେ ଆସି ଦଳୀୟ କାର୍ଯ୍ୟାଳୟଠାରେ ପ୍ରତିବାଦ ଏବଂ ବିରୋଧ ପ୍ରକ୍ରିୟା ଜାରି ରଖିଛନ୍ତି। ସେହିପରିି ବିଜେଡି ଅନ୍ୟ ଦଳର ଅନେକ ନେତାଙ୍କୁ ଆମଦାନୀ କରି ଟିକେଟ ଦେବା କାରଣରୁ ବହୁ ନେତା ଅସନ୍ତୁଷ୍ଟ ହୋଇ ଦଳ ଛାଡୁଥିବା ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତିରେ ୩ ଦଳରେ ପ୍ରାର୍ଥୀ ଘୋଷଣା ସରୁ ନ ଥିତ୍ବା ବେଳେ ବାକି ଥିବା ଆସନରେ ଆଶାୟୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିଚାଲିଛି।
ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଓ ସମସ୍ତ ୨୧ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିସାରିଲାଣି। ତେବେ ବାଲେଶ୍ୱର ଲୋକ ସଭା ଆସନକୁ ଛାଡ଼ିଦେଲେ ଅନ୍ୟ କୌଣସି ନିର୍ବାଚନମଣ୍ଡଳୀରେ ଏମ୍‌ପି ଟିକେଟ ପାଇଁ ଦଳରେ ଖୋଲାଖୋଲି ଦ୍ୱନ୍ଦ୍ୱ ଦେଖିବାକୁ ମିଳୁନାହିଁ। ବାଲେଶ୍ୱର ଲୋକ ସଭା ଆସନ ପାଇଁ ଏର ଖାରବେଳ ସ୍ବାଇଁ ଖୋଲାଖୋଲି ଦଳୀୟ ଟିକେଟ ପାଇଁ ଦାବି କରୁଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଆହୁରି ୩୫ଟି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଘୋଷଣା ନ କରି ଝୁଲାଇ ରଖିଛି। ଫଳରେ ବିଜେଡିରୁ ଅସନ୍ତୁଷ୍ଟ ହୋଇ ଟିକେଟ ଆଶାରେ ଥିବା ଅନେକ ନେତା ଏବେ ଚିନ୍ତାରେ ପଡ଼ିଗଲେଣି। ଯେହେତୁ ଭାଜପା ଘୋଷଣା କରିଥିବା ଟିକେଟ ମଧ୍ୟରୁ ଅନେକ ସ୍ଥାନରେ ଏବେ ବିରୋଧ ଦେଖିବାକୁ ମିଳୁଛି ତାହା ମଧ୍ୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଧର୍ମଶାଳା, ମାହାଙ୍ଗା, ରଣପୁର, ଜୟଦେବ, ଖୋର୍ଦ୍ଧା, ହିଞ୍ଜିଳି ଭଳି ବହୁ ଆସନରେ ଟିକେଟ ଘୋଷଣା ପରେ ଭାଜପାର ସମସ୍ୟା ବଢ଼ିଛି।
ବିଜେଡି ୩ଟି ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ମୋଟ ୧୦୮ଟି ବିଧାନସଭା ଆସନ ଓ ୨୦ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ଆହୁରି ୩୯ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନ(ବାଲେଶ୍ୱର) ପାଇଁ ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଦେଇପାରି ନାହିଁ। କେତେକ ଆସନରେ ବିଜେଡି ବିରୋଧୀ ଦଳରୁ ନେତାଙ୍କୁ ଆଣି ଟିକେଟ ଦେଉଥିବା ଲକ୍ଷ୍ୟ କରାଯାଉଛି। ଗତଥର ତୁଳନାରେ ଏଥର ନିର୍ବାଚନରେ ଏହି ପ୍ରକ୍ରିୟାକୁ ବିଜେଡି ଅଧିକ ଉପଯୋଗ କରୁଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ବାଲେଶ୍ୱର ଲୋକ ସଭା ଆସନରେ ଦଳ କାହାକୁ ଟିକେଟ ଦେବ ସେନେଇ ବିଚାରବିମର୍ଶ ଜାରି ରଖିଛି। ଏହି ଆସନରେ ମଧ୍ୟ ଶାସକ ଦଳ ଅନ୍ୟ ଦଳରୁ ଆମଦାନୀ କରି ଆଣିଥିବା ଜଣଙ୍କୁ ଟିକେଟ ଦେବା ଯଥେଷ୍ଟ ସମ୍ଭାବନା ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ମଧ୍ୟ ଏଯାଏଁ ୮ଟି ଲୋକ ସଭା ଏବଂ ୪୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ଦୁଇଟି ଆସନ ଦଳ ମେଣ୍ଟକୁ ଛାଡ଼ି ଦେଇଛି। ଏହିପରି ମୋଟ ୪୯ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାକି ୧୩ ଲୋକ ସଭା ଏବଂ ୯୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଅନେକ ନେତା କଂଗ୍ରେସ ଛାଡ଼ି ନିକଟରେ ବିଜେଡି ଏବଂ ଭାଜପାରେ ଯୋଗଦେଇ ସେମାନଙ୍କ ଟିକେଟରେ ଏଥର ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ବରିଷ୍ଠ ନେତା ଗଣେଶ୍ୱର ବେହେରା, ଅଂଶୁମାନ ମହାନ୍ତି, ସୁରେନ୍ଦ୍ର ସିଂଭୋଇଙ୍କ ଭଳି ଅନେକ ନେତା ବିଜେଡି ଟିକେଟରୁ ନିର୍ବାଚନ ଲଢୁଛନ୍ତି। ତେଣୁ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଚିନ୍ତାରେ ପଡ଼ିଯାଇଛି। ଦଳ ପ୍ରଗମନ ଆପ୍‌ରେ ଯେଉଁ ହଜାର ହଜାର ଲୋକ ଟିକେଟ ପାଇଁ ଆବେଦନ କରିଥିବା କଥା କହୁଥିଲା ସେଥିରେ କେତେ ସତ୍ୟତା ରହିଛି ତାହା ମଧ୍ୟ ଜଣାପଡୁନାହିଁ। ଆସନ୍ତା ୧୩ରେ ସିଇସି ବୈଠକ ଥିବାବେଳେ ଏହାପରେ ଯାଇ ଦଳ ବାକି ଆସନଗୁଡିକ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?