Posted inଜାତୀୟ

ଜୁଲାଇ ୩୧ରୁ ମିଳିବନି ଚିକେନ୍! ବିକ୍ରି ବନ୍ଦ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୯ା୭: ଭାରତ ଏକ ବିବିଧତାରେ ପରିପୂର୍ଣ୍ଣ ଦେଶ, ଯେଉଁଠାରେ ଭିନ୍ନ ଭିନ୍ନ ଧର୍ମ, ବିଶ୍ୱାସ ଏବଂ ଚିନ୍ତାଧାରାର ଲୋକମାନେ ବାସ କରନ୍ତି। ଆମିଷ (ନନ୍-ଭେଜ୍) ଖାଉଥିବା ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱର ବଡ଼ ବଡ଼ ଦେଶଗୁଡ଼ିକ ମଧ୍ୟରେ ଭାରତର ନାମ ଆସିଥାଏ, କିନ୍ତୁ ପ୍ରାୟତଃ ଆମିଷ ଭୋଜନକୁ ନେଇ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତିସବୁ ସାମ୍ନାକୁ ଆସିଥାଏ। ନିକଟରେ ତାମିଲନାଡୁରୁ ମଧ୍ୟ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ୩୧ ଜୁଲାଇରୁ କୁକୁଡ଼ା ମାଂସ (ଚିକେନ୍) ବିକ୍ରି ଉପରେ ରୋକ୍ ଲଗାଇବାକୁ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି କେବଳ ଉପଭୋକ୍ତା ନୁହଁନ୍ତି ବରଂ ପୋଲଟ୍ରି ଶିଳ୍ପ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବୃଦ୍ଧି କରିଦେଇଛି।

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ଏହି ନିଷ୍ପତ୍ତି କୌଣସି ସରକାରୀ କଟକଣା ନୁହେଁ, ବରଂ ‘ତାମିଲନାଡୁ ଚିକେନ୍ ଟ୍ରେଡର୍ସ ଫେଡେରେସନ୍’ ନିଜର ସଦସ୍ୟ ବ୍ୟବସାୟୀମାନଙ୍କୁ ସାରା ରାଜ୍ୟରେ ଚିକେନ୍ ବିକ୍ରି ବନ୍ଦ କରିବାକୁ ଆହ୍ୱାନ ଦେଇଛି। ଏହି ନିଷ୍ପତ୍ତିକୁ ପୁଡୁଚେରୀର ଅନେକ ଚିକେନ୍ ବ୍ୟବସାୟୀ ମଧ୍ୟ ସମର୍ଥନ କରିଛନ୍ତି। ବ୍ୟବସାୟୀମାନଙ୍କ ଅଭିଯୋଗ ଯେ, ବ୍ରଏଲର କମ୍ପାନୀଗୁଡ଼ିକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଖାଦ୍ୟ ସୁରକ୍ଷା ଏବଂ ପଶୁ କଲ୍ୟାଣ ସମ୍ବନ୍ଧୀୟ ନିୟମ ପାଳନ କରୁନାହାନ୍ତି, ଯାହାଦ୍ୱାରା ଗ୍ରାହକଙ୍କ ପାଖକୁ ଅଶୁଦ୍ଧ ଚିକେନ୍ ପହଞ୍ଚିବାର ଆଶଙ୍କା ବଢ଼ୁଛି।

ବିବାଦର ସବୁଠାରୁ ବଡ଼ କାରଣ ହେଉଛି ବ୍ରଏଲର କୁକୁଡ଼ାଙ୍କ ପାଇଁ ଲାଗୁ ହୋଇଥିବା ‘ପ୍ରି-ସ୍ଲୋଟର ଫିଡ୍ ୱିଥ୍‌ଡ୍ରଆଲ୍’ (Pre-slaughter feed withdrawal) ନିୟମ। ସରକାରୀ ଦିଶାନିର୍ଦ୍ଦେଶ ଅନୁଯାୟୀ, କୁକୁଡ଼ାମାନଙ୍କୁ ବଜାର କିମ୍ବା ପ୍ରୋସେସିଂ ୟୁନିଟ୍ ପଠାଇବାର କମ୍‌ରେ କମ୍ ୧୨ ଘଣ୍ଟା ପୂର୍ବରୁ ସେମାନଙ୍କୁ ଦାଣା ଦେବା ବନ୍ଦ କରିଦେବା ଉଚିତ। ବିଶେଷଜ୍ଞମାନଙ୍କ କହିବା କଥା ହେଉଛି, ଏପରି କରିବା ଦ୍ୱାରା କୁକୁଡ଼ାଙ୍କ ହଜମ ପ୍ରକ୍ରିୟା ବହୁ ପରିମାଣରେ ଖାଲି ହୋଇଯାଏ, ଯାହାଦ୍ୱାରା ସେମାନଙ୍କ ଶେଷ ସମୟରେ ଅନ୍ତନାଳୀ ଫାଟିବା କିମ୍ବା ମଳ ସଂସ୍ପର୍ଶରେ ଆସିବାର ସମ୍ଭାବନା କମ୍ ରହିଥାଏ।

ଏହି ପ୍ରକ୍ରିୟା ଦ୍ୱାରା ସାଲମୋନେଲା, ଇ-କୋଲାଇ ଏବଂ କ୍ୟାମ୍ପିଲୋବ୍ୟାକ୍ଟର ଭଳି କ୍ଷତିକାରକ ବ୍ୟାକ୍ଟେରିଆ ଦ୍ୱାରା ମାଂସ ଦୂଷିତ ହେବାର ବିପଦ ମଧ୍ୟ କମିଯାଏ। ଏହା ବ୍ୟତୀତ ପରିବହନ (ଟ୍ରାନ୍ସପୋର୍ଟେସନ୍) ସମୟରେ ଅଶୁଚି କମ୍ ବ୍ୟାପିଥାଏ ଏବଂ ଚିକେନ୍‌ର ଗୁଣବତ୍ତା ବଜାୟ ରଖିବାରେ ସାହାଯ୍ୟ ମିଳିଥାଏ। ଫେଡେରେସନ୍ ଅଭିଯୋଗ କରିଛି ଯେ ଅନେକ ବ୍ରଏଲର କମ୍ପାନୀ ଏହି ନିୟମକୁ ଅବହେଳା କରୁଛନ୍ତି। ସେମାନଙ୍କ କହିବା କଥା ହେଉଛି, କୁକୁଡ଼ାଙ୍କୁ ଟ୍ରକ୍‌ରେ ଲୋଡ୍ କରାଯିବା ପର୍ଯ୍ୟନ୍ତ କ୍ରମାଗତ ଭାବେ ଦାଣା ଖାଇବାକୁ ଦିଆଯାଉଛି, ଯାହାଦ୍ୱାରା ପ୍ରତ୍ୟେକ କୁକୁଡ଼ାର ଓଜନ ପ୍ରାୟ ୧୦୦ ଗ୍ରାମ୍ ପର୍ଯ୍ୟନ୍ତ ବୃଦ୍ଧି ପାଉଛି।

ବ୍ୟବସାୟୀଙ୍କ ଅନୁଯାୟୀ, ଅତିରିକ୍ତ ଦାଣା ବାବଦରେ କମ୍ପାନୀଗୁଡ଼ିକର ଖର୍ଚ୍ଚ କିଛି ଟଙ୍କା ହୋଇପାରେ, କିନ୍ତୁ ବୃଦ୍ଧି ପାଇଥିବା ଓଜନର ଆର୍ଥିକ ବୋଝ ଶେଷରେ ପାଇକାରୀ ବ୍ୟବସାୟୀ, ଖୁଚୁରା ଦୋକାନୀ ଏବଂ ଶେଷରେ ଗ୍ରାହକଙ୍କ ଉପରେ ପଡ଼ିଥାଏ। ଫେଡେରେସନ୍ ଦାବି କରିଛି ଯେ ସେ ଅନେକ ଥର କମ୍ପାନୀଗୁଡ଼ିକୁ ନିୟମ ପାଳନ କରିବାକୁ ଦାବି କରିଥିଲା, କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସିନଥିଲା। ଏହାର ପ୍ରତିବାଦରେ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ଏହି ବିବାଦ ଶୀଘ୍ର ସମାଧାନ ନହୁଏ, ତେବେ ଗ୍ରାହକଙ୍କ ବ୍ୟତୀତ ରେଷ୍ଟୋରାଣ୍ଟ, ଢାବା ଏବଂ ଚିକେନ୍ ସହ ଜଡ଼ିତ ଖାଦ୍ୟ ବ୍ୟବସାୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?