୩୪ ବର୍ଷରେ ଆଖି ବୁଜିଲେ ଅଭିନେତା, ଜଣ୍ଡିସ ସାଜିଲା… 

ହାଇଦ୍ରାବାଦ: ଦକ୍ଷିଣ ସିନେମାର ଜଣାଶୁଣା ଅଭିନେତା ସନ୍ତୋଷ ବଳରାଜଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମାତ୍ର ୩୪ ବର୍ଷ ବୟସରେ ସନ୍ତୋଷ ବଳରାଜ ଏହି ଦୁନିଆକୁ ଅଳ୍ପ ବୟସରେ ଅଲବିଦା କହି ଚାଲିଯାଇଛନ୍ତି, ଯାହା କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ସୃଷ୍ଟି କରିଛି। କିଛିଦିନ ତଳେ ମାଲୟାଲମ ସିନେମାର ସୁପରଷ୍ଟାର ପ୍ରେମ ନାଜିରଙ୍କ ପୁତ୍ର ଶାନବାସଙ୍କ ମୃତ୍ୟୁ ଖବର ଆସିଥିଲା ଓ ଏବେ କନ୍ନଡ଼ ଅଭିନେତା ସନ୍ତୋଷ ବଳରାଜଙ୍କ ଚାଲିଯିବା ଖବର ପ୍ରଶଂସକମାନଙ୍କୁ ଆଘାତ ଦେଇଛି। ସନ୍ତୋଷ ବଳରାଜ ଥିଲେ ପ୍ରସିଦ୍ଧ ପ୍ରଯୋଜକ ଅନେକଲ ବଳରାଜଙ୍କ ପୁତ୍ର, ଯିଏ ଅଳ୍ପ ବୟସରେ ଏହି ଦୁନିଆ ଛାଡ଼ି ଚାଲିଗଲେ।
ଏସିଆନେଟ୍‌ ନ୍ୟୁଜ ଅନୁସାରେ, ଅଭିନେତା ସନ୍ତୋଷ ବଳରାଜ ବିଗତ କିଛି ଦିନ ଧରି ଜଣ୍ଡିସ ରୋଗରେ ପୀଡ଼ିତ ଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ଅନୁସାରେ, ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସନ୍ତୋଷ ବଳରାଜ ଅନେକ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଗଭୀର ଭାବେ ଦୁଃଖୀ କରିଛି।
୧୯୯୧ରେ ଜନ୍ମିତ ଅଭିନେତା ସନ୍ତୋଷ ବଳରାଜ ୨୦୦୯ରେ ମୁକ୍ତିଲାଭ କରିଥିବା କନ୍ନଡ଼ ଚଳଚ୍ଚିତ୍ର ‘କେମ୍ପା’ ମାଧ୍ୟମରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ‘ଓଲାଭିନା ଓଲେ’ (୨୦୧୨) ଏବଂ ‘ଜନ୍ମା’ (୨୦୧୩) ପରି ପାରିବାରିକ ନାଟକୀୟ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହା ସଫଳ ହୋଇଥିଲା। ସନ୍ତୋଷଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ଥିଲା ‘ଗଣପା’, ଯାହା ୨୦୧୫ରେ ମୁକ୍ତିଲାଭ କରିଥିଲା। ତାଙ୍କର ଦ୍ୱିତୀୟ ବଡ଼ ହିଟ ଚଳଚ୍ଚିତ୍ର ଥିଲା ‘କରିୟା ୨’, ଯାହା ୨୦୧୭ରେ ରିଲିଜ ହୋଇଥିଲା। ୨୦୨୪ରେ ତାଙ୍କର ଚଳଚ୍ଚିତ୍ର ‘ସତ୍ୟମ’ ମୁକ୍ତିଲାଭ କରି ହିଟ ହୋଇଥିଲା।
ସନ୍ତୋଷ ବଳରାଜଙ୍କ ପିତା ଥିଲେ ପ୍ରସିଦ୍ଧ ପ୍ରଯୋଜକ ଅନେକଲ ବଳରାଜ, ଯାହାଙ୍କର ୧୫ ମଇ ୨୦୨୫ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସନ୍ତୋଷଙ୍କର ବିବାହ ହୋଇନଥିଲା ଏବଂ ସେ ତାଙ୍କ ମାଆଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ। ମିଡ଼ିଆ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁର ସାଗର ଆପୋଲୋ ହସ୍ପିଟାଲରେ ସନ୍ତୋଷ ବଳରାଜ ବିଗତ କିଛି ଦିନ ଧରି ଭର୍ତ୍ତି ହୋଇଥିଲେ। ତାଙ୍କୁ ଜଣ୍ଡିସ ରୋଗ ହୋଇଥିଲା ଏବଂ ଶେଷ ସମୟରେ ସେ ଆଇସିୟୁରେ ଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଏହି ଖବର ଦକ୍ଷିଣ ସିନେମା ଜଗତରେ ଶୋକର ମାହୋଲ ସୃଷ୍ଟି କରିଛି ଏବଂ ପ୍ରଶଂସକମାନେ ମଧ୍ୟ ଗଭୀର ଭାବେ ଦୁଃଖୀ ହୋଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?