ଆଙ୍କୁଲି ଶିଳ୍ପାଞ୍ଚଳ ଭିତ୍ତିଭୂମି ବଦଳୁଛି

ବ୍ରହ୍ମପୁର,୫ା୨(ଅଶୋକ କୁମାର ସାହୁ): ଦୀର୍ଘ ୪୧ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଆଙ୍କୁଲି ଶିଳ୍ପାଞ୍ଚଳର ଭିତ୍ତିଭୂମି ଏବେ ବଦଳିବାରେ ଲାଗିଛି। ଇଡକୋ ହାତକୁ ନେବା ପରେ ବିକାଶର କଳେବର ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଭିତ୍ତିଭୂମି ସମ୍ପୂର୍ଣ୍ଣ ବଦଳାଯିବ ଓ ସେହି ଅନୁସାରେ କାମ ଚାଲିଥିବା ଇଡକୋ ପକ୍ଷରୁ ସୂଚନା ମିଳିଛି।
ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିର ପରିକଳ୍ପନା ହେବା ପରେ ବ୍ରହ୍ମପୁରର ଆଙ୍କୁଲି ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ପଡିଲା। ୧୩.୧୩୮ ଏକର ଜମିରେ ନିର୍ମାଣ କରାଗଲା ଶିଳ୍ପ କରିଡର। ରାସ୍ତାଘାଟ ଓ ଡ୍ରେନେଜ ପାଇଁ ଜାଗା ଛଡ଼ାଯିବା ପରେ ଏଠାରେ ପ୍ରାୟ ୫୪ଟି ସେଡ ନିର୍ମାଣ କରାଯାଇଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ହାତରେ ଥିବା ଏହି ଶିଳ୍ପାଞ୍ଚଳ ୧୯୮୧ ମସିହାରେ ଇଡକୋ ପ୍ରତିଷ୍ଠା ହେବା ପରେ ଏହାର ଦାୟିତ୍ୱ ଇଡକୋ ହାତରେ ରହିଛି। ତେବେ ଏହି ୫୪ଟି ସେଡରୁ ୫୩ଟି ସେଡ ବିଭିନ୍ନ ଉଦ୍ୟୋଗପତିଙ୍କୁ ଆଲଟମେଣ୍ଟ ହୋଇଛି। ସେଥିରୁ ୪୮ଟି ଉଦ୍ୟୋଗ ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି। ଆଉ ୫ଟି ବିଭିନ୍ନ କାରଣରୁ ବନ୍ଦ ରହିଛି। ତେବେ କାହିଁକି ବନ୍ଦ ରହିଛି ସେ ସମ୍ପର୍କରେ ସମ୍ପୃକ୍ତ ଉଦ୍ୟୋଗପତିଙ୍କୁ ନୋଟିସ କରାଯାଇଛି ବୋଲି ଇଡକୋ ପକ୍ଷରୁ କୁହାଯାଇଛି। ପୂର୍ବରୁ ଯାହା ରାସ୍ତାଘାଟ, ଡ୍ରେନେଜ ସୁବିଧା ଏବଂ ବୈଦ୍ୟୁତିକ ସୁବିଧା ଥିଲା ତାହାକୁ ଏବେ ସଜଡା ଯାଇଛି। ତଥାପି ଅନେକଗୁଡିଏ କାର୍ଯ୍ୟ ବାକି ରହିଛି। ଅନ୍ୟପକ୍ଷରେ ସେଡ ଆଲଟମେଣ୍ଟ ପରେ ଉଦ୍ୟୋଗପତିମାନେ ସେଡର ଆଉ ସବୁ କାର୍ଯ୍ୟ କରିବା ନିୟମ ରହିଛି। ସବୁଠୁ ବଡ କଥା ହେଲା ପ୍ରାୟ ୪ରୁ ୫ଟି ସେଡ ରେସିଡେନ୍ସ କମ୍‌ ଉଦ୍ୟୋଗ କରିଛନ୍ତି, ଯାହାକି ବେନିୟମ। ସେମାନଙ୍କୁ ମଧ୍ୟ ନୋଟିସ କରାଯାଇଛି। ଉକ୍ତ ଅଞ୍ଚଳରେ ଆସାମାଜିକ କାର୍ଯ୍ୟ ପାଇଁ ଉଦ୍ୟୋଗପତିମାନଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସକୁ ଅବଗତ କରାଯାଇଛି ବୋଲି ଇଡକୋ କାର୍ଯ୍ୟାଳୟ କହିଛି। ଏବେ ବର୍ତ୍ତମାନ ୧୦ଟି ଦୋକାନ ଘର ଦିଆଯାଇଛି। ଯେଉଁଠି ପୁରୁଣା ଅଫିସ ଥିଲା ସେଠାରେ ଏବେ ସପିଂ କମ୍ପ୍ଲେକ୍ସ କରାଯିବା ନେଇ ମୁଖ୍ୟ କାର୍ଯ୍ୟାଳୟକୁ ପ୍ରସ୍ତାବ ପଠାଯାଇଛି। ତେବେ ଉଦ୍ୟୋଗପତିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ କେତେକ ଉଦ୍ୟୋଗ ରୁଗ୍‌ଣ ହୋଇପଡିଛି। କିନ୍ତୁ ଶିଳ୍ପାଞ୍ଚଳରେ ରାସ୍ତାଘାଟଗୁଡିକ ପକ୍କା ହୋଇପାରିନାହିଁ। ସେହିପରି ଡ୍ରେନେଜଗୁଡିକ କେତେକ ସ୍ଥାନରେ ପକ୍କା ହୋଇନାହିଁ। ବିଦ୍ୟୁତକରଣ କ୍ଷେତ୍ରରେ ବି ଅନୁରୂପ ବ୍ୟବସ୍ଥା ଦେଖାଦେଇଛି। ଏ ସଂକ୍ରାନ୍ତରେ ଶିଳ୍ପାଞ୍ଚଳ ଆସୋସିଏସନର ସାଧାରଣ ସମ୍ପାଦକ ମନୋରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ କହିଲେ ଯେ, ବର୍ତ୍ତମାନ ଶିଳ୍ପାଞ୍ଚଳର ଭିତ୍ତିଭୂମି ଧିରେ ଧିରେ ବଦଳିବାରେ ଲାଗିଛି। ସବୁଠୁ ବଡ ସମସ୍ୟା ହେଲା ଯେଉଁ ଓଭରବ୍ରିଜ ଶିଳ୍ପାଞ୍ଚଳରେ ଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ନିକଟକୁ ଲାଗିଛି ତାହା ଦୁର୍ଘଟଣା ଜୋନରେ ପରିଣତ ହୋଇଛି। ଦୁଇ ଚକିଆ ଓ ଚାରିଚକିଆ ଯାନ ବୁଲାଣିରେ ଯିବା ଅସମ୍ଭବ ହୋଇଛି। ଏହି ସମସ୍ୟାର ସମାଧାନ ହେବା ଉଚିତ। ଏଥି ସହିତ ପାଓ୍ବାର ଲୁମ ଭଳି ବଡ ବଡ ଶିଳ୍ପ ବନ୍ଦ ହୋଇରହିଛି। ଏହା ବର୍ତ୍ତମାନ ଇଡକୋ ହାତକୁ ଆସିପାରୁନାହିଁ। ଏହା ଯଦି ଇଡକୋକୁ ଆସିପାରନ୍ତା ତାହା ଅନ୍ୟାନ୍ୟ ଉଦ୍ୟୋଗପତିଙ୍କୁ ମିଳିପାରନ୍ତା। ସେହିପରି ବିଦ୍ୟୁତ ବିଭାଗ ପକ୍ଷରୁ ଶିଳ୍ପାଞ୍ଚଳ ପାଇଁ ଏକ ଫିଡର ସ୍ଥାପନ ପାଇଁ ଯୋଜନା କରାଯାଉଥିଲେ ବି ତାହା ହୋଇପାରିନାହିଁ। ଏ ସଂକ୍ରାନ୍ତରେ ଇଡକୋର ଡିଭିଜନାଲ ମୁଖ୍ୟ ସ୍ମରଣିକା ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ ଯେ, ଭିତ୍ତିଭୂମିର ବିକାଶ କିଭଳି ହେବ ସେଥିନେଇ ଉଦ୍ୟମ ଜାରି ରହିଛି। ଇଡ୍‌କୋର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯାହା ଦାୟିତ୍ୱ ରହିଛି ତାହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଉଛି। ଧୀରେ ଧୀରେ ଭିତ୍ତିଭୂମିର ରୂପ ବଦଳିବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?