Posted inଜାତୀୟ

ଅନିଲ ବିଜଙ୍କ ନିକଟରେ ଆଡଭାନ୍ସ କରୋନା ଲକ୍ଷଣ

ଚଣ୍ଡିଗଡ଼,୧୪ ।୧୨: ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କରୋନାରେ ସଂକ୍ରମିତ ହୋଇଥିଲେ । ରବିବାର ତାଙ୍କୁ ପିଜିଆଇଏମ୍‌ଏସ୍ ହସ୍ପିଟାଲର ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ ଆଡଭାନ୍ସ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ପିଜିଆଇଏମ୍‌ଏସ୍ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପିଜିଆଇ ରୋହତକର ପିଆର୍‌ଓ ଡା. ଗଜେନ୍ଦ୍ର ସିଂ କହିଛନ୍ତି ଏବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱିସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ତାଙ୍କ ନିକଟରେ କରୋନାର ଆଡଭାନ୍ସ ଲକ୍ଷଣ ଦେଖାଦେଇଥିବାରୁ ତାଙ୍କୁ ପ୍ଲାଜମା ଥେରାପି ଦିଆଯିବ କି ନା ଏ ନେଇ ସୋମବାର ଡାକ୍ତର ସ୍ଥିର କରିବେ । ଡାକ୍ତରଙ୍କ କହିବା କଥା ବିଜଙ୍କ ଫୁସ୍‌ଫୁସ୍ ସାମନ୍ୟ ସଂକ୍ରମିତ ହୋଇଛି । ଏହାସହ ତାଙ୍କର ଦ୍ୱିତୀୟ କରୋନା ରିପୋର୍ଟ ବି ପଜିଟିଭ ଆସିଛି । ସୂଚନାଯୋଗ୍ୟ, ୧୨ ଦିନ ପୂର୍ବରୁ ତାଙ୍କ ନିକଟରେ କରୋନା ଲକ୍ଷଣ ଦେବାଦେବାରୁ ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱରେ ପ୍ରଚାରିତ ହେବ ‘ମନ କି ବାତ’ର ୧୦୦ ତମ ସଂସ୍କରଣ, ଭାଜପା କରୁଛି ସ୍ୱତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୨୩ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ତମ ସଂସ୍କରଣକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବଶେଷ ପ୍ରସ୍ତୁତି ଆରମ୍ଭ...

ରାଜସ୍ଥାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ

ଜୟପୁର,୧ ।୭: ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ଟେଲର କହ୍ନେୟାଲାଲଙ୍କ ହତ୍ୟା ପରେ ପୋଲିସ-ପ୍ରଶାସନ ଆଲର୍ଟରେ ରହିଛି । ଶୁକ୍ରବାର ସେଠାରେ ଗୋଟିଏ ପଟେ ଜୁମେ...

ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ ମଲିକ

ଶିଲଂ,୧୮।୮: ଗୋଆର ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିବା ସତ୍ୟପାଲ ମଲିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ତେବେ ତାଙ୍କ ସ୍ଥାନରେ କାହାକୁ...

ଘୃଣା ମନ୍ତବ୍ୟ ହତ୍ୟା ସଦୃଶ

ନୂଆଦିଲ୍ଲୀ,୨୨ା୯: ଘୃଣା ମନ୍ତବ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ଟିଭି ଉପସ୍ଥାପକଙ୍କ ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବା ସହ ଚ୍ୟାନେଲଗୁଡ଼ିକ ଉପରେ ବର୍ଷିଛନ୍ତି। ଏଥିସହ ସରକାର...

ବୁଷ୍ଟର ଡୋଜ୍‌କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୧୩।୧୨: କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌ ପ୍ରଦାନ...

ମୋଦିଙ୍କ ରାଲିରେ ୧୨ କୋଟି ଟଙ୍କାର କାର୍‌: ପ୍ରଶ୍ନ ଉଠାଇଲେ ସଞ୍ଜୟ

ମୁମ୍ବାଇ,୩ ।୧: ଉତ୍ତରପ୍ରଦେଶର ମୁରାଦାବାଦରେ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ନିଜକୁ ଫକିର ବୋଲି କହିଥିଲେ...

କୃଷକ ସଂଘର ବିଶ୍ୱାସଘାତ ଦିବସ…

ନୂଆଦିଲ୍ଲ, ୩୧।୧ : କୃଷକମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ ହୋଇ ଥିବାରୁ ଭାରତୀୟ କୃଷକ ୟୁନିଅନ ପକ୍ଷରୁ ସୋମବାର ବିଶ୍ୱାସଘାତ...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ

ଜମ୍ମୁ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ମଙ୍ଗଳବାର ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର ସାମିଲ ହୋଇଛନ୍ତି। ଭାରତ ଯୋଡୋ...

Advertisement
Archives

Model This Week